ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ତୁମ୍ଭାଅଣ୍ଡେଇସାହି ଗ୍ରାମ ପଞ୍ଚାୟତ ସ୍ଥିତ ହଳଦିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି ଯାହାକି ଏକ ପ୍ରକାର ନିନ୍ଦନୀୟ ଏବଂ ଲଜ୍ୟାଜନକ ଘଟଣା କହିଲେ ବି ଅତ୍ୟୁକ୍ତି ହେବ ନାହିଁ l ଏକ ୯୫ ବର୍ଷର ଵୃଦ୍ଧା ମହିଳା ଅସଦାଚରଣ ର ଶିକାର ହେବା ଉକ୍ତ ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିବା ସହିତ ଲୋକମାନେ ସାଧାରଣତଃ ଆଶ୍ଚର୍ଯ୍ୟ ଓ ଅବାକ୍ ଅବସ୍ଥାରେ ଅଛନ୍ତି l ଗ୍ରାମବାସୀଙ୍କ ସୂଚନା ଯୋଗ୍ୟ ରମାସ୍ୱାଇଁ ନାମଙ୍କ ୯୫ ବର୍ଷର ଵୃଦ୍ଧା ବିଧବା ମହିଳା ହଳଦିଆ ଗ୍ରାମରେ ବାସ କରନ୍ତି l ଵୃଦ୍ଧାଙ୍କର ଘର କହିଲେ ଗୋଟିଏ ଚାଳ କୁଡ଼ିଆ ଘର ସମ୍ପୂର୍ଣ୍ଣ ଏକୁଟିଆ ଘର ଟିଏ ଗ୍ରାମର ଲୋକମାନେ ବୃଦ୍ଧାଙ୍କର ପେଟ ପଟଣା ଓ ଭଲ ମନ୍ଦ ବୁଝିଥାନ୍ତି l ଆଉ ଯାହା ସରକାରଙ୍କ ଭର୍ତ୍ତା ଟଙ୍କା ମିଳେ ଵୃଦ୍ଧା ରମା ସ୍ୱାଇଁ ସେଇଥିରେ ସୁଖେ ଦୁଖେ ଚଳିଥାନ୍ତି l ଗତ ୨୩ ଜୁନ ଗୁରୁବାର ବିଳମ୍ବିତ ରାତିରେ ଵୃଦ୍ଧା ରହୁଥିବା ଘରେ ୪ଜଣ ଦୁର୍ବୁତ୍ତ ପଶି ଉକ୍ତ ମହିଳାଙ୍କୁ ଉଲଗ୍ନ କରି ତାକୁ ଅସଦାଚରଣ କରିବା ସହିତ ମାଡ଼ ମଧ୍ୟ ମାରିଛନ୍ତି l ମହିଳାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ସେହି ସ୍ଥାନ କୁ ପହଂଚିବା ବେଳକୁ ଚାରି ଜଣ ମଧ୍ୟରୁ ୨ ଜଣ ଦୌଡ଼ି ପଳାଇଥିଲେ l ଗ୍ରାମବାସୀ ସତ୍ୟନାରାୟଣ ଓ କୃଷ୍ଣଚନ୍ଦ୍ର ଲେଙ୍କା ୨ ଦୁର୍ବୁତ୍ତ ତଥା (ବିପ ସାର ଏବଂ ଶିବ ଦାସ ଙ୍କୁ) ଅଟକାଇବା ସମୟରେ ସେ ଦୁର୍ବୁତ୍ତ ୨ ଜଣ ଧକ୍କା ମାରି ନିଜ ଗାଡି ଛାଡି ଦୌଡ଼ି ପଳାଇଥିଲେ l ଏହାର ଏକ ଲିଖିତ ଅଭିଯୋଗ ପତ୍ର ଜଗତସିଂହପୁର ଥାନା ରେ ଗ୍ରାମବାସୀମାନେ ଦେଇଛନ୍ତି l ଥାନା ଅଧିକାରୀ ପ୍ରଭାସ ରଞ୍ଜନ ସ୍ୱାଇଁ ଏହି ଅଭିଯୋଗ ପତ୍ର କୁ ନେଇ ଉପଯୁକ୍ତ ତଦନ୍ତ କରିବା ପାଇଁ ସୂଚନା ଦେଇଛନ୍ତି l ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି l
ରାଜ୍ୟ
ଛି.... କି ଅମଣିଷ ଏଗୁଡ଼ାକ, ୯୫ ବର୍ଷର ଵୃଦ୍ଧାପ୍ରତି ଦୁର୍ବୁତ୍ତଙ୍କ ଅସଦାଚରଣ !
- Hits: 1123