ହେଡଲାଇନସ୍:

ଜିଜ୍ଞାସା ଉଦ୍ରେକ କରୁଛି ୟୁଏଆଇଏଲ୍‍ର ପ୍ରୋଜେକ୍ଟ ‘ପୁସ୍ତକାଳୟ’

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର /ଟିକିରି ରୁ ବୈକୁଣ୍ଠ ଦୁରିଆ : ରାୟଗଡା ଏବଂ କଳାହାଣ୍ଣି ଭଳି ଜିଲ୍ଲାଗୁଡିକରେ ଯୁବପିଢି ମଧ୍ୟରେ ଜିଜ୍ଞାସା ଭାବ ଜାତ କରିବା ସହିତ ଶିକ୍ଷା ଆହରଣ କରିବାର ଇଛା ଓ ଆଗ୍ରହ ସୃଷ୍ଟି କରିବା ଦିଗରେ ନିଜର ପ୍ରୟାସ ଜାରି ରଖି ଆଦିତ୍ୟ ବିର୍ଲା ଗ୍ରୁପର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍‍ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ପୁସ୍ତକାଳୟମାନ (ଲାଇବ୍ରେରୀ) ସ୍ଥାପନ କରିଛି । ଏଗୁଡିକ ରାୟଗଡା ଜିଲ୍ଲାର କାଶୀପୁର ଏବଂ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ପାରିପାଶ୍ୱର୍ିକ ବିଦ୍ୟାଳଗୁଡିକରେ ସ୍ଥାପନ କରାଯାଇଛି । ସରସ୍ୱତୀ ବିଦ୍ୟା ମନ୍ଦିର, ଟିକିରି; ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କାଶୀପୁର, ସରକାରୀ ୟୁଜିଏମ୍‍ଇ ସ୍କୁଲ, ମାଇକଞ୍ଚ, ସରକାରୀ ହାଇସ୍‍କୁଲ, ହାଡିଗୁଡା ଏବଂ ସରକାରୀ ହାଇସ୍କୁଲ ଆଦ୍ରି ଭଳି ଉଭୟ ସରକାରୀ ଓ ସ୍ଥାନୀୟ ବିଦ୍ୟାଳୟଗୁଡିକରେ ନୂଆଦିଲ୍ଲୀସ୍ଥିତ ଆଞ୍ଜେଲିକ୍‍ ସହଯୋଗରେ ଏହି ଅନନ୍ୟ ପୁସ୍ତକାଳୟଗୁଡିକ ସ୍ଥାପନ କରାଯାଇଛି ।
ଶ୍ରୀ ମଜହର୍‍ ବେଗ୍‍, ୟୁନିଟ ହେଡ ଏବଂ ପ୍ରେସିଡେଣ୍ଟ ଉତ୍କଳ ଆଲୁମିନା କହିଛନ୍ତି, ଏଗୁଡିକର ନିଶ୍ଚିତ ଭାବରେ ସକାରାତ୍ମକ ପ୍ରଭାବ ପଡିବ ଏବଂ ଏହି ଆଦିବାସୀ ଅଧ୍ୟୁଷ୍ଠିତ ଆଭ୍ୟନ୍ତରୀଣ ଅଞ୍ଚଳଗୁଡିକରେ ଛାତ୍ରଛାତ୍ରୀଙ୍କର ଶିକ୍ଷାଗତ ମାନରେ ବୃଦ୍ଧି ଘଟାଇ ।
ଏହି ସୁବିଧାର ସର୍ବାଧିକ ଉପଯୋଗ କରିବାକୁ ସେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଶ୍ରୀ ବେଗ୍‍ କହିଥିଲେ, ଶିକ୍ଷା ମାନରେ ବୃଦ୍ଧି ଘଟାଇବା ଏବଂ ପାରିପାଶ୍ୱର୍ିକ ଅଞ୍ଚଳରେ ବାସ କରୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ସକାରାତ୍ମକ ଆଚରଣଗତ ପରିବର୍ତ୍ତନ ଆଣିବା ଆମର ଲକ୍ଷ୍ୟ ହୋଇଛି । ପୁସ୍ତକାଳୟ ପ୍ରକଳ୍ପ ୧୦ରୁ ୧୭ ବର୍ଷ ବୟସ ବର୍ଗ ମଧ୍ୟରେ ମିଡଲ ଓ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଅର୍ଥପୂର୍ଣ୍ଣ ଏବଂ ପ୍ରାକ୍ଟିକାଲ ପୁସ୍ତକାଳୟ ଗଢିତୋଳିବା ଏବଂ ସେମାନଙ୍କ ପଢିବା ଅଭ୍ୟାସରେ ବୃଦ୍ଧି ଘଟାଇବାକୁ ଚାହୁଁଛି । ସମ୍ପ୍ରତି ବିଦ୍ୟାଳୟକୁ ଯାଉଥିବା ୩୫୦୦ରୁ ଅଧିକ ଛାତ୍ରଛାତ୍ରୀ ଏହାର ସୁଯୋଗ ନେଉଛନ୍ତି । ପ୍ରତ୍ୟେକ ପୁସ୍ତକାଳୟରେ ୨୫୦ ପୁସ୍ତକ ରହିଛି ।
ଇତିହାସ, ବିଜ୍ଞାନ, ସାଧାରଣ ଜ୍ଞାନ, ଫିକ୍ସନ, ରାଜନୀତି, ସ୍ୱାଧୀନତା ସଂଗ୍ରାମୀ ଏବଂ ଆତ୍ମଜୀବନୀ ଆଦି ଏହି ପୁସ୍ତକାଳୟରେ ଉପଲବ୍ଧ ହେଉଛି । ଏହି ପୁସ୍ତକଗୁଡିକ ବେଶ୍‍ ପ୍ରଭାବୀ, ଶିଶୁ ଉପଯୋଗୀ ବିଷୟରେ ସମୃଦ୍ଧ ଏବଂ ସେଗୁଡିକ ଆକର୍ଷଣୀୟ ଚିତ୍ର ସହିତ ଉପସ୍ଥାପନ କରାଯାଇଛି ।
ଏହି ପ୍ରକଳ୍ପର ପ୍ରଭାବ ପିଲାମାନଙ୍କର ପଢିବା, ସେମାନଙ୍କର ଜ୍ଞାନ ଏବଂ ପରିପ୍ରକାଶ କୁଶଳତାରେ ପରିଦୃଶ୍ୟ ହେଉଛି, ଯାହା ସେମାନଙ୍କର ଶିକ୍ଷାଗତ ମୂଳଦୁଆ ନିର୍ମାଣ କରୁଛି ଏବଂ ସେମାନଙ୍କୁ ସ୍ୱାଧୀନ ତଥା ଆତ୍ମନିର୍ଭର ଶିକ୍ଷାର୍ଥୀ କରି ଗଢିତୋଳୁଛି । ପୁସ୍ତକାଳୟ ପ୍ରକଳ୍ପରେ ସମ୍ପ୍ରତି ୧୨୦୦ରୁ ଅଧିକ ଛାତ୍ରଛାତ୍ରୀ ସେବାକୁ ଉପଯୋଗ କରୁଛନ୍ତି । ସେମାନେ ୨୦୨୩ ଜାନୁଆରରୁ ଏପର୍ଯ୍ୟନ୍ତ ୨୦୦ ଘଣ୍ଟାରୁ ଅଧିକ ଶିକ୍ଷାଲାଭ କରିବାର ଘଣ୍ଟା ଏକତ୍ରିତ କରିପାରିଛନ୍ତି । ଶ୍ରୀମତୀ ସୁକାନ୍ତି ଗୌଡ, ହିନ୍ଦୀ ଶିକ୍ଷୟିତ୍ରୀ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କାଶୀପୁର କହିଛନ୍ତି, “ପୁସ୍ତକାଳୟର ଛାତ୍ରଛାତ୍ରୀଙ୍କ ଜୀବନ ଉପରେ ବହୁଧା ପ୍ରଭାବ ପଡୁଛି । ଆମ ବିଦ୍ୟାଳୟରେ ଏଭଳି ପୁସ୍ତକାଳୟ ସ୍ଥାପନ ପାଇଁ ଆମେ ୟୁଏଆଇଏଲ୍‍ ନିକଟରେ ବାସ୍ତବରେ କୃତଜ୍ଞ । ଏହା ଛାତ୍ରଛାତ୍ରୀଙ୍କ ଜ୍ଞାନ ପରିସରକୁ ପରିବର୍ଦ୍ଧିତ କରୁଛି ।”
ଶ୍ରୀ କୃଷ୍ଣଚନ୍ଦ୍ର ପଣ୍ଡା, ବିଜ୍ଞାନ ଶିକ୍ଷକ, ମାଇକଞ୍ଚ ହାଇସ୍କୁଲ କହିଛନ୍ତି ଯେ, ଛାତ୍ରଛାତ୍ରୀଙ୍କର ଅବସରକାଳୀନ ପଢିବା ଅଭ୍ୟାସ ଉପରେ ପୁସ୍ତକାଳୟର ଉଲ୍ଲେଖନୀୟ ପ୍ରଭାବ ପଡୁଛି । ଛାତ୍ରଛାତ୍ରୀ ସମ୍ପ୍ରତି ସେମାନଙ୍କର ଖାଲି ସମୟକୁ ଅଧିକ ସଫଳତାର ସହିତ ଉପଯୋଗ କରୁଛନ୍ତି ଏବଂ ଉପଭୋଗ୍ୟ ଶିକ୍ଷା ଆହରଣ ପଦ୍ଧତିର ଅଂଶସ୍ୱରୂପ ନୈତିକ ବିଜ୍ଞାନ ଉପରେ ଆଧାରିତ ପୁସ୍ତକଗୁଡିକ ପଠନ କରି ଜ୍ଞାନ ଆହରଣ କରୁଛନ୍ତି ।

0
0
0
s2sdefault