ବରଗଡ :- ଆଜି ବରଗଡ଼ ଜିଲ୍ଲାର ପାଇକମାଲ ବ୍ଲକ, ବିଜେପୁର ବ୍ଳକ ଓ ବରଗଡ଼ ସହରର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାଅନୁଷ୍ଠାନ ମାନଙ୍କରେ ଆୟୋଜିତ ଉତ୍ସବରେ ଯୋଗ ଦେବା ସହିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଲେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲ l
ଆଜି ବରଗଡ ଜିଲ୍ଲାକୁ ସକାଳ 9 ଟା 45 ମିନିଟରେ ପହଞ୍ଚିଲେ ରାଜ୍ୟପାଳ | ବରଗଡ଼ ଜିଲା ପାଇକମାଳ ସ୍ଥିତ ଯମୁନା କନ୍ଧୁଣୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଅନୁଷ୍ଠିତ ରୌପ୍ୟଜୟନ୍ତୀ ସମାରୋହରେ ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ପ୍ରଥମେ ସେ ଭଗବାନ ନୃସିଂହନାଥଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରିଥିଲେ ଏବଂ ସ୍ବାଗତ ସଙ୍ଗୀତ ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ରାଜ୍ୟପାଳ ରାମାୟଣ, ମହାଭାରତରୁ ଅନେକ ଶିକ୍ଷଣୀୟ, ଉପାଦେୟ କଥା ଉପସ୍ଥିତ ଛାତ୍ରୀଙ୍କୁ କହିଥିଲେ । ଭାରତର ଝିଅ ଦୁନିଆର ସବୁକିଛି କରିପାରିବ ବୋଲି ସେ କହିବା ସହିତ ‘ହମ୍ ଭାରତ ମାତା କି ବେଟି ହେ ହମ୍ କିସୀ କୋ ନହିଁ ଡରେଁଗେ, ହମ ସବ କୁଛ କରେଁଗେ’ ବୋଲି କହିଥିଲେ। ଏହି ଅବସରରେ ସ୍ଥାନୀୟ କସ୍ତୁରବା ଗାନ୍ଧୀ ମାତୃନିକେତନର ନିରୁପମା ମହାପାତ୍ରଙ୍କୁ ରାଜ୍ୟପାଳ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।ପାଇକମାଲ ରେ କାର୍ଯ୍ୟକ୍ରମ ସମାପ୍ତ ହେବାପରେ ଶ୍ରୀ ଗଣେଶୀ ଲାଲ ବିଜେପୁର ବ୍ଲକ ସମଲେଇପଦର ର Govt. UG High School ଓ ତୁଲଣ୍ଡି ର Govt. Primary School ରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ l ସେହିପରି ଅପରାହ୍ନ 4 ଟା ରେ ବରଗଡ଼ ର ବିକାଶ ଶିକ୍ଷା ଅନୁଷ୍ଠାନର ସୋସିଆଲ ୱେଲଫେୟାର ଏଣ୍ଡ କମ୍ୟୁନିଟି ସ୍କୁଲ ବିଲଡିଙ୍ଗ ନିର୍ମାଣର ଶିଳାନ୍ୟାସ କରିଥିଲେ ରାଜ୍ୟପାଳ ଗଣେଶୀ ଲାଲ | ବିକାଶ ଅନୁଷ୍ଠାନ ପକ୍ଷରୁ ବର୍ତମାନ 400 ଗରିବ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷାଦାନ ସହିତ ଖାଦ୍ୟ ପ୍ରଦାନ କରାଯାଉଥିବାବେଳେ ଆସନ୍ତା 2 ବର୍ଷ ରେ ଯେପରି 2000 ଗରିବ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷା ପ୍ରଦାନ କରାଯିବ ସେହି ଉଦ୍ୟେଶରେ ନିର୍ମାଣ ହେବାକୁ ଥିବା ସୋସିଆଲ ୱେଲଫେୟାର ଏଣ୍ଡ କମ୍ୟୁନିଟି ସ୍କୁଲ ବିଲଡିଙ୍ଗର ଶିଳାନ୍ୟାଶ କରିଥିଲେ ରାଜ୍ୟପାଳ | ବରାହଗୁଡା ସ୍ଥିତ ବିକାଶ ଶିକ୍ଷା ଅନୁଷ୍ଠାନର ଅଡିଟୋରିଅମ ଠାରେ ହୋଇଥିବା ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ମୁଖ୍ୟ ଅତିଥି ଭାବେ ଯୋଗଦାନ ଦେଇଥିବା ବେଳେ ତାଙ୍କ ସହିତ ବରଗଡ ଜିଲ୍ଲାପାଳ ମନୀଷା ବାନାର୍ଜୀ , ବରଗଡ ଏସ୍ପି ପ୍ରହଲାଦ ସହାଇ ମୀନା ପ୍ରମୁଖ ଉପସ୍ଥିତ ଥିଲେ ।
ରାଜ୍ୟ
ବରଗଡ଼ ଜିଲ୍ଲାରେ ଗସ୍ତରେ ଓଡ଼ିଶାର ମହାମହିମ ରାଜ୍ୟପାଳ
- Hits: 590











