ନବରଙ୍ଗପୁର .ଅଶୋକ ସାହୁ, ଶାସକ ପ୍ରଶାସକ.ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଗତ ମାର୍ଚ୍ଚ ମାସ ୨୦ ତାରିଖ ରୁ ଅପ୍ରେଲ ମାସ ୧୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ପାଳନ କରାଯାଉ ଥିବା ପୋଷଣ ପକ୍ଷ ଆଜି ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି ଜିଲ୍ଲା ସମାଜ କଲ୍ଯାଣ ବିଭାଗ ତରଫରୁ ସ୍ଥାନୀୟ ମିଶନ ଶକ୍ତି ସଭାଗୃହ ଠାରେ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ବୈଠକ ପ୍ରମ୍ଭରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ଵର୍ଣ୍ଣଲତା ବିଶ୍ବାସ ଜିଲ୍ଲାରେ ଅତି ଉତ୍ତମ ଭାବରେ ପୋଷଣ ପକ୍ଷ ପାଳିତ ହୋଇଥିବାରୁ ଜିଲ୍ଲାର ସମସ୍ତ ଅଧିକାରୀ ମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ । ଏହି ଉଦଯାପନୀ କାର୍ଯ୍ୟକ୍ରମରେ ଜିଲ୍ଲାପା ଡଃ ମିଶ୍ର ସମାଜରୁ କୁପୋଷଣ କୁ ସଂପୂର୍ଣ୍ଣ ରୂପେ ଦୂରେଇବା ପାଇଁ ହେଲେ ବିଶେଷ କରି ମା ଓ ଶିଶୁଙ୍କର ପୋଷଣ ନିମନ୍ତେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ନୀତିଦିନିଆ ସୁସ୍ଥ ଖାଦ୍ଯ ପାଇଁ ଶ୍ରୀ ଅନ୍ନ ମାଣ୍ଡିଆ ର ବହୁଳ ବେବହାର କରିବାକୁ ପରାମର୍ଶ ଦେଇଥଲେ । ଅନ୍ୟତମ ଅତିଥି ଭାବରେ ଜିଲ୍ଲା କୃଷି ଅଧିକାରୀ ଗୋକୁଳ ବେହେରା ଯୋଗଦେଇ ବର୍ତ୍ତମାନ ସମୟରେ ବଜାରରେ ମିଳୁଥିବା ପାଷ୍ଟଫୁଡୁ ପ୍ରତି ପିଲାମାଙ୍କର ଆଗ୍ରହକୁ କମାଇ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା କ୍ଷୁଦ୍ରସଶ୍ଯ ଯଥା ମାଣ୍ଡିଆ, ସୁଆଁ , ବାଜରା ଓ ମକାରେ ଖାଦ୍ଯ ପ୍ରସ୍ତୁତ କରି ପିଲାମାଙ୍କୁ ଦେବାପାଇଁ ବୁଝାଇ ଥିଲେ । ଆକ୍ସନଏଡ ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ ଜିଲ୍ଲାରେ କିଶୋରୀ ବାଳିକା ମାନଙ୍କର ସ୍ୱାସ୍ଥ୍ୟର ଉନ୍ନତି ଦିଗରେ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ଖାଦ୍ୟ ସନ୍ତୁଳିତ ଆହାର ର ଗୁରୁତ୍ଵ ଏବଂ ଜିଲ୍ଲାରେ ବାଲ୍ୟବିବାହ ଯୋଗୁଁ କମ ବୟସରେ ମାତୃତ୍ଵ ଲାଭ କରି କୁପୋଷିତ ମା ଓ ଶିଶୁ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ରୋକିବା ପାଇଁ ଜିଲ୍ଲାର ସମସ୍ତ ବିଭାଗ ଗୁଡିକ ସମିଳିତ ଭାବରେ କିପରି କାର୍ଯ୍ୟ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ମଧ୍ୟରେ ଜିଲ୍ଲା କୃଷି ଅଧିକାରୀ ଜି ଭେଙ୍କଟ ରେଡି , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ଚିକିତ୍ସା ଅଧିକାରୀ ଡା ବେହେରା , ପ୍ରୋଟେସନ ଅଫିସର ବାଳା ପଦ୍ମା , ଅଧକ୍ଷ୍ୟା ମହିଳା ମହା ବିଦ୍ୟାଳୟ ମାଲେଶ୍ଵରୀ ସାହୁ ,ସିଡ଼ିପିଓ ଏସେ ଗୀତା, ସୁରମା ମହାପାତ୍ର , ଶୈଳେନ୍ଦ୍ରି ମହାନନ୍ଦ , ଗୀତା ମହାରଣା , ସଂଯୁକ୍ତା ବେହେରା, ଗୀତାଞ୍ଜଳି ମିଶ୍ର , କାଞ୍ଚନପଣ୍ଡା , ବିରଜା ମୋହିନୀ ପାଙ୍ଗି, ଜିଲ୍ଲା ମମତା ସଂଯୋଜକ ବିଶୋଜିତି ମହାନ୍ତି ,ଜିଲ୍ଲା ମିଲେଟେ ମିସନ ସଂଯୋଜକ ମୃତୁଞ୍ଜୟ କନ୍ଧପାଣି, ସହାୟକ ମିଲେଟେ ମିସନ ସଂଯୋଜକ ବି ରାଜେଶ୍ଵର ରେଡି ପୋଷଣ ସଂଯୋଜକ ହେମରାଜ ଦଣ୍ଡସେନା , ଆଶୁତୋଷ ମିଶ୍ର ଏବଂ ଜିଲ୍ଲା ସମାଜ କଲ୍ଯାଣ ବିଭାଗର ସୁପରଭାଇଜର ଆଲୋଚନାରେ ଅଂଶଗ୍ରହଣ କରି ଜିଲ୍ଲାରେ କୁପୋଷଣ କୁ କିପରି ସଂପୂର୍ଣ୍ଣ ସମାପ୍ତ ଦିଗରେ ନିଜର ମତାମତ ପ୍ରଦାନ କରିଥିଲେ । କାର୍ଯ୍ୟ କ୍ରମ ଅବସର ରେ ସ୍ଵୟଂ ସହାୟକ ଗୋଷ୍ଠିଙ୍କ ମାନଙ୍କ ଦ୍ଵାରା ମାଣ୍ଡିଆ ରେ ପ୍ରସ୍ତୁତି ବିଭିନ୍ନ ପ୍ରକାର ପୋଷଣ ଯୁକ୍ତ ଖାଦ୍ଯର ପଦର୍ଶନୀ କରାଯାଇ ଥିଲା । ଶେଷରେ ପଦର୍ଶନୀ ଭାଗନେଇଥିବା ସ୍ଵୟଂ ସହାୟକ ଗୋଷ୍ଟି , ଜିଲ୍ଲାରେ ପୋଷଣ ପକ୍ଷରେ ଉତ୍ତମ ପଦର୍ଶନୀ କରିଥିବା ଅଙ୍ଗନବାଡି କର୍ମୀ , ବକୃତା ପ୍ରତିଯୋଗୀତା ଭାଗନେଇଥିବା କୃତି କିଶୋରୀ ମାନଙ୍କୁ ଜିଲ୍ଲାପାଳ ଡଃ ମିଶ୍ର ମାନପତ୍ର ସହିତ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଶେଷରେ ନନ୍ଦହାଣ୍ଡି ସିଡିପିଓ ଶସ୍ମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।











