ପଦ୍ମପୁର/ଶିବାଶିଷ ପଟ୍ଟନାୟକ - ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଲୟରେ ରୋଗୀ କଲ୍ୟାଣ ସମିତିର ପରିଚାଳନା ମଣ୍ଡଳୀର ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଅଧ୍ୟକ୍ଷତା କରିଥିଲେ l ପ୍ରଥମେ ବିଧାୟିକା ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପୂର୍ବକ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଉପଖଣ୍ଡ ଚିକିତ୍ସା ଅଧିକାରୀ ଡା. ସରୋଜ କୁମାର ସେଠ୍ ସମସ୍ତ ସଦସ୍ୟ ମାନଙ୍କୁ ସ୍ଵାଗତ ଜଣାଇବା ସହ ଚିକିତ୍ସାଳୟ ର ଉନ୍ନତିକରଣ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ପରେ ବିଧାୟିକା କାର୍ଯ୍ୟକାରୀ ହେଉଥିବା ସମସ୍ତ ଯୋଜନା ର ସମୀକ୍ଷା କରିଥିଲେ ଓ ଚିକିତ୍ସାଳୟର ଉନ୍ନତି ପାଇଁ ସମସ୍ତ ପ୍ରକାରର ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।
ଏହି ବୈଠକରେ ପଦ୍ମପୁର ଉପ - ଜିଲ୍ଲାପାଳ ସଦାନନ୍ଦ କୁମ୍ଭାର , ଏନ୍ ଏ ସି ଅଧ୍ୟକ୍ଷା ସାବିତ୍ରୀ ବାଗ , ଡଃ ଯଦୁମଣି ସାହୁ, ଡଃ ଆଦିତ୍ଯ ଭୋଇ, ଡଃ ଲୋକପାଳ ଭୋଇ, ଡଃ ଗୀତା ପୀୟୁସ ମିଶ୍ର, ଏନ୍ ଏ ସି ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ଭୋଇ, ରାସ୍ତା ଓ ଗୃହ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ଯେ କେ ମେହେର, ଯୁବନେତା ଭୋଜରାଜ ସିଂହ ବରିହା, ମନୋରମା ମହାପାତ୍ର, ପ୍ରଶାନ୍ତ ମହାନ୍ତି, ଓ ନବ କିଶୋର ବରିହା ଯୋଗ ଦେଇଥିଲେ l ଶେଷ ରେ ରୋଗୀ କଲ୍ୟାଣ ସମିତିର ସଦସ୍ଯ ନିରୋଜ କୁମାର ଦୋରା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ଶେଷରେ ବିଧାୟିକା ସମସ୍ତ ୱାର୍ଡ ବୁଲି ରୋଗୀ ମାନଙ୍କ ସୁବିଧା ଓ ଅସୁବିଧା ବୁଝି ଥିଲେ।







