ମନମୋହନ-ସମୀରଙ୍କ ମୁଣ୍ଡରେ ବୋଳିଦେଲା ବେଦାନ୍ତ କଳଙ୍କ
-
ବିଜେଡି କହିଲା" ସଭାପତି ମନମୋହନଙ୍କୁ ଫସାଇବାକୁ ସମ୍ବିତଙ୍କ ସାମ୍ବାଦିକ ସମ୍ମିଳନୀ"
-
ପଦାରେ ପଡିଲା ମନମୋହନଙ୍କ ସଭାପତିତ୍ୱକୁ ନେଇ ବିଜେପିର ଅସନ୍ତୋଷ
-
ବେଦାନ୍ତକୁ ଜମି ଦେବାବେଳେ ମନମୋହନ ଥିଲେ ରାଜସ୍ୱ ମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ଥିଲେ ବିଜେପିର ସମୀର ଦେ
ଭୁବନେଶ୍ୱର: ମନମୋହନ ସାମଲ ରାଜ୍ୟ ବିଜେପିର ସଭାପତି ହେବା ନେଇ ଦଳର ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ଅସନ୍ତୁଷ୍ଟ ଥିବା ନେଇ ଯାହା ଶୁଣା ଯାଉଥିଲା ଆଜି ତାହା ସତ୍ୟ ପ୍ରମାଣିତ ହୋଇଥିବା କହିଛନ୍ତି ବିଜେଡି ରାଷ୍ଟ୍ରୀୟ ପ୍ରବକ୍ତା ଡକ୍ଟର ସସ୍ମିତ ପାତ୍ର ।
ବେଦାନ୍ତ ପ୍ରସଙ୍ଗରେ ସମ୍ବିତ ପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ ଉପରେ ନୂଆଦିଲ୍ଲୀ ଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡକ୍ଟର ପାତ୍ର କହିଛନ୍ତି ଯେ ଶ୍ରୀ ପାତ୍ର ଆଜି ଏଠାରେ ତାଙ୍କରି ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ କାଠଗଡାରେ ଛିଡା କରାଇଛନ୍ତି । କାରଣ ବେଦାନ୍ତକୁ ବିଶ୍ୱବିଦ୍ୟାଳୟ ପାଇଁ ଜମି ପ୍ରଦାନ ସମୟରେ ଶ୍ରୀ ସାମଲ ଓଡିଶା ସରକାରଙ୍କ ରାଜସ୍ୱ ମନ୍ତ୍ରୀ ଥିଲେ । କେବଳ ସେତିକି ନୁହେଁ, ଏହି ବିଶ୍ୱବିଦ୍ୟାଳୟର ପରିକଳ୍ପନା କରିଥିଲେ ତକ୍ରାଳୀନ ଶିକ୍ଷା ମନ୍ତ୍ରୀ ସମୀର ଦେ । ଶ୍ରୀ ଦେ ମଧ୍ୟ ବିଜେପିର ବରିଷ୍ଠ ନେତା ଥିଲେ ।
ଏହି ଜମି ହସ୍ତାନ୍ତରକୁ ନେଇ ତ୍ତସେତେବେଳର ରାଜସ୍ୱ ମନ୍ତ୍ରୀ ମନମୋହନ ସାମଲ ବିଧାନସଭାରେ ଏହାକୁ ଦୃଢଭାବେ ସମର୍ଥନ କରିଥିଲେ । ଶ୍ରୀ ଦେ ମଧ୍ୟ ସେତେବେଳେ ଏଥିରେ ସ୍ୱର ମିଳାଇଥିଲେ । ହେଲେ ଆଜି ଶ୍ରୀ ପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀରୁ ସ୍ପଷ୍ଟ ହୋଇଛି ଯେ ମନମୋହନ ସାମଲଙ୍କୁ ଜାଣିଶୁଣି ଅକଳରେ ପକାଇବାପାଇଁ ସେ ଏଭଳି କରିଛନ୍ତି ।







