ଭୁବନେଶ୍ୱର: ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଜଣେ ମୋଚିଙ୍କ ପରିବାରବର୍ଗଙ୍କୁ ହସ୍ପିଟାଲରେ ପୋଷ୍ଟମୋର୍ଟମ୍ ପ୍ରକ୍ରିୟାରେ ଆବଶ୍ୟକୀୟ ସହାୟତା ଯୋଗାଇ ଦେବା ସହିତ ଶେଷକୃତ୍ୟ ସମୟରେ ପରିବାର ସଦସ୍ୟଙ୍କ କାନ୍ଧରେ କାନ୍ଧ ମିଳାଇ ସହଯୋଗ କଲା ଓଡ଼ିଶା- ମୋ ପରିବାର ।
ଘଟଣାଟି ଏମିତି, ଭୁବନେଶ୍ୱର ସହର ମୋଚିସାହି ଅଞ୍ଚଳର ୫୩ବର୍ଷିୟ ବାସିନ୍ଦା ଟି ବଙ୍ଗରମାଙ୍କର ଗତକାଲି ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ସ୍ଥାନୀୟ ବାସିନ୍ଦା ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ଏବଂ ସୁଶାନ୍ତ ସାହୁ ନାମକ ସ୍ଥାନୀୟ ମୁରବୀ, ବିଜୁ ଜନତା ଦଳ ଯୁଗ୍ମ ସମ୍ପାଦକ(ଓଡ଼ିଶା-ମୋ ପରିବାର)ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ ଯୋଗାଯୋଗ କରି ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଶ୍ରୀ ସାମନ୍ତରାୟ, ବିଳମ୍ବ ନ କରି ସଙ୍ଗେସଙ୍ଗେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ପୋଷ୍ଟମର୍ଟମ ପ୍ରକ୍ରିୟାକୁ ତ୍ଵରାନ୍ୱିତ କରିବାରେ ସଂଯୋଜନା କରିଥିଲେ ଏବଂ ଜୟ ଓଡ଼ିଶାର ଶବ ପରିବହନ ଯାନ ‘ଶେଷ ସାଥୀ’ ମାଧ୍ୟମରେ ଶବକୁ ତାଙ୍କ ଜନ୍ମସ୍ଥାନକୁ ନିଆଯାଇଥିଲା, ସେଠାରେ ପରିବାରବର୍ଗ ଓ ସ୍ଥାନୀୟ ବାସିନ୍ଦା ବଙ୍ଗରମାଙ୍କର ଶେଷଦର୍ଶନ କରିଥିଲେ । ପରିଶେଷରେ, ମୃତଶରୀର ସତ୍ୟନଗର ଶ୍ମଶାନକୁ ନିଆଯାଇ ସେଠାରେ ତାଙ୍କର ସସମ୍ମାନେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।
ଏଭଳି ଅସମୟରେ ଓଡ଼ିଶା-ମୋ ପରିବାର ବଙ୍ଗରମାଙ୍କ ପରିବାର ସହିତ ଛିଡ଼ା ହୋଇଥିବାରୁ ପରିବାରବର୍ଗ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ମୋ ପରିବାରକୁ ଅଶେଷ କୃତଜ୍ଞତା ଜଣାଇଛନ୍ତି ।
ରାଜ୍ୟ
ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ମୃତକଙ୍କ ପରିବାରବର୍ଗଙ୍କୁ ସହାୟ ହେଲା ଓଡିଶା-ମୋ ପରିବାର
- Hits: 909











