ହେଡଲାଇନସ୍:

ଗଞ୍ଜେଇ ଚୋରା ଚାଲାଣ ବେଳେ ୩ ଅନ୍ତଃରାଜ୍ୟ ଚୋରା ଚାଲାଣକାରୀ ଗିରଫ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ବରଗଡ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ଅବକାରୀ ବିଭାଗ ଦ୍ୱାରା ସ୍ଥାନୀୟ ଶାସ୍ତ୍ରୀଛକ ଠାରେ ସକାଳୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ୩ ଅନ୍ତଃରାଜ୍ୟ ଚୋରା ଚାଲାଣକାରୀଙ୍କୁ ଗିରଫ କରିବା ସମେତ ୨୨ କେଜି ଗଞ୍ଜେଇ ଏବଂ ଏକ ନମ୍ଵର୍ ବିହୀନ ନୂଆ ମାରୁତି ସେଲେରିଓ କାର କୁ ଜବତ କରିଛି l ଗିରଫ ତିନିଜଣ ମଧ୍ୟପ୍ରଦେଶର ଆକାଶ ସିଂ ଲୋଧି (୨୩) ଭୂପତ ସିଂ ଲୋଧି (୩୦)ଓ ସୋନି ସିଂ (୪୫) ଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଥିବା ଅବକାରୀ ଅଧିକାରୀ ଏଚ୍ ଜଗା ରାଓ ସୂଚନା ଦେଇଛନ୍ତି l

0
0
0
s2sdefault