ବରଗଡ :- ବରଗଡ ଜିଲ୍ଲା ରେ ମୋଟ 1 ଲକ୍ଷ 39 ହଜାର 5ଶହ 58 ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକୃତ ହୋଇଥିଲେ l 1 ଲକ୍ଷ 27 ହଜାର ଚାଷୀ 67 ଲକ୍ଷ 33 ହଜାର କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି l ପ୍ରତି ଚାଷୀ ପିଛା ହାରାହାରି 53 କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି l ଏବେସୁଦ୍ଧା 6 ଲକ୍ଷ 50 କୁଇଣ୍ଟାଲ ଧାନ ମୋଟ 11 ଲକ୍ଷ ପକେଟ ଧାନ ମଣ୍ଡିମାନଙ୍କ ରେ ପଡ଼ିରହିଛି l ସୂଚନା ଅନୁସାରେ ଅତାବିରା ନିୟନ୍ତ୍ରିତ ବଜାର ଅଧୀନରେ ରେ 90% , ବରଗଡ଼ ନିୟନ୍ତ୍ରିତ ବଜାର ଅଧୀନରେ 85% କିନ୍ତୁ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ଅଧୀନରେ କେଵଳ 65% ଚାଷୀ ଙ୍କ ଧାନ ବିକ୍ରି ହୋଇଛି l ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ଅଧିନସ୍ଥ ଜଗଦଳପୁର ମଣ୍ଡିରେ 133 ଜଣ ଚାଷୀ ଙ୍କ 12 ହଜାର 3ଶହ 94 ପକେଟ, ସରେଇକେଲା ମଣ୍ଡିରେ 70 ଜଣ ଚାଷୀଙ୍କ 7ହଜାର 1ଶହ 1ପକେଟ,ଲଖମରା ମଣ୍ଡିରେ 166 ଜଣ ଚାଷୀଙ୍କ 21 ହଜାର 4 ଶହ 2 ପକେଟ, କନସିଂହା ମଣ୍ଡିରେ 141 ଜଣ ଚାଷୀଙ୍କ 19 ହଜାର 6 ଶହ 37ପକେଟ, ଲଉଡ଼ିଦର୍ହ ମଣ୍ଡିରେ 427 ଜଣ ଚାଷୀଙ୍କ 46 ହଜାର 9 ଶହ 81 ପକେଟ, ବରିକେଳ ମଣ୍ଡିରେ 22 ହଜାର ପକେଟ ଓ ବୁକୁରାମୁଣ୍ଡା ମଣ୍ଡି ରେ 44 ହଜାର ପକେଟ ଏହିପରି ମୋଟ 9 ଲକ୍ଷ ପକେଟ ଧାନ ବିକ୍ରି ପାଇଁ ପଡ଼ିରହିଛି l ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ଅଧିନସ୍ଥ ମଣ୍ଡି ପାଇଁ ତିନୋଟି ପର୍ଯ୍ୟାୟ ରେ 55 ଲକ୍ଷ,6ଲକ୍ଷ ଓ 7 ଲକ୍ଷ କୁଇଣ୍ଟାଲ ମୋଟ 68 ଲକ୍ଷ କୁଇଣ୍ଟାଲ ଧାନ ବିକ୍ରି ପାଇଁ ଟାର୍ଗେଟ ମିଳିଥିଲା l ଏହା ଫଳରେ ଚାଷୀଙ୍କ ଠାରୁ 67 ଲକ୍ଷ 33 ହଜାର କୁଇଣ୍ଟାଲ ଧାନ ବିକ୍ରି ହୋଇସାରିଲାଣି l ମିଳିଥିବା ବଳକା ଟାର୍ଗେଟ ରୁ ଯେତେ ପରିମାଣ ର ଧାନ ବିକ୍ରୀହେବ ତନ୍ମଧ୍ୟ ରୁ ଆହୁରି ପାଖାପାଖି 6 ଲକ୍ଷ କୁଇଣ୍ଟାଲ ଧାନ ବାକି ରହିଯିବ l ପୂର୍ବରୁ ରାଜବୋଡାସମ୍ବର କୃଷକ ସଂଗଠନ ଧାନବିକ୍ରି ସମସ୍ୟା ପାଇଁ ରାସ୍ତାରୋକ କରିବାକୁ ଉପଜିଲ୍ଲାପାଳ ପଦ୍ମପୁର ଓ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଙ୍କୁ ଲିଖିତ ଜଣେଇଥିଵା ରୁ ଆଜି ପଦ୍ମପୁର ଉପଜିଲ୍ଲାପାଳ ସଦାକର କୁମ୍ଭାର ଓ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ବରିକେଲ ମଣ୍ଡିରେ ରାଜବୋଡାସମ୍ବର କୃଷକ ସଂଗଠନ ର ସଦସ୍ୟ ଓ ଅସନ୍ତୁଷ୍ଟ ଚାଷୀ ମାନଙ୍କ ସହ ଆଲୋଚନା କରି ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ l ରାଜବୋଡା ସମ୍ବର କୃଷକ ସଂଗଠନ ତରଫରୁ ରମେଶ ମହାପାତ୍ର, ରୋହିତ ପ୍ରଧାନ,ପଞ୍ଚାନନ ସାହୁ ଙ୍କ ସହ ଉପଜିଲ୍ଲାପାଳ ଙ୍କ ଆଲୋଚନା ହୋଇଥିଲା l 24 ତାରିଖ ପୂର୍ବରୁ ଆହୁରି 6 ଲକ୍ଷ କୁଇଣ୍ଟାଲ ର ଟାର୍ଗେଟ ପ୍ରଦାନ କରାଯିବା ସହ ତୁରନ୍ତ ଚାଷୀଙ୍କ ଧାନ କିଣିବାକୁ ରାଜବୋଡା ସମ୍ବର କୃଷକ ସଂଗଠନ ର ତରଫରୁ ଦୃଢ଼ ଦାବୀ କରାଯାଇଥିଲା l ନଚେତ ସମସ୍ତ ରାଜରାସ୍ତା, ସରକାରୀ କାର୍ଯ୍ୟାଳୟ ମାନଙ୍କରେ ଧାନ ପକେଇ ଦୁର୍ବାର ଆନ୍ଦୋଳନ କରିବାକୁ ପ୍ରଶାସନ କୁ ରାଜବୋଡା ସମ୍ବର କୃଷକ ସଂଗଠନ ତରଫରୁ ଚେତାବନୀ ଦିଆଯାଇଛି l ଆଲୋଚନା ସମୟରେ ଚାଷୀ ସୁବାସ ସାହୁ, ରମେଶ ମେହେର, ଚିତ୍ତରଞ୍ଜନ ସାହୁ, ହରେକୃଷ୍ଣ ପାତ୍ର, ଗୋଲକ ମେହେର, କ୍ଷେତ୍ରପାଳ ସାହୁ, ମୁରଲୀ ବନଛୋର. ଉପସ୍ଥିତ ରହିଥିଲେ l
ରାଜ୍ୟ
ପଦ୍ମପୁର ଉପଖଣ୍ଡ ମଣ୍ଡି ରେ ପଡିଛି 6 ଲକ୍ଷ 53 କୁଇଣ୍ଟାଲ ଧାନ ତୁରନ୍ତ ଧାନ ନ ଉଠିଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଲା ରାଜବୋଡାସମ୍ବର କୃଷକ ସଂଗଠନ
- Hits: 1108