-
-ଚାଷ ମୋହ ଫେରାଇ ଆଣିଲା ନିଜ ମାଟିକୁ
-
-ଯୁବବର୍ଗଙ୍କ ପାଇଁ ପ୍ରେରଣା ପଲଟିବେ ଅଜିତ, ଟାଙ୍ଗରା ପଡ଼ିଆରେ ସୁନା ଫଳାଇଲେ
କାମାକ୍ଷାନଗର/ରିତେଶ ବ୍ରହ୍ମା:ଚାକିରି ଛାଡି ଫାର୍ମ ପ୍ରତିଷ୍ଠା କଲେ ଯୁବକ ।ନିଜ ପାଇିଁ ଓ ନିଜ ଗାଁ ପାଇିଁ କିଛି କରିବାର ଆଶା ସଫଳ ହୋଇଛି।-ପାଠପଢି ଉଚ୍ଚଶିକ୍ଷତ ହୋଇ ରାଜ୍ୟ ବାହାରେ ଚାକିରି କରି ମୋଟା ଅଙ୍କରେ ଦରମା ପାଉଥିବା ବେଳେ ଚାଷରୁ ମୁହଁ ଫେରାଇ ପାରିଲେ ନାହିଁ । ଚାକିରି ଛାଡି ଚାଲିଆସିଲେ ଜନ୍ମମାଟିକୁ । ଉନ୍ନତ ପ୍ରଣାଳିରେ ଚାଷକରି ବିଦେଶ କୋଳିକୁ ନିଜ ଗାଁ ମାଟିରେ ଫଳାଇଲେ। ନିଜେ ସ୍ୱାବଲମ୍ବୀ ହେବା ସହ ଅଞ୍ଚଳରୁ ଯୁବକଙ୍କୁ ଦେଲେ ନିଯୁକ୍ତି। ଦୃଢ ଇଛାଶକ୍କି ଆଗରେ ହାର ମାନିଛି ସବୁକିଛି।ଶେଷରେ ଶିଖର ଛୁଇଁ ପାରିଛନ୍ତି ଢେଙ୍କାନାଳ ଜିଲ୍ଲା ଆଦିବାସି ବହୁଳ କଙ୍କଡାହାଡ ବ୍ଲକର ଅଜିତ କୁମାର ମହାନ୍ତ ।ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ଗୋପପୁର ଗ୍ରାମର ଅଜିତ କୁମାର ମହାନ୍ତ। ପାଠପଢି ବାଙ୍ଗାଲୋରରେ ହେଲ୍ଥକେୟାର କମ୍ପାନିରେ ମୋଟାଅଙ୍କରେ ଚାକିରି କଲେ ।ଚାକିରିରୁ ମୁହଁଫେରାଇ ନିଜ ମାଟିରେ ଚାଷ ଆରମ୍ଭ କଲେ । ଏକ ଆପୋଲ ବେରି ଫାର୍ମ ପ୍ରତିଷ୍ଠା କଲେ । ବିଦେଶର କୋଳିକୁ ନିଜ ମାଟିରେ ଫଳାଇବା ପାଇିଁ ପ୍ରୟାଶ ଆରମ୍ଭ କଲେ ୨୦୨୧ ମସିହାରେ ।କଙ୍କଡାହାଡ଼ ବ୍ଲକ କନ୍ଧରା ଗ୍ରାମରେ ଫାର୍ମହାଉସ୍ ଆରମ୍ଭ କରିଥିଲେ ୨୦ ଏକର ଜାଗାରେ ଏବେ ପ୍ରାୟ ୪୦ ଏକର ଉପରେ ହେବ ତାଙ୍କ ଫାର୍ମ ।ସେଥିରେ ଥାଇଲ୍ୟାଣ୍ଡର ଆପୋଲବେରି କୋଳି ଫଳାଇଲେ। ଡ୍ରାଗନ ଫ୍ରୁଟସ୍ ମଧ୍ୟ କିଛି ଜାଗାର କରିଛନ୍ତି। ଏବଂ ସେଥିରୁ ବେଶ ଦୁଇପଇସା ରୋଜଗାର କରିବାର ଆସାମଧ୍ୟ ରଖିଛନ୍ତି।ପ୍ରଥମେ ଫାର୍ମହାଉସ୍ ର ମାଟିକୁ ପରିକ୍ଷା କରାଇ ଥଇଲ୍ୟାଣ୍ଡରୁ ଚାରା ଆଣି ରୋପଣ କଲେ ।ବଲ ସୁନ୍ଦରୀ ,କାଶ୍ମୀର ସୁନ୍ଦରୀ,ଭାରତ ସୁନ୍ଦରୀ,ଗ୍ରୀନ ଆପେଲ ବେରୀ ,ସିଡ଼ ଲେସ ଭଳି ୫ ପ୍ରକାରର କୋଳି ଆଣି ଲଗାଇ ଥିବା ବେଳେ ସେଥିରେ ସବୁ କୋଳିଗଛରୁ ଏବେ ଫଳ ଆସିଲାଣି ।ପ୍ରଥମେ ଚାରା ଆଣିଥିଲେ ଏବେ ନିଜେ କଲମୀ କରି ଚାରା ରୋପଣ କରୁଛି ।ଅନ୍ୟ ପକ୍ଷରେ ଡ୍ରାଗନ ଫୁଡ ବିଦେଶି ଫଳକୁ ନିଜ ଅଞ୍ଚଳରେ ଫଳାଇ ପାରିଛନ୍ତି ।ସଜନା , କଖାରୁ ଭଳି ଚାଷ ସାଙ୍ଗକୁ ଏକ ନର୍ଶରି ମଧ୍ୟ ପ୍ରତିଷ୍ଠା କରିଛନ୍ତି ଅଜିତ।ନିଜେ ସମସ୍ତ ସାମଗ୍ରୀର ପ୍ରସ୍ତୁତି ପ୍ରଣାଳୀ ତଦାରଖ କରୁଥିବା ବେଳେ ଏଠାରେ ୧୧ ଜଣଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ସାଙ୍ଗକୁ ୨୫ରୁ ଅଧିକ ଲୋକଙ୍କୁ ଦୈନିକ କାମ କରିବାର ସୁଯୋଗ ଦେଇଛନ୍ତି । କରୋନା କଟକଣା ସମୟରେ ମଧ୍ୟ ନିଯୁକ୍ତି ଦେଇଥିଲେ ଆଉ ଅସମୟରେ ଲୋକଙ୍କୁ ସହାରା ହୋଇଥିଲେ ।ଆଦିବାସି ବହୁଳ ଗ୍ରାମରେ ଏଭଳି ଏକ ଅତ୍ୟାଧୁନିକ ଫାର୍ମ ପ୍ରତିଷ୍ଠା କରିଥିବାରୁ ଅଂଚଳ ପାଇଁ ଗର୍ବ ବୋଲି କହନ୍ତି ସ୍ଥାନୀୟ ଲୋକେ ।ଫାର୍ମ ହାଉସକୁ କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯାଇଥିଲେ ଆଉ ଏଭଳିଆ ଏକ ପଦକ୍ଷେପକୁ ପ୍ରଶଂସା ମଧ୍ୟ କରିଥିଲେ ତା ସାଙ୍ଗକୁ ନିଜ ନିର୍ବାଚନ ମଣ୍ଡଳୀର ଚାଷୀ ମାନଙ୍କୁ ଏଠାକୁ ନେଇ ସେମାନେ କିପରି ଏଭଳିଆ କରି ପାରିବେ ଦେଖାଇବା ସାଙ୍ଗକୁ ଅଜିତଙ୍କ ଠାରୁ ପରାମର୍ଶ ନେବାକୁ କହିଥିଲେ ।ଭୁବନ ଓ କାମାକ୍ଷାନଗର ବ୍ଲକର ଚାଷୀ ଓ ଆତ୍ମା କମିଟି ମଧ୍ୟ ପରିଦର୍ଶନ କରିଛନ୍ତି ଫାର୍ମ ।ଅଜିତ ଆସାରଖିଛନ୍ତି ନିଜ ଜିଲ୍ଲାରୁ ଚାଷପ୍ରତି ରୁଚି ରଖିଥିବା ଶିକ୍ଷତ ଯୁବକଙ୍କୁ ଚାଷ ସମ୍ବନ୍ଧରେ ଉନ୍ନତ ମାନର ଟ୍ରେନିଂ ଦିଆଯାଇପାରିବ। ଏବଂ ଉନ୍ନତପ୍ରଣାଳିରେ ଚାଷ କରି ସେମାନ କିପରି ସ୍ବାବଲମ୍ବି ହୋଇ ନିଯୁକ୍ତି ସୃଷ୍ଟି କରିବେ ଏବଂ ରାଜ୍ୟକୁ ସୁସ୍ଥ ଯୈବିକ ଖାଦ୍ୟ ଯୋଗାନ୍ତୁ ଏହା ମୋର ସ୍ବପ୍ନ ବୋଲି କହିଛନ୍ତି ।ଆତ୍ମନିର୍ଭର ହେବା ପାଇଁ ଚାକିରୀ ପଛରେ ଗୋଡାଉ ଥିବା ଆଜିର ଯୁବପିଢି ପାଇଁ ସତରେ ପ୍ରେରଣା ପାଲଟିଛନ୍ତି ଅଜିତ କୁମାର ମହାନ୍ତ ।











