ହେଡଲାଇନସ୍:

ପୋଲିସ ଏଏସଆଇଙ୍କ ଗୁଳିମାଡରେ ପ୍ରାଣ ହରାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୁଖ୍ୟମନ୍ତ୍ରୀଙ୍କ ସହ ବିଭିନ୍ନ ମହଲରୁ ଶୋକ

ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ଆଖି ବୁଜିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ୬୧ ବର୍ଷ ବୟସରେ ଏଏସଆଇ ଗୋପାଳ ଦାସଙ୍କ ଗୁଳି ମାଡ଼ ନେଇଛି ତାଙ୍କ ଜୀବନ | ଆଉ ଶ୍ରୀ ଦାସଙ୍କ ଏପରି ଅସ୍ୱାଭାବିକ ହତ୍ୟା ସୃଷ୍ଟି କରିଯାଇଛି ଅନେକ ପ୍ରଶ୍ନବାଚୀ | ଶ୍ରୀ ଦାସଙ୍କୁ ଗୁଳିମାଡ କରିବାର କାରଣ ଯଦିଓ ଏଯାଏ ସ୍ପଷ୍ଟ ହୋଇନାହିଁ , ପୋଲିସ ସମ୍ପୃକ୍ତ ହତ୍ୟାକାରୀଙ୍କୁ ଧରି ପଚରାଉଚରା ଜାରି ରଖିଛି | ଶ୍ରୀ ଦାସଙ୍କ ଦେହାନ୍ତରେ ଶୋକଵ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ମନ୍ତ୍ରୀ, ସଂସଦ ବିଧାୟକ | ନବ ଦାସ ସାଧାରଣ ସଭାରେ ଯୋଗଦେବାକୁ ଯାଇଥିବା ବେଳେ ଏହି ଗୁଳିମାଡ ହୋଇଥିଲା । ମାତ୍ର ଗୋପାଳ ଦାସ କାହିଁକି ମନ୍ତ୍ରୀଙ୍କୁ ଗୁଳିମାଡ କରିଥିଲେ ସେ ନେଇ କୌଣସି ସୂଚନା ମିଳିପାରିନାହିଁ । ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନରେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ କରାଯାଇଥିଲା । ଗାନ୍ଧୀ ଛକ ଫାଣ୍ଡିର ଏଏସଆଇ ଗୋପାଳ ଦାସ ତାଙ୍କୁ ସାମ୍ନାରୁ ଗୁଳିମାଡ କରିଥିଲେ । ଗୋପାଳ ଦାସଙ୍କୁ କାବୁ କରି ପୋଲିସ ପଚାରଉଚୁରା କରୁଛି । ତେବେ ସବୁଠାରୁ ବଡ କଥା ହେଲା ଘଟଣାସ୍ଥଳରେ ୪ରୁ ୫ ରାଉଣ୍ଡ ଗୁଳି ଫୁଟିଥିବାବେଳେ, ମନ୍ତ୍ରୀଙ୍କ ଛାତିର ବାମ ପାର୍ଶ୍ଵରେ ଗୁଳି ବାଜିଥିଲା । ଗୁଳିମାଡ ପରେ ସେ ଅଚେତ ହୋଇପଡିଥିଲେ। ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଗୁଳିମାଡ ପରେ ନବ ଦାସଙ୍କୁ ଭୁବନେଶ୍ୱର ଏୟାରଲିଫ୍ଟ କରାଯାଇଥିଲା । ପାଖାପାଖି ୩ଟା ୫ ସମୟରେ ଆମ୍ବୁଲାନ୍ସ ବିମାନବନ୍ଦରରୁ ବାହାରିଥିଲା । ଏବଂ ୩ଟା ୧୨ ବେଳକୁ ଆପୋଲୋ ହସ୍ପିଟାଲରେ ପହଞ୍ଚିଥିଲା । ସ୍ୱତନ୍ତ୍ର ଗ୍ରୀନ୍ କରିଡରରେ ତାଙ୍କୁ ହସ୍ପିଟାଲ ପହଞ୍ଚାଯାଇଥିଲା । ମନ୍ତ୍ରୀ ନବ ଦାସ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସହିତ ବିଜେଡିର ଅନେକ ନେତା ହସ୍ପିଟାଲରେ ପହଞ୍ଚିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ |
ମନ୍ତ୍ରୀ ନବ ଦାସଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏକ ବିବୃତ୍ତିରେ କହିଛନ୍ତି ଯେ ମନ୍ତ୍ରୀ ଶ୍ରୀ ନବ ଦାସଙ୍କ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ମୃତ୍ୟୁରେ ମୁଁ ବିସ୍ମିତ ଏବଂ ମର୍ମାହତ । ତାଙ୍କ ଜୀବନ ବଞ୍ଚାଇବା ପାଇଁ ଡାକ୍ତରମାନେ ସମସ୍ତ ପ୍ରକାର ଚେଷ୍ଟା କରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ସେ ସୁସ୍ଥ ହୋଇପାରିଲେ ନାହିଁ | ଶ୍ରୀ ଦାସ ଉଭୟ ସରକାର ଏବଂ ଦଳ ପାଇଁ ଏକ ଆସେଟ ଥିଲେ। ସେ ଲୋକଙ୍କ ସୁବିଧା ପାଇଁ ସ୍ୱାସ୍ଥ୍ୟ ବିଭାଗରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଜଣେ ନେତା ଭାବରେ ସେ ବିଜୁ ଜନତା ଦଳକୁ ମଜବୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ ଶ୍ରୀ ଦାସଙ୍କ ମୃତ୍ୟୁ ଓଡିଶା ପାଇଁ ଏକ ବଡ କ୍ଷତି ବୋଲି ଦର୍ଶାଇବା ସହ ସ୍ବର୍ଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି ଓ ଏହା ସହିତ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ |
ଶ୍ରୀ ଦାସଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ସେ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ " ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ବ୍ରଜରାଜନଗରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ତାଙ୍କୁ ଗୁଳିମାଡ ପରେ ହସ୍ପିଟାଲରେ ସେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହେବା ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ତାଙ୍କ ସହ ଯେଉଁ ଭଳି ଘଟଣା ଘଟିଛି, ଏହା ମୋତେ ବ୍ୟଥିତ କରିଛି । ଜନପ୍ରତିନିଧି ଭାବରେ ତାଙ୍କର କାର୍ଯ୍ୟ ସ୍ମରଣୀୟ ହୋଇ ରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ଏହି ଦୁଃଖଦ ସମୟରେ ମହାପ୍ରଭୁ ଜଗନ୍ନାଥ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ।"
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସଙ୍କ ବିୟୋଗରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ , ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମନ୍ତ୍ରୀ ଶ୍ରୀ ନାୟକ ଏକ ଶୋକ ବାର୍ତାରେ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସଙ୍କ ବିୟୋଗ ଖବର ପାଇ ସେ ଗଭୀର ମର୍ମାହତ । ତାଙ୍କ ଭଳ ଜଣେ ବରିିଷ୍ଠ ଟାଣୁଆ ତଥା ଦକ୍ଷ ରାଜନେତାଙ୍କ ହରାଇବା ଏକ ଅପୁରଣୀୟ କ୍ଷତି । ଅନନ୍ୟ ସାଂଗଠନିକ ଦକ୍ଷତା ତାଙ୍କ ବ୍ୟକ୍ତିତ୍ୱର ଏକ ବିଶଷେତ୍ୱ ଥିଲା । ତାଙ୍କର ବିୟୋଗରେ ରାଜ୍ୟ ରାଜନୀତିରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି ହେବା ସହିତ ନୂତନ ରାଜନୈତିକ ପିଢି ଏକ ସଫଳ ନେତୃତ୍ୱକୁ ହରାଇଲା । ମନ୍ତ୍ରୀ ଶ୍ରୀ ନାୟକ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ଏହି ଦୁଃଖଦ ପରିସ୍ଥିତିକୁ ସାମ୍ନା କରିବା ନିମନ୍ତେ ମହାପ୍ରଭୁ ଜଗତର ନାଥ ଶ୍ରୀଜଗନ୍ନାଥ ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଅସୀମ ଧୌର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ।
ରାଜ୍ୟ ସ୍ଵାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସଙ୍କ ବିୟୋଗରେ ମାନ୍ୟବର ରାଜ୍ୟ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଗଭୀର ଶୋକ ପ୍ରକାଶ କରିଛନ୍ତି l ତାଙ୍କର ଏପରି ଅକାଳ ବିୟୋଗ ରେ ମନ୍ତ୍ରୀ ଶ୍ରୀମତୀ ସାହୁ ଗଭୀର ଦୁଃଖିତ ଓ ଅତ୍ୟନ୍ତ ମର୍ମାହତ ବୋଲି ପ୍ରକାଶ କରିଛନ୍ତି l ଜଣେ ବରିଷ୍ଠ, ଟାଣୁଆ ଓ ଦକ୍ଷ ରାଜନେତl ଭାବେ ମନ୍ତ୍ରୀ ସ୍ବର୍ଗତ ଦାସଙ୍କର ଲୋକପ୍ରିୟତା ରହିଥିଲା ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରକାଶ କରିବା ସହ ତାଙ୍କୁ ହରାଇବା ଓଡ଼ିଶାର ରାଜନୀତି ପାଇଁ ଅପୂରଣୀୟ କ୍ଷତି ଘଟିଛି ବୋଲି କହିଛନ୍ତି l ମନ୍ତ୍ରୀ ଶ୍ରୀମତୀ ସାହୁ , ଦିବଂଗତ ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି l
ସ୍ଵାସ୍ଥ୍ୟ ମନ୍ତ୍ରୀ ଙ୍କ ବିୟୋଗରେ ଶକ୍ତି,ଶିଳ୍ପ ଓ ଏମଏସଏମଇ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ଗଭୀର ଶୋକ ପ୍ରକାଶ କରିଛନ୍ତି l ତାଙ୍କର ବିୟୋଗରେ ମନ୍ତ୍ରୀ ଶ୍ରୀ ଦେବ ଦିବଂଗତ ମନ୍ତ୍ରୀଙ୍କ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ତାଙ୍କ ଭଳି ଜଣେ ବରିଷ୍ଠ ଓ ଦକ୍ଷ ରାଜନେତାଙ୍କୁ ଅବେଳରେ ହରାଇବା ଓଡ଼ିଶାର ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି l କୋଭିଡ ମହାମାରୀ ବେଳେ ରାଜ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ସେ ତାଙ୍କର ଦକ୍ଷତା ପ୍ରମାଣିତ କରିବା ସହ ରାଜ୍ୟ ତଥା ନିଜ ଅଞ୍ଚଳର ବିକାଶ ପାଇଁ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସ୍ମରଣ କରି ମନ୍ତ୍ରୀ ଶ୍ରୀ ଦେବ, ଦିବଂଗତ ଆତ୍ମାର ସଦଗତି କାମନା କରିବା ତାଙ୍କ ଶୋକ ବାର୍ତ୍ତାରେ ଜଣାଇଛନ୍ତି l
ସ୍ଵାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଅକାଳ ବିୟୋଗରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ଗଭୀର ଶୋକ ପ୍ରକାଶ କରିଛନ୍ତି l ତାଙ୍କର ଅକାଳ ବିୟୋଗରେ ମନ୍ତ୍ରୀ ଶ୍ରୀ ଅମାତ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ବୋଲି ପ୍ରକାଶ କରିବା ସହ ତାଙ୍କ ଭଳି ଜଣେ ଦକ୍ଷ ରାଜନେତାଙ୍କୁ ହରାଇବା ଓଡ଼ିଶା ରାଜନୀତି ପାଇଁ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି l ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ସେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ସହ ନିଜ ଅଞ୍ଚଳର ବିକାଶ ପାଇଁ ତାଙ୍କ ଅବଦାନ ଅବିସ୍ମରଣୀୟ ବୋଲି ମନ୍ତ୍ରୀ ଶ୍ରୀ ଅମାତ କହିଛନ୍ତି l ମନ୍ତ୍ରୀ ଶ୍ରୀ ଅମାତ ଦିବଂଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି l
ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାସ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରି କହିଛନ୍ତି ଯେ,ସ୍ବର୍ଗତ ନବ ଦାସ ଜଣେ ନିଷ୍ଠାପର ରାଜ ନେତା, ଦକ୍ଷ ସଂଗଠକ ଓ ଉତ୍ତମ ସମାଜସେବୀ ଥିଲେ l ତାଙ୍କ ବିୟୋଗରେ ରାଜ୍ୟର ଅପୂରଣୀୟ କ୍ଷତି ଘଟିଛି l ମନ୍ତ୍ରୀ ଶ୍ରୀ ଦାଶ, ଦିବଂଗତ ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି l
ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଊଷା ଦେବୀ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରି କହିଛନ୍ତି ଯେ,ପଶ୍ଚିମ ଓଡିଶାର ଲୋକପ୍ରିୟ ରାଜନେତା, ନବ ଦାସଙ୍କ ବିୟୋଗରେ ଓଡ଼ିଶା ତଥା ରାଜ୍ୟ ରାଜନୀତିରେ ଅପୂରଣୀୟ କ୍ଷତି ଘଟିଛି l ମନ୍ତ୍ରୀ ତଥା ବିଧାୟକ ଭାବେ ତାଙ୍କର କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରକାଶ କରିବା ସହ, ଦିବଂଗତ ଆତ୍ମାର ସଦଗତି କାମନା ପୂର୍ବକ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି l
ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସଙ୍କ ବିୟୋଗରେ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରୀତିରଞ୍ଜନ ଘଡ଼େଇ ଗଭୀର ଶୋକ ପ୍ରକାଶ କରିଛନ୍ତି l ଏକ ଶୋକ ବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ଘଡ଼େଇ କହିଛନ୍ତି ଯେ,ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ବର୍ଗତ ଦାସ ଜଣେ ଦକ୍ଷ ଓ ବରିଷ୍ଠ ରାଜନେତା ଥିଲେ l ତାଙ୍କର ବିୟୋଗ ରେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି l ନବ ଦାସଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ଅପୂରଣୀୟ କ୍ଷତି ଘଟିଛି ବୋଲି ମନ୍ତ୍ରୀ ଶ୍ରୀ ଘଡ଼େଇ ପ୍ରକାଶ କରିବା ସହ ଦିବଂଗତ ଆତ୍ମାର ସଦଗତି କାମନା ପୂର୍ବକ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି l

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ବିୟୋଗରେ ପୂର୍ବତନ ମନ୍ତ୍ରୀ ବିଧାୟକ ପ୍ରତାପ ଜେନା ଗଭୀର ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ଜେନା ତାଙ୍କ ଶୋକ ବାର୍ତାରେ କହିଛନ୍ତି ଯେ ମନ୍ତ୍ରୀ ଶ୍ରୀ ଦାସଙ୍କ ବିୟୋଗ ଖବର ପାଇ ସେ ଅତ୍ୟନ୍ତ ମର୍ମାହତ । ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ଏହି ଦୁଃଖଦ ପରିସ୍ଥିତିକୁ ସାମ୍ନା କରିବା ନିମନ୍ତେ ମହାପ୍ରଭୁ ଜଗତର ନାଥ ଶ୍ରୀଜଗନ୍ନାଥ ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଅସୀମ ଧୌର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ।

0
0
0
s2sdefault