ହେଡଲାଇନସ୍:

ଟାଟା ଷ୍ଟିଲ୍ ପକ୍ଷରୁ ଆୟୋଜିତ “ଅରୁଣିମା’ର ସମାପନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାର୍ଯ୍ୟକ୍ରମର କେନ୍ଦ୍ର ବିନ୍ଦୁରେ ରହିଥିଲା ଜଳ ସଂରକ୍ଷଣ

ଭୁବନେଶ୍ୱର / ସୁକିନ୍ଦା: ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍, ସୁକିନ୍ଦା ପରିସରରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍ଏଫ୍) ପକ୍ଷରୁ ଆୟୋଜନ କରାଯାଇଥିବା ଦୁଇ ଦିନିଆ କାର୍ଯ୍ୟକ୍ରମ “ଅରୁଣିମା’ର ଗୁରୁବାର ଦିନ ସମାପନ ହୋଇଛି। ଅରୁଣିମାର ଶେଷ ଦିବସରେ ଜଳ ସମ୍ପର୍କିତ ସମସ୍ୟା ଉପରେ କାର୍ଯ୍ୟ କରୁଥିବା ବିଶେଷଜ୍ଞମାନେ ଏକତ୍ରୀତ ହୋଇଥିଲେ ଏବଂ ସାରା ଯାଜପୁର ଜିଲ୍ଲାର ଚାଷୀ ଓ ମହିଳା ଉଦ୍ୟୋଗୀମାନଙ୍କ ସହ ଆଲୋଚନା କରିଥିଲେ।
ନିଜ ଚାଷ ଜମିରେ ଜଳସେଚନ ସୁବିଧା ପହଂଚାଇବା ଲାଗି ଗୋନାସିକା ପାହାଡ଼କୁ କାଟି ଏକ କିଲୋମିଟର୍ ବ୍ୟାପି ଲମ୍ବା କେନାଲ୍ ଖୋଳିଥିବା କେନ୍ଦୁଝର ଜିଲ୍ଲାର ପଦ୍ମଶ୍ରୀ ଦୈତାରୀ ନାଏକ ଏହି କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓ ଦର୍ଶକମାନଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ସହିତ ଶ୍ରୀଯୁକ୍ତ ସୁଶାନ୍ତ କୁମାର ମିଶ୍ର, ବରିଷ୍ଠ ମହାପ୍ରବନ୍ଧକ, ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍ ଓ ଶ୍ରୀଯୁକ୍ତ ଅମ୍ବିକା ପ୍ରସାଦ ନନ୍ଦ, ମୁଖ୍ୟ, ସିଏସ୍ଆର୍, ଓଡ଼ିଶା, ଟାଟା ଷ୍ଟିଲ୍ ଉପସ୍ଥିତ ଥିଲେ।
୨୦୧୭ରେ ସଂସ୍ଥାପିତ ହୋଇଥିବା ଅରୁଣିମା ଟାଟା ଷ୍ଟିଲ୍ର ସୁକିନ୍ଦା, ବାମନିପାଳ ଓ କଳିଙ୍ଗନଗର କାର୍ଯ୍ୟ କ୍ଷେତ୍ର ଅଂଚଳର ଆଖପାଖରେ ବାସ କରୁଥିବା ଗୋଷ୍ଠୀଙ୍କୁ ଏକକ ମଂଚ (ପ୍ଲାଟଫର୍ମ) ପ୍ରଦାନ କରୁଛି ଯେଉଁଠାରେ ସେମାନଙ୍କ ଉଦ୍ୟମକୁ ମାନ୍ୟତା ପ୍ରଦାନ କରାଯାଉଛି ଏବଂ ସେହି ଅଂଚଳରେ ହୋଇଥଇବା ଅଭିବୃଦ୍ଧି ଯାତ୍ରା ବିଷୟରେ ସମାଜର ଲୋକମାନଙ୍କୁ ଜାଗ୍ରତ କରାଯାଉଛି।
ଚଳିତ ବର୍ଷ କାର୍ଯ୍ୟକ୍ରମର ବିଷୟବସ୍ତୁ ପରିବେଶ ବ୍ୟବସ୍ଥାରେ ଜଳ ଉପରେ ଗୁରୁତ୍ୱ ଦେବାପାଇଁ ଏକ ଦୃଢ଼ ଅନୁଭବ ଏବଂ ଜାତିସଂଘ ପକ୍ଷରୁ ୨୦୧୮-୨୮କୁ ମିସନ୍ ଜଳ ଦଶନ୍ଧି ଭାବେ ଘୋଷଣା କରାଯାଇଥିବା ଉପରେ ପର୍ଯ୍ୟବେସିତ ଥିଲା।
ପଦ୍ମଶ୍ରୀ ବିଜେତା କହିଥିଲେ ଯେ ଜଳ ସଙ୍କଟର ସମାଧାନ ଲାଗି ସ୍ଥାନୀୟ ଗୋଷ୍ଠୀର ଲୋକମାନଙ୍କୁ ଏକତ୍ରୀତ ହେବାକୁ ପଡ଼ିବ। “ମୁଁ ଚାହୁଁଛି ଭବିଷ୍ୟତ ପିଢ଼ିର ଲୋକମାନେ ଚାଷ କାମରେ ନିୟୋଜିତ ହୁଅନ୍ତୁ ଏବଂ ତାହାକୁ ସଠିକ୍ ଢଙ୍ଗରେ ଆଗକୁ ବଢ଼ାଇବା ଲାଗି ଆବଶ୍ୟକ ବ୍ୟବସ୍ଥା ବିକଶିତ କରିବାର ଦାୟିତ୍ୱ ବୟସ୍କଙ୍କ ଉପରେ ନ୍ୟସ୍ତ ରହୁ ବୋଲି ଶ୍ରୀ ନାୟକ କହିଛନ୍ତି।
ଶ୍ରୀଯୁକ୍ତ ରଶ୍ମୀ ରଂଜନ ବାରିକ, ବୈଷୟିକ ବିଶେଷଜ୍ଞ, ଓଡ଼ିଶା ଜଙ୍ଗଲ କ୍ଷେତ୍ର ବିକାଶ ସୋସାଇଟି, ଓଡ଼ିଶା ସରକାର, ଶ୍ରୀମତୀ ସ୍ମିତା ସୁଚରିତା ନାୟକ, କାର୍ଯ୍ୟନିର୍ବାହୀ ନିର୍ଦେଶକ, ଓଡ଼ିଶା ଗ୍ରାମୀଣ ପୁନଃନିର୍ମାଣ ସଂଘ ଏବଂ ଶ୍ରୀଯୁକ୍ତ ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି, ବୈଷୟିକ ପ୍ରବନ୍ଧକ, ବୋଲାଗ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଉଥ୍ ଏସିଆ (ବିଆଇଏସ୍ଏ), ବାଲେଶ୍ୱର ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଜଳ ସଂରକ୍ଷଣ ପାଇଁ ଗୋଷ୍ଠୀ ପକ୍ଷରୁ ଗ୍ରହଣ କରାଯିବାକୁ ଥିବା ବିଭିନ୍ନ ନିରନ୍ତର ପଦ୍ଧତି ଉପରେ ଆଲୋକପାତ କରିଥିଲେ।
ମାକ୍ରୋ ସ୍ତରରେ ଜଳ ସଂରକ୍ଷଣ ପାଇଁ କିଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି ତାହା ଉପରେ ବିଭିନ୍ନ ସ୍ଥାନରୁ ଯୋଗଦେଇଥିବା ଅଂଶଗ୍ରହଣକାରୀମାନେ ଆଲୋଚନା କରିଥିଲେ। ନିଜର ଜ୍ଞାନ ଓ ଅନୁଭୂତିକୁ ଅନ୍ୟମାନଙ୍କ ସହ ବାଂଟିବା ଲାଗି ଏହି କାର୍ଯ୍ୟକ୍ରମ ଏକ ସୁଯୋଗ ଥିଲା।

0
0
0
s2sdefault