ହେଡଲାଇନସ୍:

ସୁଧ ଟଙ୍କାକୁ ନେଇ ହତ୍ୟାକାଣ୍ଡ, ତିନି ଆସାମୀଙ୍କୁ ଆଜୀବନ କାରାଦଣ୍ଡ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼,୨୪/୩:ଏକ ହତ୍ୟା ମାମଲାରେ ନୟାଗଡ଼ ଜିଲ୍ଲା ଦୌରାଜଜ ରୁପଶ୍ରୀ ଚୌଧୁରୀ ବାପା-ମା' ଓ ପୁଅକୁ ଆଜୀବନ କାରାଦଣ୍ଡ ସହିତ ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କା ଜୋରିମନା ପ୍ରଦାନ ସହିତ ଜୋରିମନା ଅନାଦେୟ ପ୍ରତ୍ୟେକ ଅଭିଯୁକ୍ତଙ୍କୁ ଅଧୂକ ୬ ମାସ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ଅଦାଲତ ରାୟ ଶୁଣାଇଛନ୍ତି । ସୁଚନାନୁସାରେ ସୁଧ ଟଙ୍କାକୁ କେନ୍ଦ୍ର କରି ଇଟାମାଟି ଥାନା ଗଦାଧରପ୍ରସାଦ ଗ୍ରାମରେ ୨୦୨୧ ମସିହା ମାର୍ଚ୍ଚ ୨୭ ତାରିଖରେ ରାତିରେ ଏକ ହତ୍ୟାକାଣ୍ଡ ଘଟିଥିଲା । ଗଦାଧରପ୍ରସାଦ ଗ୍ରାମର ରମେଶ ଚନ୍ଦ୍ର ମୁଦୁଲି (୪୪)ଙ୍କୁ ଗୋବିନ୍ଦପୁର ଗ୍ରାମର ଗୋଲକ ରାଉତ(୪୯), ପତ୍ନୀ ଶାନ୍ତିଲତା ରାଉତ(୪୩) ଏବଂ ତାଙ୍କ ପୁତ୍ର ଲକ୍ଷ୍ମୀଧର ରାଉତ ବୟସ (୨୩) ବିଭିନ୍ନ ମାରଣାସ୍କରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଏନେଇ ଇଟାମାଟି ଥାନାରେ ମାମଲା ରୁଜୁ କରାଯାଇଥିଲା । ଅଭିଯୁକ୍ତ ମାନଙ୍କ ନାମରେ ପୁଲିସ ମାମଲା ରୁଜୁ କରି ଅଦାଲତରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲା । ଏହି ମାମଲା ଜିଲ୍ଲା ଦୌରାଜଜ ଅଦାଲତରେ ବିଚାର କରାଯାଇ ରାୟ ପ୍ରକାଶ ପାଇଛି । ୯ ଜଣ ସାକ୍ଷୀଙ୍କ ଜମାନବନ୍ଦୀ, ପୁଲିସ ଓ ଡାକ୍ତରୀ ରିପୋର୍ଟ ଏବଂ ସରକାରୀ ଓକିଲ ବିଷ୍ଣୁ ପ୍ରସନ୍ନ ମହାପାତ୍ରଙ୍କ ଦୃଢ଼ ଯୁକ୍ତିକୁ ତର୍ଜମା କରି ଜିଲ୍ଲା ଦୌରାଜଜ ରୂପଶ୍ରୀ ଚୌଧୁରୀ ଉପରୋକ୍ତ ରାୟ ଶୁଣାଇଛନ୍ତି ।

0
0
0
s2sdefault