ବିଂଝାଲ ସମାଜ ର ବାର୍ଷିକ ସମ୍ମିଳନୀ: ସଭାସ୍ଥଳରେ ଦିବଂଗତ ବିଧାୟକ ଓ ମନ୍ତ୍ରୀ ଙ୍କୁ ଶ୍ରଦ୍ଧାଞ୍ଜଳି
ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ମୁଖ୍ୟତଃ ଆଦିବାସୀ ବହୁଳ ଅଟେ । ଆଦିବାସୀ ମାନଙ୍କର ମଧ୍ୟରେ ସିଂହଭାଗ ବିଂଝାଲ ସମ୍ପ୍ରଦାୟର ଅଟନ୍ତି । ସରଳ ନିଷ୍କପଟ ଏହି ସମାଜ ନିଜର ପୂର୍ବ ପୁରୁଷଙ୍କ ବିରତା କୁ ଗର୍ବ କରିଥାନ୍ତି । ବିର ସହିଦ ମାଧୋ ସିଂ ଙ୍କର ଏହି ସମାଜର ଜୀବନ ଯାପନ ଶୈଳୀ ଅତ୍ୟନ୍ତ ସାଧାରଣ । ଏଠାରେ ସୂଚନାଯୋଗ୍ୟ ଯେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଭୁତପୂର୍ବ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଏହି ସମାଜ ରୁ ଆସି ବେଶ ଲୋକପ୍ରିୟ ହେବା ସହିତ ନିଜର ବଳିଷ୍ଠ ନେତୃତ୍ୱ ପାଇଁ ପରିଚିତ ଥିଲେ ।
ଆଜି ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ରହିଥିବା ବିନ୍ଧ୍ୟବାସିନୀ ଯାତ୍ରୀ ନିବାସ ପ୍ରାଙ୍ଗଣ ରେ ବିଂଝାଲ ସମାଜର ବାର୍ଷିକ ସଭାର ଆୟୋଜନ କରାଯାଇଥିଲା ।ଏହି ସାମାଜିକ ସଭାରେ ମୁଖ୍ୟ ଅତିଥି ଭାବରେ , 80 ଦଶକରେ ସମାଜ ର ଲୋକଙ୍କୁ ଏକତ୍ରିତ କରି ସମାଜ କୁ ସବୁ କ୍ଷେତରେ ଆଗେଇ ନେଇଥିବା ପୂର୍ବତନ ଲାଟ ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର ସୁପୁତ୍ରୀ ପଦ୍ମପୁର ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା ଓ ସମ୍ମାନିତ ଅତିଥି ଭାବରେ ଯୁବନେତା ଶ୍ରୀ ଭୋଜରାଜ ସିଂ ବରିହା ଯୋଗଦାନ କରିଥିଲେ । ସଭାସ୍ଥଳକୁ ପହଂହିବା ପରେ ସମାଜ ର ମହିଳା ମାନେ ଅତିଥି ମାନଙ୍କୁ ଭବ୍ୟ ସ୍ୱାଗତ କରିବା ସଭାସ୍ଥଳକୁ ପାଛୋଟି ନେଇଥିଲେ । ଏହାପରେ ସମସ୍ତ ସାମାଜିକ ନେତୃ ମଣ୍ଡଳୀ ଙ୍କର ସହିତ ଅତିଥିମାନେ ପ୍ରଥମେ ମାଁ ବିନ୍ଧ୍ୟବାସିନୀ ଙ୍କର ପୂଜା କରିବା ସହିତ ସହିଦ ମାଧୋ ସିଂ , ସ୍ବର୍ଗତ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଓ ସ୍ବର୍ଗତ ମନ୍ତ୍ରୀ ନବ କିଶୋର ଦାସ ଙ୍କର ପ୍ରତିଛବି ରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି ସଭାରେ ସମାଜ ର ବିଭିନ୍ନ କାର୍ୟ୍ଯପନ୍ଥା ଓ ସମସ୍ୟା ଉପରେ ବିଷଦB ଭାବରେ ଆଲୋଚନା କରାଯାଇ ବକ୍ତା ମାନେ ନିଜର ମତ ଓ ପ୍ରସ୍ତାବ ରଖିଥିଲେ । ନିଜ ସମାଜ ର ବନ୍ଧୁ ବାନ୍ଧବ ଗୁରୁଜନ ଓ ବିରାଟ ପରିବାର କୁ ଦେଖି ଅତ୍ୟନ୍ତ ଖୁସି ଜାହିର କରିବା ସହିତ ତାଙ୍କ ସହିତ ସୁଖ ଦୁଃଖ ହୋଇଥିଲେ ବିଧାୟିକା । ନିଜର ସଂକ୍ଷିପ୍ତ ଅଭିଭାଷଣ ରେ ମାନ୍ୟବର ବିଧାୟିକା ସମାଜର ମହିଳା ମାନଙ୍କ ଶିକ୍ଷା ପ୍ରତି ଗରୁତ୍ବ ଦେବା ପାଇଁ କହିବା ସହିତ ସମାଜ ର ନେତୃ ମଣ୍ଡଳୀ ମହିଳା ମାନଙ୍କୁ ସମାଜ ର ନେତୃତ୍ୱ ନେବା ପାଇଁ ପ୍ରୋତ୍ସାହିତ କରନ୍ତୁ ବୋଲି ପ୍ରସ୍ତାବ ଦେଇଥିଲେ । ମୁଖ୍ୟତଃ ବିଧାୟିକା ମହିଳା ସଶକ୍ତିକରଣ ଉପରେ ଦୃଷ୍ଟି ଦେବାକୁ ସାମାଜିକ ନେତୃ ମଣ୍ଡଳୀ ଙ୍କୁ ଅନୁରୋଧ କରିଥିଲେ । ଏହି ସଭାରେ ଅନ୍ୟ ମାନଙ୍କ ମାନଙ୍କ ମଧ୍ୟରେ ସର୍ବ ଭାରତୀୟ ଲାଟ ସଭାପତି ଶ୍ରୀ ହୃଷିକେଶ ବରିହା , ଉପସଭାପତି ଶ୍ରୀ ଚନ୍ଦ୍ରଶେଖର ବାଗ , ପାଇକମାଲ ବ୍ଲକ ସଭାପତି ଶ୍ରୀ ପ୍ରେମାନନ୍ଦ ବରିହା, ଝାରବନ୍ଧ ବ୍ଲକ ସଭାପତି ଶ୍ରୀ ଜେହେରୁ ଲାଲ ବରିହା , ପାଇକମାଲ ବ୍ଲକ ସମ୍ପାଦକ ଶ୍ରୀ ଦେବରାଜ ବରିହା , ସର୍କଲ ସଭାପତି ବିଳାଧର ଭୁଏ , ଘନଶ୍ୟାମ ବରିହା , ସମ୍ପାଦକ ନନ୍ଦଲାଲ ବରିହା ଙ୍କର ସମେତ ସମସ୍ତ ପଞ୍ଚାୟତ ସଭାପତି ଓ ଅନ୍ୟାନ୍ୟ କର୍ମକର୍ତ୍ତା ତଥା ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ । ସଭା ଶେଷରେ ସମାଜର କୁନି କୁନି ଝିଅ ମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଥିଲେ । ଶେଷରେ ସମ୍ପାଦକ ଶ୍ରୀ ଦେବରାଜ ବରିହା ଧନ୍ୟବାଦ ଜ୍ଞାପନ କରିଥିଲେ ।