ହେଡଲାଇନସ୍:

୫୦୦ ଛାତ୍ରଛାତ୍ରୀଙ୍କୁ ଟିକଟ ଦେଲେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର,:ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଆଜି ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରିଛନ୍ତି । ଏହି ଗସ୍ତ ଅବସରରେ ମନ୍ତ୍ରୀ ଶ୍ରୀ ଦାଶ ରାଉରକେଲାସ୍ଥିତ ଉଦିତନଗର ହାଇସ୍କୁଲ ପରିଦର୍ଶନ କରିଥିଲେ । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଆୟୋଜିତ ହେଉଥିବା ୨୦୨୩ ପୁରୁଷ ହକି ବିଶ୍ୱକପ୍‌ ଖେଳ ଦେଖିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ସେ ଉତ୍ସାହିତ କରିଥିଲେ ଏବଂ ୫୦୦ ବିଶ୍ୱକପ୍‌ ହକି ଖେଳର ଟିକଟ ପିଲାମାନଙ୍କୁ ପ୍ରଦାନ କରିଥିଲେ । ଏହି ସମୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ୍‌ ଶିକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀମାନେ ବେଶ ଆନନ୍ଦର ସହ ପୁରୁଷ ବିଶ୍ୱକପ୍‌ ହକି ଖେଳ ଉପଭୋଗ କରିଛନ୍ତି ।

0
0
0
s2sdefault