ହେଡଲାଇନସ୍:

ଭୁବନେଶ୍ୱରରେ "ମୁଦ୍ରା' ପ୍ରୋତ୍ସାହନ ଅଭିଯାନ  : ସାହୁକାର ମହାଜାନୀ ଶୋଷଣ ଲୋପ ପାଇଁ ମୁଦ୍ରା ଯୋଜନା- ଧର୍ମେନ୍ଦ୍ର ପ୍ରଧାନ , ରାଜ୍ୟର ସବୁ ଗ୍ରାମପଂଚାୟତରେ ବ୍ୟାଙ୍କସେବା ପହଂଚୁ : ଅର୍ଥ ମନ୍ତ୍ରୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱରୁ ଚକ୍ରଧର ମାଝୀ -  ପରିଶ୍ରମ ସାଧାରଣ ଲୋକଙ୍କର ମାତ୍ର ଲାଭ ସାହୁକାରର । କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର  ଏପରି ଆଉ କରିବାକୁ ଦେଉ ନାହାନ୍ତି ବୋଲି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଦ୍ରା ପ୍ରୋତ୍ସାହନ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି । ବ୍ୟାଙ୍କ ମାନଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟରେ ବ୍ୟାଙ୍କ ମାନେ ନେଉଥିବା ଡିପୋଜିଟର   ୫୦ ପ୍ରତିଶତ ଋଣ ଆକାରରେ ନିବେଶ କରୁଥିବାର ହିସାବ ଥିବା ବେଳେ  ଏହାକୁ ୭୫ ପ୍ରତିଶତ କରିବାକୁ ତାଗିଦ କରିଛନ୍ତି ଶ୍ରୀ ପ୍ରଧାନ । 

ଓଡିଶାରେ ବ୍ୟାଙ୍କ ମାନେ ୬୬ ଲକ୍ଷ ୨୦  ହଜାର ଲୋକଙ୍କୁ ୧୮ ହଜାର ୬୦୦ କୋଟି ଋଣ ଦେବା ଯୋଗୁ ବ୍ୟାଙ୍କ ମାନେ ଧନ୍ୟବାଦର ପାତ୍ର ।  ଏହି ଋଣ ଗ୍ରହୀତାଙ୍କ ମଧ୍ୟରେ ୯୦ ପ୍ରତିଶତ ମହିଳା ରହିବା ଓ ୭୭ ପ୍ରତିଶତ ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟାନ୍ୟ ପଛୁଆ ଜାତିର ରହିବା ଏକ ଶୁଭ ଖବର । ମୋଟ ଋଣ  ଗ୍ରହୀତାଙ୍କ ମଧ୍ୟରେ ୨୦ ଲକ୍ଷ ପ୍ରଥମ ଥର  ଋଣ ନେଇଥିବା ବ୍ୟକ୍ତି ଥିବା ବ୍ୟାଙ୍କ ମାନଙ୍କ ଦ୍ୱାରା ଦିଆ ଯାଇଥିବା ତଥ୍ୟକୁ ଉଦ୍ଧୃତ କରି କହିଛନ୍ତି । ଗତ ତିନି ବର୍ଷରେ ୩୦ କୋଟି ଗରୀବ ଲୋକ ମାନେ ବ୍ୟାଙ୍କ ଖାତା ଖୋଲିଛନ୍ତି । ଦେଶର ସବୁ ବ୍ୟାଙ୍କ ଜଣେ ମହିଳା ତଥା ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କୁ ମୁଦ୍ରା  ଯୋଜନାରେ ଋଣ ଦେବାକୁ ବାଧ୍ୟତାମୂଳକ କରା ଯାଇଛି । ଓଡିଶାରେ ଥିବା ମୋଟ ୫୪୪୪ ବ୍ୟାଙ୍କ ଶାଖାକୁ ବୃଦ୍ଧି କରିବା ଓ ବ୍ୟାଙ୍କ ଗୁଡିକ ଓଡିଆ ଲୋକ ମାନଙ୍କୁ ଅଧିକ ସଂଖ୍ୟାରେ ଋଣ ଦେବା ନେଇ ସେ ବ୍ୟକ୍ତିଗତ ଭାବରେ ସମୀକ୍ଷା କରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । 

ସେହିପରି ଓଡିଶାରେ ବର୍ଷକୁ ସାଢେ ତିନିରୁ ଚାରି ଲକ୍ଷ ଯୁବକ - ଯୁବତୀ ନିଯୁକ୍ତି ଓ ଆତ୍ମ ନିଯୁକ୍ତିକ୍ଷମ ହେଉଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଭିଭାବକ ଭଳି ହାତ ଧରି ରୋଜଗାର ସୁଯୋଗ ଉପଲବ୍ଧ କରାଇବା ଦାୟିତ୍ୱ ନେବା  ଉଚିତ । ନୂତନ ଭାବରେ ସେ ଦକ୍ଷତା ବିକାଶ  ମନ୍ତ୍ରଣାଳୟର ଦାୟିତ୍ୱ ନେଇଥିବାରୁ ଓଡିଶାକୁ ଏହି  ପ୍ରଶିକ୍ଷଣ ଓ ନିଯୁକ୍ତି କାମର ପ୍ରୟୋଗ ଶାଳା କରିବାକୁ କହିଛନ୍ତି ।  ଓଡିଆ ଯୁବ ପୀଢୀକୁ ଉଦ୍ୟମୀ କରିବା ପାଇଁ ଆସନ୍ତା ସେପ୍ଟେମ୍ବର ମାସ ମଧ୍ୟରେ ନୂଆ ଓଡିଆ ଉଦ୍ୟମୀଙ୍କୁ ଦଶ ଲକ୍ଷରୁ ଏକ କୋଟି ପର୍ଯ୍ୟନ୍ତ ଋଣ ଉପଲବ୍ଧ କରାଇବା ପାଇଁ ସେ ବ୍ୟାଙ୍କ ମାନଙ୍କୁ ପରାମର୍ଶ ଦେଇଛନ୍ତି ।  ଏହି ଯୁବ ପୀଢୀର ଉତ୍ପାଦନ ଓ ବ୍ୟବସାୟ ନେଇ ଦକ୍ଷତା ବିକାଶ କାମ ତାଙ୍କ ବିଭାଗ ତରଫରୁ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । 

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶ୍ରୀ ଶଶିଭୂଷଣ ବେହେରା କହିଲେ ଯେ ମୁଦ୍ରା ଯୋଜନାର କାର୍ଯ୍ୟକାରିତାକୁ ବ୍ୟାପକ କରିବାକୁ ହେଲେ ହିତାଧିକାରୀ ସଂଖ୍ୟା ବୃଦ୍ଧି କରିବାକୁ ହେବ  । ଗତ ତିନିବର୍ଷ ମଧ୍ୟରେ ମୁଦ୍ରା ଯୋଜନାର ଶିଶୁ ବିଭାଗରେ ରାଜ୍ୟର ପ୍ରାୟ ୬୪ ଲକ୍ଷ ହିତାଧିକାରୀଙ୍କୁ ଋଣ ଦିଅ ।ଯାଇଥିବା ବେଳେ କିଶୋର ଓ ତରୁଣ ବିଭାଗରେ ଯଥାକ୍ରମେ ୧.୫୨ ଓ ୦୩ ଲକ୍ଷ ହିତାଧିକାରୀଙ୍କୁ ଋଣ ଦିଅ ।ଯାଇଛି  । କିଶୋର ଓ ତରୁଣ ବିଭାଗରେ ଅଧିକ ହିତାଧିକାରୀଙ୍କୁ ଋଣ ପ୍ରଦାନ ପାଇଁ ଅନ୍ତର୍ଭୁକ୍ତ କରାଯିବା ଦରକାର ବୋଲି ମନ୍ତ୍ରୀ ଶ୍ରୀ ବେହେରା ଦାବି କରିଥିଲେ  । ସେହିପରି ଓଡ଼ିଶାରେ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ୪ ହଜାରରୁ ଅଧିକ ଗ୍ରାମପଂଚାୟତରେ ବ୍ୟାଙ୍କସେବା ଉପଲବ୍ଧ ହେଉନଥିବା ବେଳେ ଦୂରଦୂରାନ୍ତ ଅଂଚଳଗୁଡ଼ିକରେ ବ୍ୟାଙ୍କ ଶାଖା ନାହିଁ ଏବଂ ଡିଜିଟାଲ ପେମେଂଟ ଜରିଅ ।ରେ ନଗଦ ବିହୀନ କାରବାର ହୋଇପାରୁନାହିଁ ବୋଲି କହି ସେହି ଦୃଷ୍ଟିରୁ ରାଜ୍ୟରେ ଅଧିକ ବ୍ୟାଙ୍କ ଖୋଲାଯିବା ଓ ଅଧିକ ହିତାଧିକାରୀଙ୍କୁ ମୁଦ୍ରା ଯୋଜନାରେ ଋଣ ଦେବା ଉପରେ ମନ୍ତ୍ରୀ ଶ୍ରୀ ବେହେରା ଗୁରୁତ୍ୱ ଦେଇଛନ୍ତି  ।

ଅନ୍ୟତମ ଅତିଥି ସାଂସଦ ପିନାକୀ ମିଶ୍ର ତାଙ୍କ ବକ୍ତବ୍ୟରେ ମୁଦ୍ରା ଯୋଜନାରେ ପ୍ରଦତ ଋଣ ଉପରେ ସୁଧ ହାର ହ୍ରାସ କରାଯିବା ସହିତ ଋଣ ପରିଶୋଧ ଅବଧି ବୃଦ୍ଧି କରାଯିବା ଅ।ବଶ୍ୟକ ବୋଲି କହିଥିଲେ  । ଜଣେ ଅଣୁ ଉଦ୍ୟୋଗୀ ତଥା କ୍ଷୁଦ୍ର ବ୍ୟବସାୟୀ ବର୍ତମାନର ୧୧-୧୨ ପ୍ରତିଶତ ସୁଧରେ ଋଣ ନେବା ଯଥାର୍ଥ ନୁହେଁ  । ବ୍ୟାଙ୍କଗୁଡ଼ିକ ମଧ୍ୟ ଅପହଂଚ ଇଲାକାର ହିତାଧିକାରୀମାନଙ୍କୁ ଚିହ୍ନଟ କରିବା ଦରକାର ବୋଲି ଶ୍ରୀ ମିଶ୍ର କହିଥିଲେ  ।

ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ତୁହିନ୍ କାନ୍ତ ପାଣ୍ଡେ ସ୍ୱାଗତ ଭାଷଣ ଦେଇ ରାଜ୍ୟରେ ବ୍ୟାଙ୍କଗୁଡ଼ିକ ଜମା ସଂଗ୍ରହ ଓ ଋଣ ପ୍ରଦାନ ଅନୁପାତକୁ ଅନୁକୂଳ ରଖିବା ଉପରେ ଗୁରୁତ୍ୱ ଦେବା ସହିତ ମୁଦ୍ରା ଯୋଜନାର ସଫଳତା ନିମନ୍ତେ ଓଡ଼ିଶା ସରକାରଙ୍କ ସହଭାଗିତା ଅବ୍ୟାହତ ରହିବ ବୋଲି କହିଥିଲେ  ।

କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରାଳୟ ଉପଶାସନ ସଚିବ ସଂଜୟ କୁମାର, ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ଅଧ୍ୟକ୍ଷ ଚରଣ ସିଂହ, ବ୍ୟାଙ୍କର୍ସ କମିଟି ଅ।ବାହକ  ଅନୀଲ କୁମାର, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସିଜିଏମ୍  ବି.ଭି.ଜି ରେଡଡୀ , ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଦଳାଇ, ଚିଲିକା ବିଧାୟକ ଡା. ବିଭୂତି ହରିଚନ୍ଦନଙ୍କ ସମେତ ଅର୍ଥ ତଥା ବିଭିନ୍ନ ବିଭାଗର ପଦାଧିକାରୀମାନେ ଉପସ୍ଥିତ ଥିଲେ  । ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଉଦ୍ୟୋଗୀମାନଙ୍କୁ ଋଣ ପ୍ରଦାନ କରାଯାଇଥିଲା  । ଡିଜିଟାଲ୍ ବ୍ୟାଙ୍କିଂ କାରବାର ତଥା ମୁଦ୍ରା ଯୋଜନାର ସଫଳ କାହାଣୀ ପ୍ରଦର୍ଶିତ ହୋଇଥିଲା  । 

0
0
0
s2sdefault