ହେଡଲାଇନସ୍:

ବିଶ୍ୱ କୌଶଳ କେନ୍ଦ୍ର ରୂପେ ପ୍ରଦର୍ଶିତ ହେବ ଓଡିଶା ; ମନ୍ତ୍ରୀ ଶ୍ରୀ ପ୍ରୀତି ରଞ୍ଜନ ଘଡେଇ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱରରେ ଓଡିଶା ସ୍କିଲ୍ କନକ୍ଲେଭ- ୨୦୨୩ କର୍ଟେନ ରେଜର କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର,:ରାଜ୍ୟ ସରକାର ଅପ୍ରେଲ ୨୦ ରୁ ୨୨ ତାରିଖ ପର୍ଯ୍ୟନ୍ତ ଓଡିଶା ସ୍କିଲ୍ କନକ୍ଲେଭ- ୨୦୨୩ ଆୟୋଜନ କରିବାକୁ ଯାଉଛନ୍ତିା ଏହି ତିନି ଦିନିଆ କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଓଡିଶାକୁ ଏକ ବିଶ୍ୱସ୍ତରୀୟ ସ୍କିଲ୍ ହବ୍ ଭାବରେ ସ୍ଥାନିତ କରିବା, ଏବଂ ଲୋକଙ୍କମାନଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ସୃଷ୍ଟି କରିବା ଗତ ମଙ୍ଗଳବାର ସନ୍ଧ୍ୟାରେ ଏଥି ନିମନ୍ତେ ଆୟୋଜିତ ଏକ କର୍ଟେନ ରେଜର କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ସବିଶେଷ ତଥ୍ୟ ପ୍ରଦାନ କରିଥିଲୋ
ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ପ୍ରୀତି ରଞ୍ଜନ ଘଡେଇ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଏବେ ଦେଶ ପାଇଁ ଏକ ନୂତନ ଓଡିଶା ଦେଖିବାର ସମୟ ଆସିଛିା ଓଡିଶା ସ୍କିଲ୍ କନକ୍ଲେଭ ମାଧ୍ୟମରେ ଆମେ ଯୁବକମାନଙ୍କୁ ଭୌଗୋଳିକ ଅନିଶ୍ଚିତତା, ମାକ୍ରୋ-ଅର୍ଥନୈତୀକ ଆହ୍ୱାନର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରହିବା ସହ ସେମାନଙ୍କର ଭବିଷ୍ୟତ ସୁରକ୍ଷିତ କରିବାର ଲକ୍ଷ ରଖିଛୁା ଓଡିଶା ସ୍କିଲ୍ କନକ୍ଲେଭ ଏକ ଇଣ୍ଟାରାକଟିଭ୍ ହେବ ଯେଉଁଠାରେ ଛାତ୍ରଛାଚ୍ରୀ, ପ୍ରଶିକ୍ଷଣ ସହଭାଗୀ ଏବଂ କର୍ପୋରେଟମାନେ ଏକତ୍ରିତ ହୋଇ ଗଠନମୂଳକ ବାର୍ତ୍ତାଳାପରେ ନିୟୋଜିତ ହୋଇପାରିବୋ
ଆମେ ବିଭିନ୍ନ କର୍ପୋରେଟ୍ ସହିତ ଏମଓୟୁ ସ୍ୱାକ୍ଷର କରିବାକୁ ଆଗ୍ରହୀ ଅଟୁ ଯାହା ସେମାନଙ୍କର କର୍ମଶାଳାକୁ ମଜବୁତ କରିବାର ଆବଶ୍ୟକତା ପୂରଣ ଦିଗରେ ସକ୍ଷମ ହେବା
ଏହି ଅବସରରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ କହିଛନ୍ତି ଯେ ଓଡିଶା ସ୍କିଲ୍ କନକ୍ଲେଭ କେବଳ ଓଡିଶା ପାଇଁ ନୁହେଁ ବରଂ ଆମେ ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମରେ ରାଜ୍ୟକୁ ଉପସ୍ଥାପନ କରିବାକୁ ଅପେକ୍ଷା କରିଛୁା କାରଣ ଆମେ ମଧ୍ୟ ଏକ ଶକ୍ତିଶାଳୀ ଇକୋସିଷ୍ଟମ୍ ଗଠନ କରିଛୁା ଏହି ଆୟୋଜନ ଦକ୍ଷତାର କେନ୍ଦ୍ର ହେବା ସହିତ ଯୁବପିଢିଙ୍କ ପାଇଁ ବେଶ ଆକାଂକ୍ଷାପୂର୍ଣ୍ଣ ହେବ ବୋଲି ଆଶାା ସେହି ଉଦ୍ଦେଶ୍ୟ ସହିତ ଆମେ ସମସ୍ତଙ୍କର ସକ୍ରିୟ ଅଂଶଗ୍ରହଣକୁ ଅପେକ୍ଷା କରିଛୁ ଏବଂ ଆମର ଅଭିଜ୍ଞତାକୁ ଏକ ବିଚାରଶୀଳ ନେତୃତ୍ୱ ଭାବରେ ରାଜ୍ୟର ସ୍ଥିତିକୁ ଆଗକୁ ଆଣିବାକୁ ପ୍ରଯନି କରିବୁା
ଏଫ୍ଆଇସିସିଆଇ (FICCI)ର ଅଧ୍ୟକ୍ଷ ତଥା ଟାଟା ଷ୍ଟିଲ ମାଇନିଂ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପଙ୍କଜ କୁମାର ସତିଜା କହିଛନ୍ତି ଯେ ଓଡିଶାର ସ୍କିଲିଂ ସହିତ ଜଡିତ ଥିବାରୁ ଏଫ୍ଆଇସିସିଆଇ ଗର୍ବିତା ଆମେ ବିଶ୍ୱାସ କରୁ ଯେ ବିଭିନ୍ନ କ୍ଷେତ୍ରରେ ତାଲିମ ଏବଂ ଶିକ୍ଷା ଭବିଷ୍ୟତରେ ଅନେକ ସୁଯୋଗ ସୃଷ୍ଟି କରିବା ଓଡିଶା ସରକାରଙ୍କ ବୈଷୟିକ ଶିକ୍ଷା ଓ ତାଲିମ ଅନୁଷ୍ଠାନର ନିର୍ଦ୍ଦେଶକ ରଘୁ ଜି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲୋ
ଏହି କାର୍ଯ୍ୟକ୍ରମରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଏକ ଭିଡିଓ ଦର୍ଶକଙ୍କୁ ପ୍ରଦର୍ଶିତ କରାଯାଇଥିଲା ଯେଉଁଥିରେ ଉଚ୍ଚ-ଦକ୍ଷତା ପ୍ରଶିକ୍ଷଣରେ ଯୋଗଦାନ କରୁଥିବା କେନ୍ଦ୍ରର ସୁବିଧାଗୁଡ଼ିକ ଦର୍ଶାଯାଇଥିଲାା
ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ରାଜ୍ୟର ମାନବସମ୍ବଳର ସାମର୍ଥ୍ୟକୁ ବିକାଶ ତଥା ବୃଦ୍ଧି କରାଇବା ଏବଂ ଉଚ୍ଚ ମାନର, ଯୁକ୍ତିଯୁକ୍ତ ମୂଲ୍ୟ ଏବଂ ସହଜରେ ଉପଲବ୍ଧ ବୈଷୟିକ ଏବଂ ଧନ୍ଦାମୂଳକ ଶିକ୍ଷା ତଥା ଦକ୍ଷତା ବିକାଶ ତାଲିମ ପ୍ରଦାନ କରି ସୁଯୋଗ ସୃଷ୍ଟି କରିବାା ଏହି କନକ୍ଲେଭରେ ବିଭିନ୍ନ ଏମଓୟୁ ସ୍ୱାକ୍ଷର ହେବା ସହିତ ସମ୍ମିଳନୀ, ପ୍ରଦର୍ଶନୀ, ପ୍ରଦର୍ଶନ, ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ ଏବଂ ରାଜ୍ୟର କୁଶଳୀ ଶ୍ରମିକମାନଙ୍କୁ ଅନେକ ସୁଯୋଗ ପ୍ରଦାନ କରିବା ଏଥିରେ ଶିଳ୍ପ, ଏକାଡେମୀ ଏବଂ ଅନ୍ତର୍ଜାତୀୟ ସଂଗଠନର ବରିଷ୍ଠ ନେତାମାନେ ଯୋଗଦେବେ, ଯେଉଁଥିରେ ସ୍କିଲ ଆମ୍ବାସାଡର ତଥା ରାଜ୍ୟର ସହଭାଗୀ ଦେଶ ପ୍ରତିନିଧୀମାନେ ଯୋଗଦେବୋ
ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ, ଓଡ଼ିଶା ସରକାର, ଓଡିଶା ସ୍କିଲ୍ ଡେଭଲପମେଣ୍ଟ ଅଥରିଟି (ଓଏସଡିଏ) ସହିତ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବରସ୍ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (FICCI) ଦ୍ୱାରା ଏହି କର୍ଟେନ ରେଜର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲାା

0
0
0
s2sdefault