ହେଡଲାଇନସ୍:

ଜଗତସିଂହପୁର ଜିଲ୍ଲାରେ ଦ୍ୱିତୀୟ ଦିବସରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ସୁମନ୍ତ କୁମାର ଦାସ: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତୀ ତଥା ଗାନ୍ଧିଜୀଙ୍କ ଓଡି଼ଶା ଆଗମନର ୧୦୦ବର୍ଷ ପୂର୍ତ୍ତୀ ଉପଲକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ଗାନ୍ଧୀ ବାର୍ତ୍ତାର ପ୍ରଚାର ପ୍ରସାର କରିବାପାଇଁ ସାର ରାଜ୍ୟ ଅହିଂସା ରଥ ପ୍ରରିକ୍ରମ କରୁଛି ! ଏହି କ୍ରମରେ ସେପ୍ଟେମ୍ବର ୨୫ ରୁ ୨୭ତାରିଖ ପର୍ଯ୍ୟନ୍ତ ଅହିଂସା ରଥ ଜଗତସିଂହପୁର ଜିଲ୍ଲା ପରିକ୍ରମା କରୁଛି ! ଆଜି ଦ୍ୱିତୀୟ ଦିବସରେ ଅହିଂସା ରଥ ୧ କୁଞ୍ଜଙ୍ଗରୁ ବାହାରି ତିର୍ତୋଲ ବ୍ଲକ ପୋରଗଦେଇ ପଂଚାୟତ, ତିର୍ତୋଲ ପଂଚାୟତର ମଣିଚରଣ ଶାରଳା ଏକାଡେମୀ, ଗୋବିନ୍ଦପୁର ପଂଚାୟତ, ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ମା ଶାରଳଙ୍କ ପୀଠଠାରେ ରଥକୁ ସ୍ୱାଗତ କରାଯାଇଥିଲା l କନକପୁର ବାସୀ ଲଉଡ଼ିଖେଳ, ସକୀର୍ତ୍ତନ, ସ୍କୁଲ ପିଲାଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ l ରଘୁନାଥପୁର ବ୍ଲକର ବୟନ ଗ୍ରାମ ବା ଜୟପୁର, ତରପୁର ବାଇପାସ ଦେଇ ରଘୁନାଥପୁରରେ ବାସ କରିବେ l ଅହିଂସା ରଥ -୨ ଏରସମା ବ୍ଲକରୁ ବାହାରି ଗାନ୍ଧୀ ପୀଠ ପାଏଦା, ବରିଗୁଡ଼ିପଡା, ଗୋଡ଼ା, ପାଳଧୁଆ ବନ୍ଧଠାରେ ବାଲିକୁଦା ବ୍ଲକ ପ୍ରବେଶ କରିଥିଲା l ବାଇକ ଶୋଭାଯାତ୍ରାରେ ରଥ ବୋରିକିନା ହାଇସ୍କୁଲ ପହଁଚିଲା ପରେ ସ୍ୱାଗତ ସମ୍ବୋଧନା ହୋଇଥିଲା l ସ୍ୱାଧୀନତା ସଂଗ୍ରାମୀ ଅନୁ ମହାନ୍ତିଙ୍କ ଜନ୍ମ ପୀଠ ଦେଇ ନାଗପୁର ପଂଚାୟତ, ନାଉଙ୍ଗା ବ୍ଲକ, ଅଲଣାହାଟ ହାଇସ୍କୁଲ ଅହିଂସା ରଥ-୨ ରାତ୍ରି ଯାପନ କରିବ l ଜଗତସିଂହପୁର ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟୱାରୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ ଓ ଚିନ୍ମୟୀ ବିଶ୍ୱାଳ, ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କାହ୍ନୁଚରଣ ଧୀର, ଉପଜିଲ୍ଲାପାଳ ଧାମେନ୍ଦ୍ର ମଲ୍ଲିକ ତତ୍ୱାବଧାନରେ ଅହିଂସା ରଥ ଜିଲ୍ଲାର ଉତ୍ସାହ ଓ ଉଦିପନାର ସହ ଜିଲ୍ଲାପରିକ୍ରମା କରୁଛି l ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ କାମିନୀରଞ୍ଜନ ପଟ୍ଟନାୟକ ଅହିଂସା ରଥ -୨ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ରଥ-୧ ର ପରିଚାଳନା ଦାୟିତ୍ୱରେ ଅଛନ୍ତି l

0
0
0
s2sdefault