ହେଡଲାଇନସ୍:

ସମ୍ବଲପୁରରେ ପୋଲିସ ଉପରେ ଆକ୍ରମଣ ରାଜ୍ୟ ସରକାରଙ୍କ ଅପାରଗତାର ଚରମ ନିଦର୍ଶନ- ଧର୍ମେନ୍ଦ୍ର ପ୍ରଧାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • • ସମ୍ବଲପୁରର ସବୁ ସମ୍ପ୍ରଦାୟର ନାଗରିକଙ୍କୁ ଶାନ୍ତି ଓ ଭାଇଚାରା ବଜାୟ ରଖିବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

  • • ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା କଥା ଉଠାଇଲେ ଶାସକ ଦଳକୁ ବାଧୁଛି କାହିଁକି ?

  • • ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ସାଢେ ୪ କୋଟି ଲୋକ କାହିଁକି ଅସୁବିଧାର ସମ୍ମୁଖୀନ ହେବେ?

ଭୁବନେଶ୍ୱର ଏପ୍ରିଲ ୧୩ - ସମ୍ବଲପୁରରେ ଅଭାବନୀୟ ସ୍ଥିତି ପାଇଁ ରାଜ୍ୟ ସରକାରଙ୍କ ଅପାରଗତା ନିନ୍ଦନୀୟ । ବିଶେଷ ଭାବରେ ପୋଲିସ ଉପରେ ଆକ୍ରମଣ ରାଜ୍ୟ ଶାସନର ଅପାରଗତାର ଚରମ ନିଦର୍ଶନ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ସମ୍ବଲପୁରର ସବୁ ବର୍ଗର ନାଗରିକଙ୍କୁ ଶାନ୍ତି ଓ ଭାଇଚାରା ବଜାୟ ରଖିବା ପାଇଁ ସେ ଅନୁରୋଧ କରିଛନ୍ତି ।

ସମ୍ବଲପୁର ଜିଲ୍ଲାରେ ହନୁମାନ ଜୟନ୍ତୀର ପୂର୍ବ ପ୍ରସ୍ତୁତି ସମୟରେ ପୋଲିସ କର୍ମୀ ଓ ଜନତାଙ୍କୁ ଆକ୍ରମଣ ହୋଇଛି । ଆକ୍ରମଣରେ ସାଧାରଣ ଜନତାଙ୍କ ସହ ପୋଲିସ କର୍ମଚାରୀମାନେ ଅଧିକ କ୍ଷତିଗ୍ରସ୍ତ ଓ ଲହୁଲୁହାଣ ହୋଇଛନ୍ତି । ଓଡ଼ିଶାରେ ଆଇନଶୃଙ୍ଖଳାର ପରିସ୍ଥିତି ଏଥିରୁ ଅନୁମେୟ । ଆଇନଶୃଙ୍ଖଳା କଥା କହିଲେ ଶାସକ ଦଳକୁ ବାଧୁଛି କାହିଁକି ? ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ସାଢେ ୪ କୋଟି ଲୋକ କାହିଁକି ଅସୁବିଧାର ସମ୍ମୁଖୀନ ହେବେ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଛନ୍ତି ।

0
0
0
s2sdefault