ହେଡଲାଇନସ୍:

ସର୍ବଶକ୍ତିମାନ ହେବା ଗୁରୁଆଜ୍ଞା ଓ ଭକ୍ତି ଦ୍ୱାରା ସମ୍ଭବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗୁରୁଭକ୍ତି ହିଁ ସର୍ବଶକ୍ତିମାନ ହେବାର ସୁଯୋଗ ଯାହା କର୍ମଯୋଗର ରହସ୍ୟକୁ ଉପସ୍ଥାପନା କରିଥିବା ସ୍ୱାମୀ ମୁକୁନ୍ଦାନନ୍ଦ ଜୀଙ୍କ ବାର୍ତ୍ତାକୁ ପ୍ରଧାନାଚାର୍ଯ୍ୟ ସ୍ୱାମୀ ନିଗମାନନ୍ଦ ଜୀ ଆଭାସୀ ରବିବାର ବାଳ ମୁକୁନ୍ଦ କାର୍ଯ୍ୟକ୍ରମରେ ଭଗବତଗୀତା ଓ ଛତ୍ରପତି ଶିବାଜୀ ମହାରାଜଙ୍କ ଜୀବନ୍ତ କାହାଣୀକୁ ଉଦାହରଣ ଦେଇ ଶିଶୁମାନଙ୍କୁ ବୁଝାଇଥିଲେ ।
ଦ୍ଵିତୀୟ କାଳାଂଶରେ ମୁଖ୍ୟଅତିଥି ରୂପେ କେନ୍ଦ୍ରର ସଦସ୍ୟ ଶ୍ରୀ ପ୍ରଦୀପ କୁମାର ପଟ୍ଟନାୟକ ଯୋଗଦେଇ ନିଜ ପୁଅ ଦ୍ବୟଙ୍କ ପୂର୍ବରୁ କେନ୍ଦ୍ରରୁ ଯୋଗ, ଗୀତା ଏବଂ ନୈତିକ ଶିକ୍ଷା ଗ୍ରହଣକରି କିପରି ସଫଳତା ହାସଲ କରିଥିଲେ ତାହା ପ୍ରକାଶ କରିଥିଲେ l ପିଲାମାନେ ଅତି ସୁନ୍ଦର ଭାବରେ ସମସ୍ତ ବିଷୟକୁ ଗ୍ରହଣକରି ଆଲୋଚନା ଚକ୍ରରେ ତାହା କହିଥିଲେ l ଏଥିରେ ଆଚାର୍ଯ୍ୟା ଦ୍ବୟ ମନୋରମା ପତି ଏବଂ ବିଷ୍ଣୁ ପ୍ରିୟା ପଣ୍ଡା ସହଯୋଗ କରିଥିବାବେଳେ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

0
0
0
s2sdefault