ବୀରମହାରାଜପୁର,( ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ପ୍ରସିଦ୍ଧ ଶୈବ ପୀଠ ଚମ୍ପାମାଲ ସ୍ଥିତ ବାବା ଚମ୍ପେଶ୍ୱର ମନ୍ଦିରରେ ପଞ୍ଚାଦୋଳ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ହେବା ସହ ଏକ କମିଟୀ ଗଠନ ହୋଇଥିବା ଜଣାଯାଇଛି। ଚଳିତ ବର୍ଷ ଯାତ୍ରା ପାଇଁ ସଭାପତି ଭାବରେ କିଶୋର ହୋତାଙ୍କୁ ପୁନର୍ବାର ଦାୟିତ୍ୱ ଦେଇଥିବାବେଳେ ଉପ ସଭାପତି ଭାବରେ ବିଶ୍ଵନାଥ ଥନାପତି, ସମ୍ପାଦକ ଭାବରେ ପ୍ରମୋଦ ପୁରୋହିତ, ସହ ସମ୍ପାଦକ ମଣ୍ଟୁ ପଧାନ, କୋଷାଧକ୍ଷ ଭାବରେ ଭୋଳା ସେଠି, ରବି ଚନ୍ଦ୍ର ଥନାପତି ଙ୍କୁ ମନୋନୀତ କରାଯାଇଛି l ଚଳିତ ବର୍ଷ ଦୋଳ ଯାତ୍ରା କୁ ସୁଚାରୁରୂପେ ପରିଚାଳନା କରିବା ସହିତ ଅଧିକ ଆକର୍ଷଣୀୟ କରିବାକୁ ଆଲୋଚନା ହୋଇଥିଲା l ଏଥି ସହିତ ରାମକୃଷ୍ଣ ହୋତା, ବିଦ୍ୟାଧର ଥନାପତି ପ୍ରମୁଖ ଙ୍କୁ ଉପଦେଷ୍ଟା ଭାବରେ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା l ପ୍ରତ୍ୟେକ ସନ୍ଧ୍ୟା ରେ ୫ ଦିନ ବ୍ୟାପି ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯିବାକୁ ନିଷ୍ପତି ନିଆ ଯାଇଥିଲା l
ରାଜ୍ୟ
ଦୋଳଯାତ୍ରା ପାଇଁ ପ୍ରସ୍ତୁତି ବୈଠକ, ନୂତନ କମିଟି ଗଠିତ
- Hits: 98