ସ୍ୱତନ୍ତ୍ର ସମାରୋହରେ ରାଜ୍ୟପାଳଙ୍କ ଠାରୁ ପଦକ ଗ୍ରହଣ
ଭୁବନେଶ୍ୱର/ସମ୍ବଲପୁର-ପ୍ରିୟଙ୍କା ରାଉତ, ୨୦୨୧-୨୨ ମସିହାରେ ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ,ସମ୍ବଲପୁରରେ ଅନୁଷ୍ଠିତ ହୋଇଥିବା ମାଷ୍ଟର ଅଫ ଫିଲୋସୋଫି(ଏମଫିଲ-ବାଣିଜ୍ୟ) ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ପ୍ରାପ୍ତ ଛାତ୍ରୀ ଭାବେ ଶ୍ରେଷ୍ଠତା ପ୍ରମାଣ ପତ୍ର ସହ ବିଶ୍ୱବିଦ୍ୟାଳୟ ଟପର ଭାବେ ସ୍ୱର୍ଣ୍ଣ ପଦକ ଗ୍ରହଣ କରିଛନ୍ତି । ଆଜି ଅପରାହ୍ଣରେ ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ ଠାରେ ଅନୁଷ୍ଠିତ ଏକ ଦୀକ୍ଷାନ୍ତ ସମାରୋହ (କନଭୋକେସନ)ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଓଡିଶାର ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲଙ୍କ ଠାରୁ ପ୍ରିୟଙ୍କା ଏହି ପ୍ରମାଣ ପତ୍ର ସହ ବିଶ୍ୱବିଦ୍ୟାଳୟ ଟପର ପଦକ ଗ୍ରହଣ କରିଛନ୍ତି l ପ୍ରିୟଙ୍କାଙ୍କର ଏହି ସଫଳତା ତାଙ୍କ ପରିବାର ତଥା କେନ୍ଦୁଝରବାସୀଙ୍କ ପାଇଁ ଗର୍ବର ବିଷୟ ହୋଇଛି l ତାଙ୍କର ଏହି ସଫଳତା ପାଇଁ ତାଙ୍କର ପରିବାର ଓ ବନ୍ଧୁବର୍ଗଙ୍କ ତରଫରୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି l ପ୍ରିୟଙ୍କା ରାଉତ ହେଉଛନ୍ତି କେନ୍ଦୁଝର ନିବାସୀ ଶ୍ରୀ ତାପସ ରାଉତ ଏବଂ ପ୍ରମୋଦିନୀ ରାଉତଙ୍କ କନ୍ୟା ତଥା ଖଣ୍ଡଗିରି, ଭୁବନେଶ୍ୱର ନିବାସୀ ଶ୍ରୀ ଅଭିଷେକ ଖୁଣ୍ଟିଆ ଙ୍କ ପତ୍ନୀ ତଥା ଅଶୋକ ଖୁଣ୍ଟିଆ ଏବଂ ଜ୍ୟୋତ୍ସାରାଣୀ ଖୁଣ୍ଟିଆଙ୍କର ବୋହୁ l








