ନୟାଗଡ଼(ଲକ୍ଷ୍ମୀଧର ସାହୁ):ଓଡଗାଁ ବ୍ଲକର କୁରୁମ ବାଙ୍କତରା ଗ୍ରାମର ସୁମ ବସନ୍ତିଆଙ୍କ ସାନପୁଅ ପ୍ରଦ୍ୟୁମ୍ନ ବସନ୍ତିଆ (୧୩) ରକ୍ତ କର୍କଟ ରୋଗରେ ଦୀର୍ଘ ଦିନ ଧରି ପୀଡିତ ହୋଇଥିଲେ । ବାପା ନିଜର ଭିଟାମାଟିକୁ ବିକ୍ରି କରି ପୁଅକୁ ମୁମ୍ବାଇର ଏକ ବଡ଼ ହସ୍ପିଟାଲରେ ଚିକିତ୍ସା କରିବା ନିମନ୍ତେ ନିଜର ସମସ୍ତ ଅର୍ଥ ପୁଅର ଚିକିତ୍ସା ବାବଦରେ ଖର୍ଚ୍ଚ କରି ସଂପୂର୍ଣ୍ଣ ରୂପେ ଅସହାୟ ହୋଇ ପଡିଥିଲେ। ଏହି ସଂକ୍ରାନ୍ତରେ ଦୈନିକ ଖବର କାଗଜ ସମାଜ ତ।୦୨.୦୩. ୨୦୨୩ ଏବଂ ୦୩.୦୩.୨୦୨୩ ରେ ଖବର ପ୍ରସାରିତ ହୋଇଥିଲା । ଏହା ଜିଲ୍ଲା ଆଇନ ସେବା ପ୍ରାଧ୍ଵକରଣର ଦୃଷ୍ଟି ଗୋଚରକୁ ଆସିଥିଲା । ତୁରନ୍ତ ଜିଲ୍ଲା ଆଇନସେବା ପ୍ରାଧ୍ଵକରଣର ସଚିବ ବିଶେଷ କୁମାର ସାହୁ ଖବରଟିକୁ ଗମ୍ଭୀରତାର ସହ ନେଇଥିଲେ ଏବଂ ଖବରର ଗୁରୁତ୍ଵକୁ ଆଧାରକରି ଆଲୋଚନା କରିବା ସହ ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲେ। ଅବିଳମ୍ବେ, ଜିଲ୍ଲା ପ୍ରଶାସନର ସମ୍ପୃକ୍ତ ସମସ୍ତ ବିଭାଗର ଦୃଷ୍ଟି ଗୋଚରକୁ ଆଣିବା ସହିତ ଘଟଣାର ଗୁରୁତ୍ଵକୁ ବ୍ୟାଖ୍ୟା କରି ଜିଲ୍ଲାର ସମସ୍ତ ଅଧିକାରୀ ମାନଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ନିମନ୍ତେ ଅନୁରୋଧ କରିଥିଲେ। ଫଳସ୍ବରୂପ, ତା ୧୧ ଏପ୍ରିଲ ୨୦୨୩ ରିଖରେ ଜିଲ୍ଲା ପ୍ରଶାସନ ତରଫରୁ ପୀଡିତ ପ୍ରଦ୍ୟୁମ୍ନ ବସନ୍ତିଆଙ୍କ ବାପା ସୁମା ବସନ୍ତିଆଙ୍କୁ ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ରାଶି ପ୍ରଦାନ କରାଯାଇଥିବା ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଦସ୍ୟ ମହମ୍ମଦ ଓମାର ମଲ୍ଲିକ ସୂଚନା ଦେଇଛନ୍ତି।
ରାଜ୍ୟ
ରକ୍ତ କର୍କଟରେ ପୀଡିତ ବାଳକକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ରାଶି ପ୍ରଦାନ
- Hits: 248







