ବରଗଡ :- ଆଜି ପୌର ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ ଥିଲା । ନିର୍ବାଚନ ଘୋଷଣା ହେବା ପରଠାରୁ ପ୍ରଥମ ଥର ପାଇଁ ବରଗଡ଼ ଜିଲ୍ଲା ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ହେଉଥିବା ନିର୍ବାଚନ ପାଇଁ ଲୋକଙ୍କର ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ଆଜି ପ୍ରଚାରର ଶେଷ ଦିନ ଥିଲା । ଏହି ଅବସରରେ ନିଜର ଦଳୀୟ ପ୍ରାର୍ଥୀ ମାନଙ୍କର ସପକ୍ଷରେ ପ୍ରଚାର କରିବା ପାଇଁ ନିଜେ ରାଜ୍ୟ ସରକାର ଙ୍କର କ୍ୟାବିନେଟ ମନ୍ତ୍ରୀ ତଥା ପଶ୍ଚିମ ଓଡିଶାର ଜନପ୍ରିୟ ନେତା ଶ୍ରୀ ସୁଶାନ୍ତ ସିଂ ରାସ୍ତା କୁ ଓଲ୍ହାଇ ଥିଲେ । ପ୍ରଚାରର ଶେଷ ଦିନରେ ବିଜେଡି ତରଫରୁ ଏକ ରୋଡ଼ ଶୋ ର ଆୟୋଜନ କରାଯାଇଥିଲା । ମାତ୍ର କିଛି ଲୋକଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ରୋଡ଼ ଶୋ ରେ ଧୀରେ ଧୀରେ ସ୍ବତ ପ୍ରବୃତ୍ତ ଭାବରେ ହଜାର ହଜାର ଲୋକ ସାମିଲ ହୋଇଥିଲେ । ବିଜେପୁର ନୂତନ ଭାବରେ ଗଠନ କରାଯାଇଥିବା ଏନ ଏ ସି ପାଇଁ ପ୍ରଥମ ଥର ନିର୍ବାଚନ ହେବା କୁ ଯାଉଛି ଏହା ସହିତ ଏହି ବିଜେପୁର ମାଟିର ପୁଅ ନିଜେ ମନ୍ତ୍ରୀ ସୁଶାନ୍ତ ସିଂ ରୋଡ଼ ଶୋ କରୁଛନ୍ତି , ଲୋକଙ୍କ ଉତ୍ସାହ ଦେଖିଲେ ଲାଗୁଥିଲା ଯେ ବିଜେପୁର ଏନ ଏ ସି ହେବାଦ୍ୱାର ଅନେକ ଖୁସି । ଏଠାରେ ସୂଚନାଯୋଗ୍ୟ ଯେ ମନ୍ତ୍ରୀ ଶ୍ରୀ ସିଂ ଙ୍କର ସ୍ବର୍ଗତ ପିତା ଶ୍ରୀ ତେଜରାଜ ସିଂ ଏହି ବିଜେପୁର ବ୍ଲକରେ ଜଣେ ଡ୍ରାଇଭର ଭାବରେ କାର୍ୟ୍ଯରତ ଥିଲେ । ମନ୍ତ୍ରୀ ଙ୍କର ବାଲ୍ୟକାଳ ଓ କିଶୋର ଅବସ୍ଥାର ଅନେକ ସମୟ ବିଜେପୁର ରେ କଟିଥିଲା । ବିଜେପୁର ରେ ରହିଛନ୍ତି ତାଙ୍କର ଅନେକ ବାଲ୍ୟବନ୍ଧୁ ଓ ସମ୍ପର୍କୀୟ । ମୁଖ୍ୟ କଥା ହେଲା ଯେ ବିଜେପୁର କୁ ନିଜର ଘର ବୋଲି ତଥା ବିଜେପୁର ବାସୀଙ୍କୁ ନିଜର ପରିବାରର ସଦସ୍ୟ ମନେ କରୁଥିବା ମନ୍ତ୍ରୀ ଶ୍ରୀ ସିଂ ଙ୍କର ସହିତ ବିଜେପୁର ର ଅଧିକାଂଶ ଲୋକେ ପ୍ରତକ୍ଷ ଭାବରେ ଜଡିତ । ଗୋଟିଏ ଧାଡିରେ କହିବାକୁ ଗଲେ ମନ୍ତ୍ରୀ ଶ୍ରୀ ସିଂ ବିଜେପୁର ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ବିକାଶ ଓ ଉନ୍ନତି ପାଇଁ ତଥା ପ୍ରତକ୍ଷ ଭାବରେ ବିଜେପୁର ବାସୀ ଙ୍କର ସବୁପ୍ରକାର ସହଯୋଗ ପାଇଁ ସର୍ବଦା ପ୍ରୟାସରତ । ସେହିଭଳି ବିଜେପୁର ବାସୀ ଙ୍କର ମଧ୍ୟ ସବୁବେଳେ ମନ୍ତ୍ରୀ ଙ୍କର ପ୍ରତି ଭଲପାଇବା , ବିଶ୍ୱାସ ଓ ଆଶୀର୍ବାଦ ରହି ଆସିଛି ଯାହାର ଆହୁରି ଏକ ନମୁନା ଆଜି ମନ୍ତ୍ରୀ ଙ୍କର ରୋଡ଼ ଶୋ ରେ ଦେଖିବାକୁ ମିଳିଥିଲା । ଦଳୀୟ କର୍ମୀ ଓ ପ୍ରାର୍ଥୀ ମାନଙ୍କୁ ନେଇ ଆରମ୍ବ ହୋଇଥିବା ରୋଡ଼ ଶୋ ରେ ପୁରା ବିଜେପୁର ସାମିଲ ହୋଇ ଯାଇଥିବା ଭଳି ମନେ ହେଉଥିଲା ।
ଆଜିର ଏହି ରୋଡ଼ ଶୋରେ ମନ୍ତ୍ରୀ ଶ୍ରୀ ସିଂ ଙ୍କର ସହିତ ବରଗଡ଼ ଜିଲ୍ଲା ପରିଷଦ ର ନବନିର୍ବାଚିତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ଓଡିଶା ମୋ ପରିବାରର ବରଗଡ଼ ଜିଲ୍ଲା ସଂଯୋଜକ ଓ ଜିଲ୍ଲା ବିଜୁ ଜନତା ଦଳ ର କୃଷକ ସେଲ ର ସଭାପତି ଶ୍ରୀ ଗୌରହରି ମିଶ୍ର ମଧ୍ୟ ସାମିଲ ହୋଇଥିଲେ । ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଓ ରାଜ୍ୟ ସରକାର ଙ୍କର ବିଜେପୁର ପ୍ରତି ରହିଥିବା ସୁଦୃଷ୍ଟି , ବିଜେପୁର ଅଂଚଳରେ ରହିଥିବା ମନ୍ତ୍ରୀ ସୁଶାନ୍ତ ସିଂ ଙ୍କର ପ୍ରବଳ ଲୋକପ୍ରିୟତା ଓ ଆଜିର ସଫଳ ରୋଡ଼ ଶୋ କୁ ଦେଖିଲେ ଲାଗୁଛି ଯେ ପ୍ରଥମ ଥର ପାଇଁ ହେବାକୁ ଯାଉଥିବା ବିଜେପୁର ଏନ ଏ ସି ର ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ମାନେ ବିପୁଳ ଭୋଟ ପାଇ ବିଜୟ ଲାଭ କରିବା ସହିତ ପୁଣି ଏକ ରେକର୍ଡ ସୃଷ୍ଟି କରିବେ ବୋଲି ବିଜୁ ଜନତା ଦଳର ଜିଲ୍ଲା ଉପସଭାପତି ଶ୍ରୀ ଜନାର୍ଦ୍ଦନ ପାଣିଗ୍ରାହୀ କହିଛନ୍ତି ।