ଭୁବନେଶ୍ଵର : ଭାରତ ସରକାରଙ୍କ ନବରତ୍ନ କମ୍ପାନୀ ନାଲକୋ କର୍ପୋରେଟ୍ ଅଫିସ, ଭୁବନେଶ୍ବରଠାରେ ଥିବା ନାଲକୋ ଏମ୍ପ୍ଲଇଜ ସେଣ୍ଟ୍ରାଲ ୟୁନିଅନର ନୂତନ କର୍ମକର୍ତ୍ତା ଚୟନ କରାଯାଇଅଛି ।
ପୂର୍ଵତ୍ତନ ସମ୍ପାଦକ ଶ୍ରୀ ବିଶ୍ବକଲ୍ୟାଣ ମିଶ୍ର ପଦୋନ୍ନତି ପାଇ ଏସ୍.ଏଣ୍ଡ.ପି. ରେ ଅବସ୍ଥାପିତ ହୋଇଥିବାରୁ କର୍ପୋରେଟ ସିଷ୍ଟମ ଡିପାର୍ଟମେଂଟର ଶ୍ରୀ ବୈକୁଣ୍ଠ ପ୍ରସାଦ ଦାସଙ୍କୁ ସାଧାରଣ ସମ୍ପାଦକ ଭାବେ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଅଛି ।
ଶ୍ରୀ ଅଶୋକ କୁମାର ଦାସଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା ଡକାଯାଇ କାର୍ମଚାରି ମାନଙ୍କ ସୁବିଧା-ଅସୁବିଧା ଏବଂ ସଙ୍ଗଠନର ଆଗାମୀ କାର୍ଯ୍ୟକ୍ରମ ସମ୍ବନ୍ଧରେ ସବିଶେଷ ଆଲୋଚନା କରାଯାଇଅଛି । ସଙ୍ଗଠନର କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନ କରିବା ନିମନ୍ତେ ସର୍ବସମ୍ମତିକ୍ରମେ ନୂତନ କର୍ମକର୍ତ୍ତା ଚୟନ କରାଯାଇଅଛି ।
ସାଧାରଣ ସମ୍ପାଦକ ଶ୍ରୀ ଦାସଙ୍କ ସହିତ ସର୍ବଶ୍ରୀ ଅଶୋକ କୁମାର ଦାସ, କାର୍ଯ୍ୟକାରୀ ସଭାପତି; ଦେବଦତ୍ତ ପଣ୍ଡା, ଉପ ସଭାପତି; ସୁଶୀଲ ନାୟକ, ସହ-ସମ୍ପାାଦକ, ଅସିତ କାମିଲା କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି।
ବିଦାୟୀ ସମ୍ପାଦକ ଶ୍ରୀ ମିଶ୍ରଙ୍କ ୟୁନିଅନ ପ୍ରତି ଥିବା ଅବଦାନ ବିଷୟରେ ସଭ୍ୟ ସଭ୍ୟାମାନେ ସବିଶେଷ ଆଲୋଚନା କରି ତାଙ୍କର ଉତ୍ତରୋତ୍ତର ଉନ୍ନତ୍ତି କାମନା କରିଥିଲେ। ନୂତନ କର୍ମକର୍ତ୍ତା ମାନଙ୍କୁ ସ୍ବାଗତ କରିବା ସହ ସମସ୍ତଙ୍କର ସହଯୋଗ କାମନା କରି ସଭା ସାଙ୍ଗ କରାଯାଇଥିଲା।
ରାଜ୍ୟ
ନାଲକୋ ଏମ୍ପ୍ଲଇଜ୍ ସେଣ୍ଟ୍ରାଲ ୟୁନିଅନର ନୂତନ କର୍ମକର୍ତ୍ତା ଚୟନ
- Hits: 332











