ହେଡଲାଇନସ୍:

ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର ୧୨୯ତମ ପ୍ରତିଷ୍ଠା ଦିବସ ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,୧୨/୦୪: ପଞ୍ଜାବ ନ୍ୟାସ୍‌ନାଲ ବ୍ୟାଙ୍କର ୧୨୯ ତମ ପ୍ରତିଷ୍ଠା ଦିବସ ଅବସରରେ ବୁଧବାର ବ୍ୟାଙ୍କର ପୋଖରୀପୁଟ ଶାଖାରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି ।
ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଏକ ୬ ଜଣିଆ ଡାକ୍ତରୀ ଟିମ୍‌ଙ୍କ ତତ୍ୱାବଧାନରେ ସମ୍ପୃକ୍ତ ଶାଖାରେ ବ୍ୟାଙ୍କ୍ କର୍ମଚାରୀଙ୍କ ସମେତ ବ୍ୟାଙ୍କକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କର ରକ୍ତଚାପ, ମଧୁମେହ ଏବଂ ଶରୀରର ସାଧାରଣ ସମସ୍ୟାର ପରୀକ୍ଷା ନିରୀକ୍ଷା କରାଯାଇଛି ।
ଏହି ସ୍ୱାସ୍ଥ୍ୟ ଶିବିରର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଭୁବନେଶ୍ୱର ପିଏନ୍‌ବି ସର୍କଲର ମୁଖ୍ୟ ଶ୍ରୀ ଚିିତରଂଜନ ପୁଷ୍ଟି, ଭୁବନେଶ୍ୱର ପିଏନ୍‌ବି ଜୋନାଲ୍ ଅଫିସର ମୁଖ୍ୟ ଶ୍ରୀ ଏ.ଉଦୟ ଭାସ୍କର ରେଡୀ, ଡେପୁଟି ଜୋନାଲ୍ ମ୍ୟାନେଜର ଶ୍ରୀ ଜନ୍ମେଜୟ ଦୀକ୍ଷିତ, ପୋଖରୀପୁଟ ସ୍ଥିତ ପିଏନ୍‌ବି ଶାଖା ମୁଖ୍ୟ (ବ୍ରାଂଚ ମ୍ୟାନେଜର) ଶ୍ରୀ ସୁରେଶ କୁମାର ସାହୁ, ଅଲ ଇଣ୍ଡିଆ ପିଏନ୍‌ବି ଅଫିସର୍ସ ଆସୋସିଏସନ୍‌ର ସାଧାରଣ ସମ୍ପାଦକ ଶ୍ରୀ ବୈଲୋଚନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଶିବିରକୁ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ମେଡିକାଲ୍ ଇଂଟର୍ଣ୍ଣ ଡାକ୍ତର ଆଦ୍ୟାଶା ଆଚାର୍ଯ୍ୟ, ଡାକ୍ତର ଏଲିନା ବାହିନିପତି ଓ ଡାକ୍ତର ସୌମ୍ୟଦୀପ୍ ମିଶ୍ରଙ୍କ ସମେତ ରୋଗୀ ସମ୍ପର୍କ ବିଭାଗ ପକ୍ଷରୁ ଶ୍ରୀ ବିଶ୍ୱଜିତ ପରିଡ଼ା, ଡାକ୍ତର ଲିଙ୍ଗରାଜ ରଥ ଓ ଇଞ୍ଜିନିୟର ପ୍ରେମନାଥ ତାଣ୍ଡି ପ୍ରମୁଖ ପରିଚାଳନା କରିଥିଲେ ।

0
0
0
s2sdefault