ହେଡଲାଇନସ୍:

ଆମ୍ବ ଗଛରୁ ପଡ଼ି ଯୁବକଙ୍କ ମୃତ୍ୟୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, ୧୩।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ବାହାଡ଼ାଝୋଲା ଫାଣ୍ଡି ଅଞ୍ଚଳର କାଳିଆମ୍ବା ଗ୍ରାମରେ ଏକ ଦୁର୍ଘଟଣାଜନିତ ମୃତ୍ୟୁ ଘଟିଛି। ଗ୍ରାମର ଗୋଡ଼ିବନ୍ଧ ସାହିର ପଛପାଖରେ ଥିବା ଆମ୍ବଗଛରୁ ଅମୂଲ୍ୟ ନାୟକ (୪୬) ଆମ୍ବ ତୋଳୁଥିବା ବେଳେ ଗଛରୁ ଖସି ପଡ଼ି ପ୍ରାଣ ହରାଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ବୁଧବାର ସକାଳେ ଅମୂଲ୍ୟ ନିଜ ଘର ପଛପଟେ ଥିବା ଆମ୍ବ ଗଛରେ ଚଢ଼ି ଆମ୍ବ ତୋଳୁଥିଲେ। ତାଙ୍କ ସହ ଅନ୍ୟ ଜଣେ ବ୍ୟକ୍ତି ତଳେ ରହି ଆମ୍ବ ସଂଗ୍ରହ କରୁଥିଲେ। କିଛି ସମୟ ଧରି ଆମ୍ବ ତୋଳିବା ପରେ ଅସାବଧାନତାବଶତଃ ସେ ହଠାତ୍ ଗଛରୁ ତଳକୁ ଖସି ପଡ଼ିଥିଲେ। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ପ୍ରଥମେ ତାଙ୍କୁ ବାହାଡ଼ାଝୋଲା ଓ ପରେ ଓଡ଼ଗାଁ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଶବ ବ୍ୟବଚ୍ଛେଦ ପାଇଁ ପରାମର୍ଶ ଦିଆଯାଇଥିଲେ ମଧ୍ୟ କୌଣସି କାରଣରୁ ପରିବାର ଲୋକେ ବ୍ୟବଚ୍ଛେଦ ନକରାଇ ଶବକୁ ଘରକୁ ନେଇଯାଇଥିବା ଜଣାପଡ଼ିଛି।

0
0
0
s2sdefault