ନିଲନ୍ସ ପାଳନ କରୁଛି ସ୍ନେହ ବାଣ୍ଟିବାର ୬୦ ବର୍ଷ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଏକ ପୂର୍ଣ୍ଣାଙ୍ଗ ଖାଦ୍ୟ ସମାଧାନ ପ୍ରଦାନକାରୀ କମ୍ପାନୀରେ ରୂପାନ୍ତରିତ ହେବା ଲକ୍ଷ୍ୟ

ଭୁବନେଶ୍ୱର: ଅନ୍ୟତମ ସର୍ବାଧିକ ଭରସାଯୋଗ୍ୟ ପ୍ରକ୍ରିୟାକୃତ ଖାଦ୍ୟ କମ୍ପାନୀ ନିଲନ୍ସ ନିକଟରେ ୬୦ ବର୍ଷ ପୂରଣ କରିଛି । ମହାରାଷ୍ଟ୍ରର ଜଲଗାଓଁରେ ଏକ ଛୋଟ କୃଷିକ୍ଷେତରୁ ବିନମ୍ର ଯାତ୍ରା ଆରମ୍ଭ କରି ଏହା ସଂପ୍ରତି ଭାରତରେ ଦ୍ରୁତ ଅଭିବୃଦ୍ଧିଶୀଳ ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନୀରେ ରୂପାନ୍ତରିତ ହୋଇଛି ।
୧୯୬୨ରେ ଶ୍ରୀ ସୁରେଶ ସାଂଘଭୀଙ୍କ ଦ୍ୱାରା ତାଙ୍କ କ୍ଷେତରେ ଉତ୍ପାଦିତ ଫଳକୁ ନେଇ ଗୋଟିଏ କୋଠରୀରେ ଛୋଟ ପ୍ରକ୍ରିୟାକରଣ ୟୁନିଟ ଭାବରେ ଆରମ୍ଭ ହୋଇଥିବା ନିଲନ୍ସ ନିକଟରେ ସଂପ୍ରତି ତିନିଟି ଅତ୍ୟାଧୁନିକ ଉତ୍ପାଦନକାରୀ ବ୍ୟବସ୍ଥା ରହିଛି ଯାହା ୨୫୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିଛି । ସ୍କ୍ୱାଶ୍‍, ଆଚାର ଏବଂ ଟୁଟି ଫ୍ରୁଟିରୁ ଆରମ୍ଭ ହୋଇଥିବା ଏହି କମ୍ପାନୀ ଗତ ଛଅ ଦଶନ୍ଧି ମଧ୍ୟରେ ନିଜର ଉତ୍ପାଦ ବର୍ଗକୁ ଆଶାତୀତ ଭାବରେ ସମ୍ପ୍ରସାରିତ କରିଛି । ଭାରତରେ ସଂପ୍ରତି ଏହାର ଉତ୍ପାଦଗୁଡିକ ମଧ୍ୟରେ ରହିଛି ଆଚାର, ରୋଷେଇରେ ବ୍ୟବହୃତ ପେଷ୍ଟ, ଭାରତୀୟ ଓ ପାଶ୍ଚାତ୍ୟ ମିଶ୍ରିତ ମସଲାସମୂହ, ଚଟଣି, ଜାମ୍‍, ସସ୍‍, ଚାଇନିଜ ଉତ୍ପାଦନ ବର୍ଗ, ରାନ୍ଧିବା ପାଇଁ ପ୍ରସ୍ତୁତ ମସଲା ମିକ୍ସ, ଇନଷ୍ଟାଣ୍ଟ ମିକ୍ସ, ସିମାଇ, ଟୁଟି ଫ୍ରୁଟି ଏବଂ ମୃଦୁପାନୀୟ ଆଦି । ସଂପ୍ରତି ନିଲନ୍ସ ଭାରତରେ ଆଚାର, ଅଦା ରସୁଣ ପେଷ୍ଟ, ଟୁଟି-ଫ୍ରୁଟି ଏବଂ ଭଜା ଯାଇଥିବା ସିମାଇର ସର୍ବବୃହତ ଉତ୍ପାଦନକାରୀ ହୋଇଛି ।
ନିଲନ୍ସ ନିଜକୁ ଡାଇନିଂ ଟେବୁଲ, ରୋଷେଇ ଘରେ ଗୃହିଣୀଙ୍କ ପାଇଁ ଏବଂ ଯିବା ସମୟରେ ଆବଶ୍ୟକ ଉତ୍ପାଦ ବର୍ଗରେ ସର୍ବାଧିକ ବିଶ୍ୱସନୀୟ ବନ୍ଧୁ ହୋଇଛି ଏବଂ ଏହା ଗତବର୍ଷ ୪୧୫ କୋଟି ଟଙ୍କାର ବ୍ୟବସାୟ କରିଛି, ଯାହା ତାହାର ପୂର୍ବବର୍ଷ ତୁଳନାରେ ୨୦% ଅଧିକ ।
ଏହି ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ପ୍ରକାଶକରି ଶ୍ରୀ ଦୀପକ ସାଂଘଭୀ, ପରିଚାଳନା ନିର୍ଦ୍ଦେଶକ କହିଛନ୍ତି, “ନିଲନ୍ସରେ ଗ୍ରାହକଙ୍କୁ ସର୍ବୋତ୍ତମ ମାନର ଉତ୍ପାଦ ଯୋଗାଇଦେବାର ଏକାଗ୍ର ପ୍ରୟାସରେ କେବେହେଲେ ପୂର୍ଣ୍ଣଚ୍ଛେଦ ପଡେନାହିଁ ଏବଂ ଆମର ଗତ ଛଅ ଦଶନ୍ଧି ଏହାର ନିଚ୍ଛକ ଉଦାହରଣ ହୋଇଛି । ଏହି ଉଲ୍ଲେଖନୀୟ ସଫଳତାକୁ ଆମେ ପାଳନ କରିବା ସମୟରେ ଆମର ଲକ୍ଷ୍ୟ ଦୂରଦୃଷ୍ଟି ଏବଂ ଲକ୍ଷ୍ୟକୁ ଏଭଳି ଚାଲେଞ୍ଜପୂର୍ଣ୍ଣ ଅଥଚ ରୋମାଞ୍ଚକର ଯାତ୍ରାକୁ ଆଗେଇନେବା କ୍ଷେତ୍ରରେ ଆମର ସମସ୍ତ କର୍ମଚାରୀ, ବ୍ୟବସାୟ ସହରେଯାଗୀ, ଭେଣ୍ଡର, ଗ୍ରାହକ ଏବଂ ଅନ୍ୟ ସହଭାଗୀ ପ୍ରଦର୍ଶନ କରିଥିବା ପ୍ରତିବଦ୍ଧତା ଏବଂ ଦୃଢତାକୁ ଆମେ ଅତ୍ୟନ୍ତ ଆନନ୍ଦିତ ଏବଂ କୃତଜ୍ଞ । ଏହା ସେମାନଙ୍କର ଭଲପାଇବା ଯାହା ବିଗତ ୬୦ ବର୍ଷ ଧରି ପ୍ରତିଟି ଦିନ ଆମର ସଫଳତାକୁ ଶକ୍ତି ଯୋଗାଇଛି ।”
ନିଲନ୍ସ ନିଜର ଅନନ୍ୟ ବିଜ୍ଞାପନ ଅଭିଯାନ ଜରିଆରେ ବିଜ୍ଞାପନ ଜଗତରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କ୍ଷେତ୍ରରେ ଆଗରେ ରହିଆସିଛି । ପ୍ରଥମତଃ ଏହା ଲଙ୍ଗ୍‍ ଫିଙ୍ଗର ବିଜ୍ଞାପନ ଅଭିଯାନ ‘ଜୁବାନ୍‍ ସେ ଦିଲମେଁ ଉତ୍ତର ଯାୟେ’ ଆରମ୍ଭ କରିଥିଲା ଏବଂ ସଂପ୍ରତି ‘ଇସ୍‍ମେ ପ୍ୟାର୍‍ ମିଲା ହେ’ ଆରମ୍ଭ କରିଛି, ଯେଉଁଥିରେ ରୋଷେଇ ପ୍ରତି ବିଶେଷ ଆଗ୍ରହ ରଖୁଥିବା ଜଣେ ହୃଦୟବାନ ଗ୍ୟାଙ୍ଗଷ୍ଟର ଭୂମିକାରେ ପଙ୍କଜ ତ୍ରିପାଠୀଙ୍କୁ ଦେଖିବାକୁ ମିଳୁଛି ।
ଚିରାଚରିତ ଭାବରେ ମହିଳାମାନେ ରୋଷେଇ ଘରେ ରାନ୍ଧିବା ଦୃଶ୍ୟ ପ୍ରଦର୍ଶନ କରିବା ଧାରାକୁ ଭାଙ୍ଗି ଏହି ବିଜ୍ଞାପନ ଅଭିଯାନ ‘ଇସ୍‍ମେ ପ୍ୟାର୍‍ ମିଲା ହେ’ରେ ମଜାଦାର ଢଙ୍ଗରେ ପ୍ରସ୍ତୁତ ଏକାଧିକ ବିଜ୍ଞାପନ ଚଳଚ୍ଚିତ୍ର ରହିଛି ଯେଉଁଥିରେ ଉଚ୍ଚ ଗୁଣବତ୍ତା ଉତ୍ପାଦ ସହିତ ଛୋଟ ଛୋଟ ବିଷୟ ପ୍ରତି ଦୃଷ୍ଟିଦେବା ଉପରେ ଗୁରୁତ୍ୱ ଦିଆଯାଇଛି, ଯାହାକୁ ନେଇ ନିଲନ୍ସର ଉତ୍ପାଦ ପ୍ରସ୍ତୁତ କରାଯାଉଛି ।
ଆଗକୁ କମ୍ପାନୀ ନିଜକୁ ଏକ ପୂର୍ଣ୍ଣାଙ୍ଗ ଖାଦ୍ୟ ସମାଧାନ ପ୍ରଦାନକାରୀ କମ୍ପାନୀ ଭାବରେ ରୂପାନ୍ତରିତ କରିବା ଲକ୍ଷ୍ୟ ରଖିଛି ଏବଂ ସେଥିରେ ସମସ୍ତ ମୁଖ୍ୟ ଅଗ୍ରାଧିକାର ବର୍ଗରେ ବୃହତ୍ତର ଅଂଶ ହାସଲ ଯୋଜନା ରହିଛି ।
ଭବିଷ୍ୟତ ଯୋଜନା ସମ୍ପର୍କରେ ନିଜର ଭାବଧାରା ପ୍ରକାଶ କରି ଶ୍ରୀ ସାଂଘଭୀ ଆଉ ମଧ୍ୟ କହିଛନ୍ତି, “ଆପଣ ଅତୀତରେ କଣ କରିଛନ୍ତି ତାହା ଉପରେ ଏକ ଦୃଢ ପୃଷ୍ଠଭୂମି କଦାପି ନିର୍ମାଣ କରାଯାଏନାହିଁ ବୋଲି ଆମର ବିଶ୍ୱାସ, ବରଂ ଆଗକୁ କଣ ରହିଛି ତାହା ଉପରେ ଏହା ନିର୍ଭର କରିଥାଏ । ସେଥିପାଇଁ ଆମେ ନୂତନ ଅଗ୍ରାଧିକାରତା ସହିତ ନୂତନ ପର୍ଯ୍ୟାୟ ଯାତ୍ରା ଆରମ୍ଭ କରୁଥିବାବେଳେ ଆମେ ନିଜକୁ ଏକ ପୂର୍ଣ୍ଣାଙ୍ଗ ଖାଦ୍ୟ ସମାଧାନ ପ୍ରଦାନକାରୀ କମ୍ପାନୀରେ ରୂପାନ୍ତରିତ କରିବା ଲକ୍ଷ୍ୟ ରଖିଛୁ । ଯେଉଁଥିପାଇଁ ଆମେ ବ୍ୟବସାୟର ତିନିଟି ମୁଖ୍ୟ ମୁଖ୍ୟ କ୍ଷେତ୍ରକୁ ସୁଦୃଢ କରିବା ଉପରେ ଦୃଷ୍ଟିନିବଦ୍ଧ କରିବୁ ଯଥା- ଆମର ସଂପ୍ରତି ରହିଥିବା କ୍ଷମତା ଉପଯୋଗ ସମ୍ପ୍ରସାରଣ, ଆମର ପହଞ୍ଚ ଏବଂ ଉତ୍ପାଦ ଉପଲବ୍ଧତାରେ ବୃଦ୍ଧି, ଆମ ଗ୍ରାହକଙ୍କୁ ନୂତନ ଯୁଗର ଏକାଧିକ ଉତ୍ପାଦ ସହିତ ନୂଆ ଯୁଗର ସମାଧାନ ଯୋଗାଇବା ।”
ନିଲନ୍ସ ବ୍ରାଣ୍ଡ୍‍ ନିକଟରେ ସଂପ୍ରତି ଏକ ମଜଭୁତ ବିକ୍ରୟକାରୀ ଗୋଷ୍ଠୀ ଏବଂ ବିତରଣ ନେଟୱର୍କ ରହିଛି ଏବଂ ଏହା ଜରିଆର ଉତ୍ପାଦନଗୁଡିକ ଦେଶବ୍ୟାପୀ ୬ ଲକ୍ଷରୁ ଅଧିକ ବ୍ୟବସାୟ ପ୍ରତିଷ୍ଠାନରେ ପହଞ୍ଚୁଛି । କମ୍ପାନୀ ଜାପାନ, ଫ୍ରାନ୍ସ, ଆମେରିକା, ଦକ୍ଷିଣ ଆଫ୍ରିକା, ଦୁବାଇ, ସାଉଦି ଆରବ, ମାଲୟେସିଆ, ସିଙ୍ଗାପୁର, ଅଷ୍ଟ୍ରେଲିଆ ଏବଂ କାନାଡା ଆଦି ଆନ୍ତର୍ଜାତିକ ବଜାରରେ ମଜଭୁତ ଉପସ୍ଥିତି ସହିତ ଏକ ବିଶ୍ୱସ୍ତରୀ ଅଗ୍ରଣୀ ଭାରତୀୟ ଖାଦ୍ୟ ଉତ୍ପାଦ ବର୍ଗ ଯୋଗାଣକାରୀ କମ୍ପାନୀ ହେବା ପଥରେ ସଠିକ୍‍ ଭାବରେ ଅଗ୍ରସର ହେଉଛି । ଏହା ସାଧାରଣ ବ୍ୟବସାୟ ପ୍ରତିଷ୍ଠାନ ଠାରୁ ନେଇ ମମ୍‍ ଆଣ୍ଡ ପପ୍‍ ଷ୍ଟୋର, ଆଧୁନିକ ବ୍ୟବସାୟ କେନ୍ଦ୍ର, ଏକାଧିକ ସ୍ଥାନରେ କାର୍ଯ୍ୟ କରୁଥିବା ବ୍ୟବସାୟ ପ୍ରତିଷ୍ଠାନ, ଇ-କମର୍ସ, ପ୍ରତିରକ୍ଷା, ହୋଟେଲ, ରେଷ୍ଟୁରାଣ୍ଟ ଏବଂ କାଫେ (ଏଚଓଆରଇସିଏ) ଆଦି ବିବିଧ ଫର୍ମାଟଗୁଡିକୁ ଉତ୍ପାଦ ଯୋଗାଇ ଦେଉଛି ।
ନିଲନ୍ସ ‘ପ୍ୟାର୍‍’ ସହିତ ପ୍ରସ୍ତୁତ ଉତ୍ପାଦସମୂହକୁ ନେଇ ଗ୍ରାହକଙ୍କୁ ଆନନ୍ଦ ପ୍ରଦାନ ଜାରି ରଖିବ ଏବଂ ସେହି ସମୟରେ ସମ୍ଭାବ୍ୟତା, ସକାରାତ୍ମକତା ଏବଂ ମୌଳିକତା ଭଳି ତିନିଟି ମୁଖ୍ୟ ଆଧାର ଉପରେ ନିରନ୍ତର ଦୃଷ୍ଟିନିବଦ୍ଧ ସହିତ ଆଗକୁ ବଢିବ,” ବୋଲି ଶ୍ରୀ ସାଂଘଭୀ କହିଛନ୍ତି ।

 

0
0
0
s2sdefault