ହେଡଲାଇନସ୍:

ରାଜ୍ୟରେ ଧାନସଂଗ୍ରହ ମଣ୍ଡିଗୁଡ଼ିକର ଭିତ୍ତିଭୂମି ବିକାଶ କରାଯିବ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ସମବାୟ ବିଭାଗ ପକ୍ଷରୁ ସଂକଳ୍ପନାମା ଜାରି

ଭୁବନେଶ୍ୱର(ଶାସକ ପ୍ରଶାସକ) : ରାଜ୍ୟରେ ମଣ୍ଡିଗୁଡ଼ିକରେ ଧାନସଂଗ୍ରହ ପରିମାଣ ବୃଦ୍ଧି ପାଇଥିବା ପରିପ୍ରେକ୍ଷୀରେ ମଣ୍ଡିର ଧାନସଂଗ୍ରହ କାର୍ଯ୍ୟକୁ ସୁଚାରୁ ରୂପେ କରିବା ନିମନ୍ତେ ଭିତ୍ତିଭୂମିର ଉନ୍ନତି କରିବା ପାଇଁ ସମବାୟ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହିସବୁ ଭିତ୍ତିଭୂମିର ଯୋଜନା ପ୍ରସ୍ତୁତି ଓ ନିର୍ମାଣ ଓ ଆବଶ୍ୟକ ବ୍ୟୟ ଭାର ବହନ କରିବା ଦିଗରେ ବିଭାଗ ପକ୍ଷରୁ ଏକ ସଂକଳ୍ପନାମା ଜାରି କରାଯାଇଛି ।
ରାଜ୍ୟରେ ପ୍ରତିବର୍ଷ ଚାଷୀମାନଙ୍କଠାରୁ ଧାନସଂଗ୍ରହର ପରିମାଣ ବୃଦ୍ଧି ପାଉଛି ଏବଂ ଅଧିକରୁ ଅଧିକ ଚାଷୀ ମଣ୍ଡିରେ ଧାନ ବିକି୍ର କରିବା ପାଇଁ ନାମ ପଂଜୀକରଣ କରୁଛନ୍ତି । ଚାଷୀମାନେ ଯେପରି ସହଜରେ ଓ ସୁବିଧାରେ ସେମାନଙ୍କର ଧାନ ବିକି୍ର କରିପାରିବେ, ସେଥିନେଇ ରାଜ୍ୟ ସରକାର ଆବଶ୍ୟକ ଭିତ୍ତିଭୂମିର ନିର୍ମାଣକୁ ଅଗ୍ରାଧିକାର ଦେଇଛନ୍ତି ଏବଂ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସମବାୟ ସମିତି ନିବନ୍ଧକଙ୍କୁ କୁହାଯାଇଛି । ଯେଉଁସବୁ ମଣ୍ଡିଗୁଡ଼ିକରେ ଭିତ୍ତିଭୂମି ବିକାଶର ଆବଶ୍ୟକତା ରହିଛି, ସେଠାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ନିମନ୍ତେ ଆବଶ୍ୟକତାର ପୁନଃଆକଳନ ଓ ଖର୍ଚ୍ଚ ଅଟକଳ ତୁରନ୍ତ ପ୍ରସ୍ତୁତ କରି ବିଭାଗକୁ ଅବଗତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅଦିନିଆ ବର୍ଷା ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଚାଷୀମାନଙ୍କ ଧାନ ସୁରକ୍ଷିତ ରଖିବା ଦିଗରେ ପ୍ରତ୍ୟେକ ଧାନସଂଗ୍ରହ କେନ୍ଦ୍ରର ପିଣ୍ଡିଗୁଡ଼ିକ ଉଚ୍ଚ କରିବା, ଉପର ଛାତ ଏବଂ ଗୋଦାମ ଗୃହ ଆଦିର ନିର୍ମାଣ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି ।
ଯେଉଁ ମଣ୍ଡିରେ ଏହିସବୁ ସୁବିଧା ନାହିଁ, ସେଠାରେ ଉପଯୁକ୍ତ ସରକାରୀ ଜମିର ହସ୍ତାନ୍ତରଣ କରିବା ପାଇଁ ସଂପୃକ୍ତ ତହସିଲଦାରଙ୍କ ନିକଟରେ ଆବେଦନ କରିବା ପାଇଁ ସମବାୟ ସମିତିର ଡେପୁଟି ରେଜିଷ୍ଟ୍ରାରମାନଙ୍କୁ ବିଭାଗ ପକ୍ଷରୁ ଅଧିକୃତ ଅଧିକାରୀ ଭାବେ ନିୟୋଜିତ କରାଯାଇଛି । ତେବେ ସଂପୃକ୍ତ ନିୟନ୍ତ୍ରିତ ବଜାର କମିଟି ସେମାନଙ୍କ ଦ୍ୱାରା ଧାନସଂଗ୍ରହ ସମୟରେ ଆଦାୟ କରାଯାଇଥିବା ଉନ୍ନୟନ ଫିସ୍‌ ଏବଂ ପ୍ୟାକ୍ସ ଓ ଲ୍ୟାମ୍ପସ୍‌କୁ ଧାନସଂଗ୍ରହ ବାବଦକୁ ମିଳୁଥିବା କମିଶନ ଅର୍ଥକୁ ମଣ୍ଡିର ପିଣ୍ଡିକୁ ଉଚ୍ଚ କରିବା, ଉପର ଛାତ, ଗୋଦାମ ଗୃହ ନିର୍ମାଣ ସହିତ ଅନ୍ୟାନ୍ୟ ମୌଳିକ ଭିତ୍ତିଭୂମି ନିର୍ମାଣ ନିମନ୍ତେ ଖର୍ଚ୍ଚ କରାଯାଇପାରିବ ।
ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ମଣ୍ଡି ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଯୋଜନା ଓ ବ୍ୟୟ ଅଟକଳକୁ ଅନୁମୋଦନ କରିବେ । ପ୍ରକଳ୍ପର ବୈଷୟିକ ଅନୁମୋଦନ ସଂପୃକ୍ତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା/ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଅଧିକୃତ ବୈଷୟିକ ବ୍ୟକ୍ତିଙ୍କ ଦ୍ୱାରା ପ୍ରଦାନ କରାଯିବ । ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦ ତଦାରଖରେ ସଂପୃକ୍ତ ପଞ୍ଚାୟତ ସମିତି ଦ୍ୱାରା ନିର୍ମାଣ କାର୍ଯ୍ୟ କରାଯିବ ।

0
0
0
s2sdefault