ହେଡଲାଇନସ୍:

ସିଏମ୍ ଟ୍ରୋଫି ଫୁଟବଲ ଇଣ୍ଟର ଡିଷ୍ଟ୍ରିକ୍ଟ ପ୍ରତିଯୋଗିତା – ୨୦୨୬

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୁଖ୍ୟମନ୍ତ୍ରୀ କପ୍ (ସିଏମ୍ ଟ୍ରୋଫି)–୨୦୨୬ ଅବସରରେ ଓଡ଼ିଶାର ଗଜପତି ଜିଲ୍ଲାରେ ୧୪ ବର୍ଷରୁ କମ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ , ଗଜପତି ଫାଲୁଗୁନୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ପ୍ରଥମ ଦିନରେ ମୋଟ ୩ ଗୋଟି ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ବାଳକ ବର୍ଗ ମ୍ୟାଚ ରେ ଗଜପତି ସ୍ପର୍ଟସ କ୍ଲବ ଏବଂ ମୋହନା ଦଳ ବିଜୟୀ ହେଇଥିବା ବେଳେ ବାଳିକା ବର୍ଗରେ ପିମ୍ ଶ୍ରୀ ଗୋଷାଣି ଦଳ ବିଜୟୀ ହୋଇଥିଲେ।
( ଆଜି) ଦ୍ଵିତୀୟ ଦିନରେ ଅନୁଷ୍ଠିତ ବାଳକ ବର୍ଗ ଫାଇନାଲ ମ୍ୟାଚ ରେ ଜୀବା ଟାଇଗର ଦଳ ୧-୦ ଗୋଲ ରେ ଗଜପତି ସ୍ପୋର୍ଟ୍ସ କ୍ଲବ କୁ ହରାଇ ଚାମ୍ପିୟନ ହୋଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀ ଡ. ମାୟାଧର ସାହୁ ଚାମ୍ପିୟନ ଦଳ କୁ ଟ୍ରଫି ପ୍ରଦାନ କରିଥିଲେ। ଆସନ୍ତା କାଲି ବାଳିକା ବର୍ଗ ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।
ପ୍ରତିଯୋଗିତାରେ ସମସ୍ତ ଦଳ ଉତ୍କୃଷ୍ଟ କ୍ରୀଡ଼ା କୌଶଳ , ଦଳୀୟ ସମନ୍ୱୟ ଓ ଶୃଙ୍ଖଳାବଦ୍ଧ ଖେଳ ପ୍ରଦର୍ଶନ କରିଥିଲେ। ଆୟୋଜକମାନଙ୍କ ପକ୍ଷରୁ ମାଇଦାନ ବ୍ୟବସ୍ଥା , ରେଫେରୀ ପରିଚାଳନା , ସମୟ ସୂଚୀ ପାଳନ ଓ ଖେଳ ପରିଚାଳନା ସୁଚାରୁ ଭାବରେ କରାଯାଇଥିଲା। ଖେଳାଳୀମାନଙ୍କ ପାଇଁ ଆବଶ୍ୟକ ସୁବିଧା ସହିତ ନିରାପତ୍ତା ବ୍ୟବସ୍ଥା ମଧ୍ୟ ନିଶ୍ଚିତ କରାଯାଇଥିଲା। ଦର୍ଶକମାନେ ଉତ୍ସାହର ସହ ଖେଳକୁ ଉପଭୋଗ କରିଥିଲେ।

0
0
0
s2sdefault