ହେଡଲାଇନସ୍:

ଗ୍ରାମାଞ୍ଚଳ କ୍ରୀଡାକୁ ପ୍ରୋତ୍ସାହନ ଦେବା ନିମନ୍ତେ ଫୁଟବଲ ଟୁର୍ଣ୍ଣାମେଣ୍ଟ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ସରଦାପଙ୍କକୁ ହରାଇ ପିଢପୋଖରି ଦଳ ବିଜେତା

ଯୋଡା, (ପାର୍ଥ ସାରଥି ଷଡ଼ଙ୍ଗୀ) ଗ୍ରାମାଞ୍ଚଳ କ୍ରୀଡାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଓଡିଶା ଖଣି ନିଗମ (ଓଏମସି) ପକ୍ଷରୁ ୫ମ ଗ୍ରାମାଞ୍ଚଳ ଫୁଟବଲ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଦୁଵୁନା ଖେଳପଡିଆରେ ଆୟୋଜିତ ଦୁଇ ଦିବସିୟ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସ୍ଥାନୀୟ ଦୁଵୁନା-ସେକ୍ରାଡିହି ଖଣି ପାରିପାର୍ଶ୍ବିକ ଗ୍ରାମର ମୋଟ ୧୨ ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ । ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସମସ୍ତ ଲିଗ ମ୍ୟାଚରେ ଭଲ ପ୍ରଦର୍ଶନ କରି ପୀଢ଼ପୋଖୋରୀ ଦଳ ଓ ସରଦାପଙ୍କ ଦଳ ଫାଇନାଲକୁ ଖେଳିବା ନିମନ୍ତେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହି ଅବସରରେ ଆୟୋଜିତ ଉଦଯାପନୀ ସମାରୋହରେ ଝୁମ୍ପୁରା ତହସିଲଦାର ପ୍ରତିଭା ପୃଷ୍ଟି, ମୁଖ୍ଯ ଅତିଥି ଓ ଓଡିଶା ଖଣି ନିଗମ ବଡବିଲ ଆଞ୍ଚଳିକ ଅଧିକାରୀ ଅବନୀକାନ୍ତ ପ୍ରଧାନ ମୁଖ୍ୟଵକ୍ତା ଭାବେ ଯୋଗ ଦେଇଥିବା ବେଳେ ଡିଜିଏମ ଜ୍ଞାନ ପ୍ରକାଶ ମହାପାତ୍ର ,ଵସନ୍ତପୁର ପଂଚାୟତ ର ସରପଞ୍ଚ ଗୁରୁଵା ମୁଣ୍ଡା ଯୋଗ ଦେଇଥିଲେ । ଵଡଵିଲ ଆଂଚଳିକ କାର୍ଯାଳୟର ସିଏସଆର ପରାମର୍ଶଦାତା ନୂତନ ରାଉତ ଯୋଗ ଦେଇ ଏହି ପ୍ରତିଯୋଗିତାର ଆଭିମୁଖ୍ୟ ସଂପର୍କରେ କହିଥିଲେ । ଉପସ୍ଥିତ ଅତିଥିଙ୍କ ଦ୍ୱାରା ବିଜେତା ଦଳ ଓ ରନର୍ସ ଅପ ଦଳକୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଆୟୋଜିତ ଏହି ଟୁର୍ଣ୍ଣମେଣ୍ଟରେ ୪ ଜଣ ରାଜ୍ୟସ୍ତରୀୟ ରେଫରୀ ଯୋଗଦେଇଥିଲେ । ଦୁଇଦିନ ଧରି ଆୟୋଜିତ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟକୁ ସ୍ଥାନୀୟ ଲୋକେ ଭରପୁର ଉପଭୋଗ କରିଥିବା ବେଳେ ଖଣି ପାରିପାର୍ଶ୍ବିକ ଗ୍ରାମରେ ରହୁଥିବା ଯୁବକମାନଙ୍କ ମଧ୍ୟରେ ଗ୍ରାମୀଣ କ୍ରୀଡାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଓଡିଶା ଖଣି ନିଗମ ର ଏହି ପ୍ରୟାସକୁ ସାଧୁଵାଦ ଜଣାଇଥିଲେ । ଶିଵ ପ୍ରସାଦ ପାଣିଗ୍ରାହୀ, ଵିଶ୍ୱାଵଶୁ କିସାନ ମଂଚ ପରିଚାଳନା କରିଥିଲେ

0
0
0
s2sdefault