ହେଡଲାଇନସ୍:

କାୟାକଳ୍ପ ଟିମର ଓଡ଼ଗାଁ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୧୩ା୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକର ଓଡ଼ଗାଁ ଏବଂ ଶରଣକୁଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଶୁକ୍ରବାର ରାଜ୍ୟ କାୟାକଳ୍ପ ଟିମ ପରିଦର୍ଶନ କରି ଫେରି ଯାଇଛନ୍ତି । ଡକ୍ଟର ବସନ୍ତ ବାରିକଙ୍କ ନେତୃତ୍ୱରେ ଜାତୀୟ ସ୍ୱସ୍ଥ୍ୟ ମିସନ କନସଲଣ୍ଟାଟ ମାନସ ଖାରା ଓ ଦେବବ୍ରତ ପତୀଙ୍କୁ ନେଇ ଏକ ୩ ଜଣିଆ ଟିମ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକର ସ୍ୱଚ୍ଛତା, ଜୈବ ଆବର୍ଯ୍ୟନା ବର୍ଜ୍ୟ ବସ୍ତୁ ପରିଚାଳନା, ପରିସ୍କାର ପରିଚ୍ଛନ୍ନତା ସହିତ ସ୍ୱାସ୍ଥ୍ୟ କେନ୍ଦ୍ରର ନଥିପତ୍ର ଯାଂଚ କରିଥିଲେ । ଓଡ଼ଗାଁ ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ନିଲଞ୍ଜନ ଦାସ, ଡାକ୍ତର ଦୀପକ ବଳ ଏବଂ ଶରଣକୁଳ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ ଅବିନାଶ ରାଉତ, ଡାକ୍ତର ସଚିନ ସୋହନ ପଟ୍ଟନାୟକ ଓ ଅଂଶୁମାନ ସାହୁଙ୍କ ସହିତ ଉଭୟ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀମାନେ କାୟାକଳ୍ପ ଟିକୁ କାର୍ଯ୍ୟରେ ସହଯୋଗ କରିଥିଲେ । ଉନ୍ନତ ଓ ଗୁଣାତ୍ମକ ଚିକିତ୍ସାସେବା ଯୋଗାଇଦେବା ନିମନ୍ତେ କାୟାକଳ୍ପ ଟିମ ମାଧ୍ୟମରେ ପୁରସ୍କାର ବ୍ୟବସ୍ଥା କରାଯାଇଥିବା ବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ଭୁବନେଶ୍ୱର ଆନୁକୁଲ୍ୟରେ ମିଶନ ନିର୍ଦ୍ଦେଶାଳୟ ଜାତୀୟ ସ୍ୱାସ୍ଥ୍ୟ ମିଶନ ଓଡ଼ିଶାଙ୍କ ଦ୍ୱାରା ଓଡ଼ଗାଁ ସ୍ୱାସ୍ଥ୍ୟକେନ୍ଦ୍ର ୨୦୨୧/୨୨ ବର୍ଷରେ ଲଗାଥର ୨ ଥର କାୟାକଳ୍ପ ପୁରସ୍କାର ପାଇଥିବା ବେଳେ ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ୨୦୨୦ ମସିହା ପାଇଁ ଏହି ପୁରସ୍କାର ପାଇଥିଲେ । ବିପିଏମ ଇପସିତା ଦାଶ କାର୍ଯ୍ୟକ୍ରମର ସଂଯାଜନା କରିଥିଲେ ।

0
0
0
s2sdefault