ରାଜ୍ୟବ୍ୟାପୀ ତିନିଦିନ ସରକାରୀ ସାଂସ୍କୃତିକ କାର୍ଯ୍ୟକ୍ରମ ହେବନି
ଭୁବନେଶ୍ୱର : ଆଜି ପ୍ରାଣ ହରାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅନ୍ତିମ କୃତ୍ୟ ରାଜ୍ୟ ସମ୍ମାନର ସହ ସମ୍ପନ୍ନ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି | ଏହୁ କ୍ରମରେ ତାଙ୍କ ମୃତ୍ୟ ଦିବସରେ ରାଜଧାନୀରେ ଜାତୀୟ ପତାକା ଅର୍ଦ୍ଧନମୀତ ରହିବ ଓ ଶେଷକୃତ୍ୟ ଦିନ ତାଙ୍କ ଅନ୍ତିମ କୃତ୍ୟ ସ୍ଥାନରେ ମଧ୍ୟ ଜାତୀୟ ପତାକା ଅର୍ଦ୍ଧ ନମିତ ରହିବ | ଦିବଂଗତ ଆତ୍ମାଙ୍କ ସମ୍ମାନରେ ତିନିଦିନ (ଜାନୁୟାରୀ ୨୯ରୁ ୩୧)ରାଜ୍ୟବ୍ୟାପି କୌଣସି ସ୍ଥାନରେ ସରକାରୀ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବନାହିଁ | ସଂସଦୀୟ ବ୍ୟାପାର, ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ, କୃଷି ଓ କୁଷକ ସଶକ୍ତିକରଣ, ମତ୍ସ୍ୟ ପଶୁସମ୍ପଦ ମନ୍ତ୍ରୀ ରାଜା ସ୍ୱାଇଁ , ଓ ବାଣିଜ୍ୟ, ପରିବହନ ତଥା ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ରାଜ୍ୟ ସରକାରଙ୍କ ପକ୍ଷରୁ ଶେଷକୃତ୍ୟରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି |