ହେଡଲାଇନସ୍:

ପାରଳାର ଓଡ଼ିଶୀ ନୃତ୍ୟ ଦଳଙ୍କ ମାଲେସିଆ ଯାତ୍ରା

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଅଗ୍ରଣୀ ନୃତ୍ୟ ସଂଗଠନ ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ରର ଏକ ୧୪ ଜଣିଆ ଦଳ ମାଲେସିଆ ଗସ୍ତ କରିଛନ୍ତି। ସେଠାରେ ଆସନ୍ତା ୪ ତାରିଖରେ ମାଲେସିଆର କୁଆଲାଲମ୍ପୁର ସନ୍ତାନନ୍ଦ ପ୍ରେକ୍ଷାଳୟ ଠାରେ ହେବାକୁ ଥିବା ଗ୍ଲୋବାଲ ଫେଷ୍ଟିଭାଲର ମଞ୍ଚରେ ପାରଳାର ଏହି କଳାକାର ମାନେ ଓଡ଼ିଶାର ପରିଚୟ ସୁପ୍ରସିଦ୍ଧ ଓଡିଶୀ ନୃତ୍ୟ ପରିବେଷଣ କରିବେ। ଏହି କାର୍ଯ୍ୟକ୍ରମରେ ଭାରତ ତଥା ଅନ୍ୟାନ୍ୟ ଦେଶରୁ ବିଭିନ୍ନ ସାଂସ୍କୃତିକ ଦଳ ଯୋଗ ଦେଉଥିବା ବେଳେ ଓଡ଼ିଶାରୁ କେବଳ ଏକ ମାତ୍ର ସାଂସ୍କୃତିକ ଦଳ ଭାବେ ଏହି ଅନୁଷ୍ଠାନ ଯୋଗ ଦେବେ।
ଓଡ଼ିଶାର ବିଶିଷ୍ଟ ଓଡିଶୀ ନୃତ୍ୟ ଗୁରୁ ଡ. ଗଜେନ୍ଦ୍ର ପଣ୍ଡା ଓ ଅନୁଷ୍ଠାନର ଗୁରୁ ଡି. ପ୍ରିୟଙ୍କାଙ୍କ ନିର୍ଦ୍ଦେଶନାରେ କଳାକାର ମାନେ ବିଦେଶରେ ନୃତ୍ୟ ପ୍ରଦର୍ଶନ କରିବେ। ଦୀର୍ଘ ବର୍ଷ ପରେ ପାରଳା କଳାକାର ମାନେ ବିଦେଶରେ ନୃତ୍ୟ ପରିବେଷଣ କରିବା ପାଇଁ ଯାଉଥିବା ବେଳେ ଅନୁଷ୍ଠାନର ସଭାପତି ବିଚିତ୍ରାନନ୍ଦ ବେବର୍ତ୍ତା , ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଆଦର୍ଶ ଦାସ , ସଦସ୍ୟ ବାଳକୃଷ୍ଣ ପାଣିଗ୍ରାହୀଙ୍କ ସମେତ ପାରଳାର କଳାପ୍ରେମୀ ନୃତ୍ୟଶିଳ୍ପୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

0
0
0
s2sdefault