ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପରିଷଦର ୪୯ତମ ବୈଠକ ବୁଧବାର ଦିନ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ବୈଠକରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଗାବରା ତିରୁପତି ରାଓ ଅଧ୍ୟକ୍ଷତା କରିଥିବା ବେଳେ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମାନ୍ୟବର ବିଧାୟକ ମୋହନା ଶ୍ରୀ ଦାଶରଥି ଗମାଙ୍ଗ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ଜିଲ୍ଲା ପରିଷଦର ଉପାଧ୍ୟକ୍ଷା ଶ୍ରୀମତୀ କୁନ୍ତଳା ମଲିକ , ମୁଖ୍ୟ ଉନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ରୋମାଞ୍ଚଳ ଖମାରୀ , ପାରଳାଖେମୁଣ୍ଡି ବନ ଖଣ୍ଡ ଅଧିକାରୀ ଶ୍ରୀ ଏସ୍.ଆନନ୍ଦ ମଞ୍ଚାସୀନ ଥିବା ବେଳେ ଜିଲ୍ଲାର ସମସ୍ତ ଜିଲ୍ଲା ପରିଷଦର ସଭ୍ୟ/ସଭ୍ୟା , ବ୍ଲକ୍ ଅଧ୍ୟକ୍ଷ / ଅଧ୍ୟକ୍ଷା , ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଲାଇନ୍ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ବୈଠକରେ ସ୍ବାଗତ ଭାଷଣ ପୂର୍ବକ ମୁଖ୍ୟ ଉନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ଖମାରୀ ସମସ୍ତ ଜିଲ୍ଲାପରିଷଦ ସଭ୍ୟ / ସଭ୍ୟା ମାନଙ୍କୁ ସ୍ବାଗତ ଜଣାଇଥିଲେ।
ମଞ୍ଚାସୀନ ସମସ୍ତ ଅତିଥି କହିଥିଲେ ଯେ ଗଜପତି ଜିଲ୍ଲାର ଯେଉଁ ଲକ୍ଷ୍ୟ ରହିଛି ତାହା ସଫଳତାର ସହିତ କାର୍ଯ୍ୟକାରୀ କରାଯାଉଛି ଏବଂ ଆଗକୁ ମଧ୍ୟ ସଫଳତାର ସହିତ କାର୍ଯ୍ୟକାରୀ ଚାଲୁରହିବ ବୋଲି କହିଥିଲେ। ଏହି ବୈଠକରେ ପୂର୍ବ ବୈଠକର ଆଲୋଚିତ ବିବରଣୀ ପଠନ ହେବା ସହିତ ଏହା ଅନୁମୋଦନ କରାଯାଇଥିଲା।
ବୈଠକରେ ସମସ୍ତ ବିଭାଗର ଆଲୋଚନା କରାଯାଇ ଅର୍ଥକରୀ ଫସଲ ଚାଷ କରାଗଲେ କୃଷି ଉନ୍ନତି ହେବା ସହ କୃଷକଗଣ ଅଧିକ ଲାଭବାନ ହୋଇପାରିବେ। ଏହି ଦିଗରେ ସରକାରୀ ସହାୟତା ସମ୍ପର୍କିତ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା। ଜିଲ୍ଲାରେ କାର୍ଯକାରୀ କରାଯାଉଥିବା ବିଭିନ୍ନ ବିଭାଗ ତଥା ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗ , ଗ୍ରାମ୍ୟ ଉନ୍ନୟନ ବିଭାଗ , ରାସ୍ତା ଓ କୋଠାବାଡ଼ି , କୃଷି ଓ କୃଷକ ସଶକ୍ତି କରଣ , ଶିକ୍ଷା , ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ , ବେସାମରିକ ଯୋଗାଣ ଓ ଖାଦ୍ୟ ପ୍ରକ୍ରିୟା କରଣ , ଜଳ ସେଚନ ପ୍ରକଳ୍ପ , ମେଗା ଜଳସେଚନ , କ୍ଷୁଦ୍ର ଜଳସେଚନ , ଛେଲିଗଡ ପ୍ରକଳ୍ପ , ଉଦ୍ୟାନ , ଜଳ ଛାୟା , ପଶୁ ସମ୍ପଦ , ମତ୍ସ୍ୟ ବିଭାଗ , ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା , ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଏବଂ ବିପଣନ ସଂସ୍ଥା (ORMAS), ଓଡ଼ିଶା ଜୀବିକା ମିଶନ , ମିଶନ ଶକ୍ତି , ସମାଜ କଲ୍ୟାଣ ଓ ଶିଶୁ କଲ୍ୟାଣ ବିକାଶ , ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ , ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି , ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା , ଜଙ୍ଗଲ ଓ ପରିବେଶ , ଶ୍ରମ ଓ ନିଯୁକ୍ତି , ଅବକାରୀ , ପରିବହନ , ବିଦ୍ୟୁତ , ଗ୍ରାମ୍ୟ ସାମାଜିକ ନିରାପତ୍ତା , କ୍ଷୁଦ୍ର ଉଦ୍ୟୋଗ ପ୍ରକ୍ରିୟା କରଣ , ପାନୀୟ ଜଳ ଓ ପରିମଳ ପ୍ରଭୃତି ବିଷୟକୁ ନେଇ ସମସ୍ତ ଜିଲ୍ଲାପରିଷଦ ସଭ୍ୟ / ସଭ୍ୟା , ବ୍ଲକ ଅଧ୍ୟକ୍ଷ / ଅଧ୍ୟକ୍ଷା ଓ ଜିଲ୍ଳାର ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ ମାନଙ୍କ ସହ ପୁଙ୍ଖାନପୁଙ୍ଖ ଆଲୋଚନା ହୋଇଥିଲା।
ରାଜ୍ୟ
୪୯ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ
- Hits: 393







