ହେଡଲାଇନସ୍:

ଝିଅମାନଙ୍କ ସୁରକ୍ଷା ଓ ନିରାପତ୍ତା ନିମନ୍ତେ ଏକ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଝିଅ ମାନଙ୍କ ନିରାପତ୍ତା ଓ ସୁରକ୍ଷା ନିୟମାବଳୀ ଉପରେ ଏକ ଦିବସୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାରେ ଥିବା ସମସ୍ତ ସରକାରୀ ତଥା ବେସରକାରୀ ବିଦ୍ୟାଳୟ ତଥା କଲେଜର ଅଧ୍ୟକ୍ଷ , ଛାତ୍ରୀନିବାସର ୱାର୍ଡେନ୍ , ସୁପରିଂଟେଣ୍ଡଣ୍ଟ ଉପସ୍ଥିତ ରହିଥିଲେ।
ଶ୍ରୀଯୁକ୍ତ ପଣ୍ଡା ତାଙ୍କ ସ୍ବାଗତ ଅଭିଭାଷଣରେ କହିଥିଲେ ଯେ ବିଭିନ୍ନ ଛାତ୍ରୀନିବାସରେ ରହୁଥିବା ଝିଅମାନଙ୍କର ସୁରକ୍ଷା ପାଇଁ ଆବଶ୍ୟକ ଥିବା ଭିତ୍ତିଭୂମି ଏବଂ ନଥିପତ୍ରକୁ ଅପଡ଼ଟ୍ ରଖିବା ସହ ଆବଶ୍ୟକ ପଞ୍ଜିକୃତ କରାଇବେ ଏବଂ ବିଭିନ୍ନ ଘଟଣାକୁ ଉପରୋକ୍ତ ଅଧିକାରୀଙ୍କ ପାଖର ଠିକ୍ ସମୟରେ ଅବଗତ କରିବେ।
ତା ପରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ରଥ ଉପସ୍ଥିତ ରହି ସରକାରଙ୍କ ଦ୍ବାରା ବିଭିନ୍ନ ସମୟରେ ତିଆରି ହୋଇଥିବା ବିଭିନ୍ନ ନିୟମାବଳୀ ଏବଂ ଶିଶୁ ଅଧିକାର ଉପରେ ବିଷେଶ ଭାବେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଡ଼. ଅଶ୍ବିନି କୁମାର ମହାପାତ୍ର ଯୋଗଦେଇ ବିଭିନ୍ନ ଘଟଣା କ୍ରମରେ ଆସୁଥିବା ଶିଶୁ ମାନଙ୍କୁ ଯଥା ସମୟରେ ଶିଶୁ ମଙ୍ଗଳ ସମିତି ଆଗରେ ଉପସ୍ଥାପନ କରିବା ଆବଶ୍ୟକ ବୋଲି ସମସ୍ତଙ୍କୁ ଅବଗତ କରିଥିଲେ।
ପରିଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସମସ୍ତ ଅଂଶଗ୍ରହଣ କାରୀଙ୍କୁ ଅନୁରୋଧ କରିଥିଲେ ଯେ ପ୍ରତ୍ୟେକ ଛାତ୍ରୀନିବାସରେ ଶିଶୁଙ୍କର ସୁରକ୍ଷା ଓ ନିରାପତ୍ତା ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ ଅଛି।
ଏହା ମଧ୍ୟ କହିଥିଲେ ଯେ ବର୍ତ୍ତମାନ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ସ୍ଥାନୀୟ ତହସିଲଦାରଙ୍କ ନେତୃତ୍ବରେ ଏକ କମିଟି ଗଠନ ହୋଇଛି ଯିଏକି ନିୟମିତ ଭାବେ ଝିଅ ମାନେ ରହୁଥିବା ଛାତ୍ରୀନିବାସକୁ ପରିଦର୍ଶନ କରିବାକୁ ଯିବେ।
ଭୁବନେଶ୍ୱର ଚାଇଲ୍ଡଲାଇନର ନିର୍ଦ୍ଦେଶକ ଶ୍ରୀ ବେଣୁଧର ସେନାପତି ସାଧନ ବ୍ୟକ୍ତି ଭାବରେ ଉପସ୍ଥିତ ଅଂଶଗ୍ରହଣକାରୀଙ୍କୁ ଛାତ୍ରୀନିବାସରେ ପାଳନ ହେବାକୁ ଥିବା ନିୟମାବଳକୁ ପ୍ରାଞ୍ଜଳଭାବରେ ବୁଝାଇବା ସହ ପ୍ରତ୍ୟେକ ଶିଶୁଙ୍କୁ ହୃଦୟର ସହିତ ବୁଝିବାର ଆବଶ୍ୟକତା ଅଛି ବୋଲି ବିଭିନ୍ନ ଉଦାହରଣ ଦେଇ ଉପସ୍ଥିତ ସମସ୍ତ ଅଂଶ ଗ୍ରହଣକାରୀଙ୍କୁ ବୁଝାଇଥିଲେ।
ପ୍ରତ୍ୟେକ ଅନୁଷ୍ଠାନରେ ଏକ ଶିଶୁ ସୁରକ୍ଷା ନିୟମାବଳୀ ରହିବା ସହ ଏଥିପାଇଁ ନିୟୋଜିତ ହୋଇଥିବା ସମସ୍ତ କର୍ମକର୍ତ୍ତାଙ୍କର ପୋଲିସ୍ ଭେରିଫିକେସନର ଆବଶ୍ୟକ ବୋଲି ତାଙ୍କ ବକ୍ତବ୍ୟରେ ବର୍ଣ୍ଣନା କରିଥିଲେ।
ଅଂଶଗ୍ରହଣ କାରୀଙ୍କ ମଧ୍ୟରେ ସରକାରୀ ପଲିଟେକିନିକ୍ ର ଅଧ୍ୟକ୍ଷ , ନବୋଦୟ ବିଦ୍ୟାଳୟର କର୍ମକର୍ତ୍ତା , କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ , ୭ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ତଥା ଅଧ୍ୟକ୍ଷା , ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟର ଛାତ୍ରୀନିବାସରର ଅଧିକ୍ଷକ , ଗୁମ୍ମା ଆଇ.ଟି.ଆଇ ର ଅଧ୍ୟକ୍ଷ , ସରକାରୀ ଏ.ଏନ୍.ଏମ୍. ଟ୍ରେନିଂ ସେଣ୍ଟର ର ଅଧିକ୍ଷକ , ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ର ଅଧ୍ୟକ୍ଷ , ଛାତ୍ରୀନିବାସର ଅଧିକ୍ଷକ , ଗଜପତି ନର୍ସିଂ କଲେଜର ଅଧିକ୍ଷକ ଏବଂ ପାରଳାଖେମୁଣ୍ଡି ସହରରେ ଥିବା ପ୍ରତ୍ୟେକ ବେସରକାରୀ ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷ ତଥା ପ୍ରଧାନ ଶିକ୍ଷକ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପରିଚାଳନା କରିଥିଲା ବେଳେ ଏହାର ସମସ୍ତ କର୍ମକର୍ତ୍ତା ଏଥିରେ ସହଯୋଗ କରିଥିଲେ।

0
0
0
s2sdefault