ହେଡଲାଇନସ୍:

ଓଡ଼ଗାଁ କଦଳୀବନ୍ଧ ଅଜିତ୍ ହତ୍ୟାକାଣ୍ଡ ଘଟଣାର ହେଲା ରିକ୍ରିଏସନ;

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ପୋଲିସକୁ ଘଟଣାର ଡେମୋ ଦେଖାଇଲେ ୪ ଅଭିଯୁକ୍ତ


ଓଡ଼ଗାଁ, ୧୩।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ କଦଳୀବନ୍ଧ ଗ୍ରାମ ସମ୍ମୁଖ ୨୧ ନମ୍ବର ରାଜ୍ୟ ରାଜପଥରେ ରବିବାର ବିଳମ୍ବିତ ରାତିରେ ଘଟିଥିବା ଚାଞ୍ଚଲ୍ୟକର ଅଜିତ୍ ସାହୁ ହତ୍ୟାକାଣ୍ଡ ଘଟଣାର ରିକ୍ରିଏସନ ବୁଧବାର ସକାଳେ ଅନୁଷ୍ଠିତ ହୋଇଯାଇଛି। ପୋଲିସ ସାମ୍ନାରେ ଅବୈଧ ମାଙ୍କଡ଼ା ପଥର ଖଣି ଖନନ ଓ ପରିବହନକୁ କେନ୍ଦ୍ର କରି ଘଟିଥିବା ବର୍ବୋରଚିତ ହତ୍ୟାକାଣ୍ଡର ପୁନଃ ସ୍ୱରୁପ ଦେଖାଇଥିଲେ (ଡେମୋ) ୪ ଅଭିଯୁକ୍ତ ‌। ଶରଣକୁଳ ଏସଡିପିଓ ଦୀପ୍ତିକାନ୍ତ ପ୍ରଧାନ, ଓଡ଼ଗାଁ ଆଇଆଇସି ସତ୍ୟନାରାୟଣ ବାରିକ ଏବଂ ସବ୍‌ଇନ୍ସପେକ୍ଟର ଚକ୍ରଧର ସିଂଙ୍କ ଉପସ୍ଥିତିରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅଭିଯୁକ୍ତମାନଙ୍କୁ ଘଟଣାସ୍ଥଳକୁ ନିଆଯାଇଥିଲା। ଚୋରା ମାଙ୍କଡ଼ା ପଥର ଖାଲି କରିଥିବା କଦଳୀବନ୍ଧର ଗଳି ରାସ୍ତାରୁ କିପରି ସେମାନେ ମୁଖ୍ୟ ରାସ୍ତାକୁ ଆସିଥିଲେ ଓ ପରବର୍ତ୍ତୀ ସମୟରେ କିପରି ହତ୍ୟାକାଣ୍ଡ ଘଟାଇଥିଲେ, ତାହାର ସମ୍ପୂର୍ଣ୍ଣ ପୁନରାବୃତ୍ତି ଦେଖାଇଥିଲେ । ଏହି ସମୟରେ ଅଜିତଙ୍କ ଏକ ପ୍ରତୀକାତ୍ମକ ମୂର୍ତ୍ତିକୁ ଧରି ଅଭିଯୁକ୍ତ ମହନ୍ତ ଘଟଣା ଘଟାଇବା ଦିନ କିପରି ତାଙ୍କୁ ମାଡି ଧରିଥିଲେ ଏବଂ ଅନ୍ୟ ଅଭିଯୁକ୍ତ ମାନସ ବେହେରା ତାଙ୍କୁ ଖଣ୍ଡାରେ କିପରି ଆକ୍ରମଣ ହାଣିଥିଲା, ତାହାର ସ୍ୱରୁପ ପୋଲିସକୁ ଦେଖାଇଥିଲା। ଘଟଣା ଘଟାଇବା ପରେ ଅଭିଯୁକ୍ତମାନଙ୍କୁ ଏକ ସୁଇଫ୍ଟ ଡିଜାୟର କାର୍ (ଓଡି ୧୩ ଜେ ୧୧୧୩) ଯୋଗେ ଢେଙ୍କାନାଳ ଜିଲ୍ଲାର ଭାପୁର ଗ୍ରାମକୁ ନେଇଥିବା ଖଣ୍ଡପଡ଼ା ଚଉପାଲି ଅଞ୍ଚଳର ଡ୍ରାଇଭର ନରେଶ ବିଶୋଇଙ୍କୁ ମଧ୍ୟ ପୋଲିସ ଦଶପଲ୍ଲାରୁ ଗିରଫ କରିଥିଲା । ଏହାସହ ଧୋବା ସାହିର ଶ୍ରୀଧର ସାହୁଙ୍କୁ ମଧ୍ୟ ପଚରାଉଚରା ପରେ ଛାଡ଼ି ଦେଇଥିଲା। ପୁନଃ ସ୍ୱରୁପ (ଡେମୋ) କାର୍ଯ୍ୟକ୍ରମ ସରିବା ପରେ ଗିରଫ ହୋଇଥିବା ଅଭିଯୁକ୍ତ ଓଡ଼ଗାଁ ନିତ୍ୟାନନ୍ଦ ସାହିର ପୂର୍ଣ୍ଣଚନ୍ଦ୍ର ନାୟକ, ରୋହିବାଙ୍କ ଧୋବା ସାହିର ମହନ୍ତ ନାୟକ, ମାନସ ବେହେରା ଓ ଡ୍ରାଇଭର ନରେଶ ବିଶୋଇଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିଲା। ସେଠାରେ ଜାମିନ ଅଗ୍ରାହ୍ୟ ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ପୋଲିସ ସୂଚନାନୁସାରେ, ଗତ ରବିବାର ବିଳମ୍ବିତ ରାତି ପ୍ରାୟ ୧୨ଟା ୫୦ ମିନିଟ ସମୟରେ ମୃତକ ଅଜିତ ସାହୁ ଓ ତାଙ୍କ ସହଯୋଗୀ ସନ୍ତୋଷ କୁମାର ପ୍ରଧାନ କଦଳୀବନ୍ଧ ଅଞ୍ଚଳର ଏକ ଗଳିକୁ ଆସିଥିବା ମାଙ୍କଡ଼ା ପଥର ବୋଝେଇ ଦୁଇଟି ୪୦୭ ଟ୍ରକକୁ ଅଟକାଇଥିଲେ। ଏହାକୁ କେନ୍ଦ୍ର କରି ଟ୍ରକ ମାଲିକ ଦୀପୁ ଓରଫ ପୂର୍ଣ୍ଣଚନ୍ଦ୍ର ନାୟକ ଘଟଣା ସ୍ଥଳରେ ପହଞ୍ଚି ଆଲୋଚନା କରିଥିଲେ । ହେଲେ ସେଥିରୁ ଉଭୟପକ୍ଷ ମଧ୍ୟରେ କୌଣସି ସମାଧାନର ରାସ୍ତା ବାହାରି ନଥିଲା । ଏଣୁ ଖବର ପାଇ ଅନ୍ୟ ଅଭିଯୁକ୍ତ ମାନେ ଏକ ବୋଲେରୋ ଓ ଗୋଟିଏ ମୋଟର ସାଇକେଲରେ ସେଠାରେ ପହଞ୍ଚି ଯାଇଥିଲେ । ଏବଂ ପରେ ଉଭୟ ପକ୍ଷ ମଧ୍ୟରେ ତୀବ୍ର ବଚସା ଆରମ୍ଭ ହୋଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ଏହି ସମୟରେ ଜଣେ ଅଭିଯୁକ୍ତ ବୋଲେରୋ ଗାଡ଼ିରୁ ଏକ ଖଣ୍ଡା ବାହାର କରିଥିବା ବେଳେ ଅନ୍ୟ ଜଣେ ଅଜିତଙ୍କୁ ମାଡ଼ି ଧରି ରଖିଥିଲେ। ଏବଂ ଅଭିଯୁକ୍ତ ମାନସ ଏକ ଖଣ୍ଡାରେ ମୃତ ଅଜିତ୍ ଉପରେ ଚୋଟପରେ ଚୋଟମାରି ଅଜିତକୁ ହାଣି ଚାଲିଥିଲା । ଏଥିରେ ଅଜିତଙ୍କ ଡାହାଣ ହାତ କଟିଯାଇଥିବା ସହ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଥିଲା ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଉକ୍ତ ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା। ଏବଂ ସ୍ଥାନୀୟ ଲୋକେ ଦୀର୍ଘ ସମୟ ଧରି ରାସ୍ତାରୋକ କରି ଦୋଷୀଙ୍କୁ ଗିରଫ କରିବା ସହ ଅବୈଧ ପଥର ଖଣି ବନ୍ଦ କରିବାକୁ ଦାବି କରିଥିଲେ। ପରିସ୍ଥିତିକୁ ଗୁରୁତ୍ୱ ଦେଇ ଏସପିଙ୍କ ନିର୍ଦ୍ଦେଶରେ ଏକାଧିକ ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇ ଥିଲା। ଘଟଣାର ୨୪ ଘଣ୍ଟା ମଧ୍ୟରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ତେବେ ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଶରଣକୁଳ ଏସଡିପିଓ କରିଥିଲେ ।

0
0
0
s2sdefault