ହେଡଲାଇନସ୍:

ଆବାସ ଯୋଜନା ଅନିୟମିତତା କୁ ନେଇ ବିଡ଼ିଓ ଙ୍କ କାର୍ଯ୍ୟାଳୟ ଘେରିଲେ ଯୋଜନା ରୁ ବାଦ ପଡ଼ିଥିବା ଶତାଧିକ ମହିଳା |

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାମାକ୍ଷାନଗର/ରିତେଶ ବ୍ରହ୍ମା:କାମାକ୍ଷା ନଗର ବ୍ଲକ ରେ ଆବାସ ଯୋଜନା ଅନିୟମିତତା କୁ ନେଇ ବିଡ଼ିଓ ଙ୍କ କାର୍ଯ୍ୟାଳୟ ଘେରିଲେ କାଦୁଆ ପଂଚାୟତ ର ଆବାସ ଯୋଜନା ରୁ ବାଦ ପଡ଼ିଥିବା ଶତାଧିକ ମହିଳା |ସୂଚନା ମୁତାବକ ଗ୍ରାମପଂଚାୟତ ର ମୋଟ ୧୭୫ ଜଣକ ନାମ ତାଲିକା ରେ ଥିବା ବେଳେ, ସେଥିମଧ୍ୟରୁ ୯୨ ଜଣ ଅଯୋଗ୍ୟ ହିତାଧିକାରୀ ବୋଲି ଉଭୟ ଅନଲାଇନ ଓ ଅଭିଯୋଗ ବାକ୍ସ ରେ ଅଭିଯୋଗ ହୋଇଥିଲା |ତେବେ ସେହି ଅଭିଯୋଗ ଆଧାର ରେ ବିଭାଗୀୟ ଅଧିକାରୀ ତଦନ୍ତ କରି ସେଥିରୁ ମାତ୍ର ୬ଜଣକୁ ଛାଡି ସମସ୍ତ ଙ୍କ ନାମ ତାଲିକା ରୁ ବାଦ ଦେଇଛନ୍ତି |ତେବେ ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନା ରୁ ବାଦ ଦିଆଯାଇଥିବା ବେଳେ, ଅନେକ ଅଯୋଗ୍ୟ ହିତାଧିକାରୀଙ୍କ ନାମ ଏବେବି ତାଲିକା ରେ ରହିଛି |ଯାହାକୁ ନେଇ ଗ୍ରାମର ଶତାଧିକ ମହିଳା ମାନେ କ୍ଷୁବ ହୋଇ ଆଜି କାମକ୍ଷାନାଗାର ବିଡ଼ିଓ ଙ୍କ କାର୍ଯ୍ୟଳୟ ଘେରିଛନ୍ତି |ତେବେ ସଠିକ ଭାବେ ପୁନଃ ତଦନ୍ତ ପାଇଁ ସେମାନେ ଦାବି କରି ବିଡ଼ିଓ ଙ୍କ କାର୍ଯ୍ୟଳୟ ଘେରାଉ କରି ଧାରଣା ରେ ବସିଛନ୍ତି |ତେବେ ଦୀର୍ଘ ୩ ଘଣ୍ଟା ଧରି ମହିଳା ମାନେ ଧାରଣା ଦେଇଥିବା ବେଳେ, ବର୍ତ୍ତମାନ ସୁଦ୍ଧା କୌଣସି ପ୍ରଶାନିକ ଅଧିକାରୀ ସେମାନଙ୍କ ନିକଟରେ ପହଂଚି ନାହାନ୍ତି |

0
0
0
s2sdefault