ଜଗତସିଂହପୁର/ ସୁମନ୍ତ କୁମାର ଦାସ : ଆସନ୍ତା ମାର୍ଚ୍ଚ ୨୪ତାରିଖରେ ହେବାକୁ ରହିଥିବା ପୋର ନିର୍ବାଚନ ପାଇଁ ସରଗରମ ହୋଇଉଠୁଛି ଜଗତସିଂହପୁର ପୌରାଞ୍ଚଳ । ବିଶେଷ କରି କଂଗ୍ରେସର ଗଡ଼ ଭାବେ ପରିଚିତ ୪ ଏବଂ ୫ନଂ ୱାର୍ଡକୁ ଚଳିତ ନିର୍ବାଚନରେ ହାତେଇବା ପାଇଁ ବିଶେଷ ପ୍ରୟାସ ତଥା ଫୋକସ୍ ଦେଉଛି ଶାସକ ବିଜୁ ଜନତା ଦଳୀୟ ୫ନଂ ୱାର୍ଡ଼ର କାଉନସିଲର ପ୍ରାର୍ଥୀନୀ ମଧୁସ୍ମିତା ସିଂଙ୍କ ପାଇଁ ଜୋରଦାର ପ୍ରଚାର କରିଛନ୍ତି କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟିକା ତଥା ବରିଷ୍ଠ ବିଜେଡ଼ି ନେତ୍ରୀ ସିପ୍ରା ମଲ୍ଲିକ । ଏପରିକି ଏହି ୱାର୍ଡ ଅନ୍ତର୍ଗତ ତଥା ଦୀର୍ଘ ବର୍ଷ ଧରି ଅବହେଳିତ ହୋଇ ରହିଥିବା ଧଡ଼ାସାହିକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିଛନ୍ତି ସିପ୍ରା ମଲ୍ଲିକ । ପ୍ରକାଶଯୋଗ୍ୟ କି, ଧଡାସାହିର ଅଧିକାଂଶ ଲୋକେ କେବଳ ଖାଦ୍ୟ ସୁରକ୍ଷା ଯୋଜନା ରେ ଅନ୍ତର୍ଭୁକ୍ତ ରହିଥିବା ବେଳେ, ଅନ୍ୟାନ୍ୟ ଯୋଜନା ପ୍ରାୟ ସେମାନଙ୍କ ପାଖରେ ଅପହଞ୍ଚ ହୋଇ ରହିଥିବାର ହୃଦୟଙ୍ଗମ କରି ଏହି ଗ୍ରାମକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିଛନ୍ତି ପୂର୍ବତନ ବିଧାୟିକା । ପାନୀୟଜଳ,ସ୍ୱଚାଳୟ ରାସ୍ତାଘାଟ ଏବଂ ଆବାସ ଯୋଜନା ସାତ ସପନ ପାଲଟିଛି ଏଠାକାର ଲୋକମାନଙ୍କ ପାଇଁ । ତେଣୁ ଚଳିତ ନିର୍ବାଚନରେ ଦଳୀୟ ପୌରାଧ୍ୟକ୍ଷ ପ୍ରାର୍ଥୀନୀ ରାଜଶ୍ରୀ ମହାପାତ୍ରଏବଂ କାଉନସିଲର ପ୍ରାର୍ଥୀନୀ ମଧୁସ୍ମିତା ସିଂକୁ ବିପୁଳ ଭୋଟରେ ବିଜୟୀ କରାଇବା ପାଇଁ ଭୋଟରଙ୍କୁ ନିବେଦନ କରିବା ସହ ଆଗାମୀ ଦିନରେ ନବୀନ ବାବୁଙ୍କର ବିକାଶ ଧାରାରେ ସାମିଲ ହୋଇ ସମସ୍ତ ଜନହିତକର ଯୋଜନାରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି ସିପ୍ରା ମଲ୍ଲିକ ପୂର୍ବରୁ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ମୁଦୁଲି ଏବଂ ବିଜେଡ଼ିର ବହୁ ନେତା ଏହି ୱାର୍ଡରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଭିକ୍ଷା କରିଥିବା ବେଳେ ଆଗାମୀ ଦିନରେ ଏହି ୱାର୍ଡ଼ ଏକ ବିକଶିତ ୱାର୍ଡ ମାନ୍ୟତା ପାଇବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ତେଣୁ ଚଳିତ ନିର୍ବାଚନରେ କଂଗ୍ରେସର ଏହି ଦୁର୍ଗରେ ବିଜେଡିର ବାନା ଉଡ଼ିବ ବୋଲି କୁହାକୁହି ହେଉଛନ୍ତି ସ୍ଥାନୀୟ ଭୋଟର | ତେବେ ଚଳିତ ନିର୍ବାଚନରେ ଏଠାରୁ କିଏ ବା କେଉଁ ଦଳ ବାଜିମତ କରିବ ତାହା ନିର୍ବାଚନ ଫଳାଫଳ ପରେ ସ୍ପଷ୍ଟ ହେବ ।
ରାଜ୍ୟ
ଜଗତସିଂହପୁର ମ୍ୟୁନିସିପାଲିଟିରେ ବିଜେଡି ହେଭିୱେଟଙ୍କ ମାରାଥନ ପ୍ରଚାର
- Hits: 284