ହେଡଲାଇନସ୍:

ତୃତୀୟ ପର୍ଯ୍ୟାୟରେ ରାୟଗଡ ବ୍ଳକରେ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଲା ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ : ୮୨.୭୨ % ମତଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଗଜପତି ଜିଲ୍ଲା ଅନ୍ତର୍ଗତ ରାୟଗଡ ବ୍ଲକରେ ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଛି।
ଏହି ନିର୍ବାଚନରେ ରାୟଗଡ଼ ବ୍ଲକର ୨ ଗୋଟି ଜିଲ୍ଲାପରିଷଦ ଜୋନ୍ ଅନ୍ତର୍ଗତ ୨୧ ଗ୍ରାମପଞ୍ଚାୟତର ୨୪୯ ମତଦାନ କେନ୍ଦ୍ରରେ ଜିଲ୍ଲା ପରିଷଦ ସଭ୍ୟ , ସମିତି ସଭ୍ୟ , ସରପଞ୍ଚ ଓ ୱାର୍ଡ଼ ମେମ୍ବର ପଦବୀ ନିମନ୍ତେ ସଫଳ ମତଦାନ ହୋଇଛି।
ବ୍ଳକରେ ମୋଟ ଭୋଟରଙ୍କ ସଂଖ୍ୟା ୫୨୬୩୬ ରହିଛନ୍ତି। ୨୧ ଟି ଗ୍ରାମପଞ୍ଚାୟତର ୨୪୯ ମତଦାନ କେନ୍ଦ୍ରରେ ୪୩୫୩୯ ଭୋଟରମାନେ ମତଦାନ କରିଥିଲେ। ସେଥିମଧ୍ୟରୁ ପୁରୁଷ ସଂଖ୍ୟା ୨୧୧୪୭ , ମହିଳା ସଂଖ୍ୟା ୨୨୩୯୨। ବ୍ଳକରେ ୮୨.୭୨ % ଶତକଡା ମତଦାନ ହୋଇଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାଯାଇଛି ।
ତୃତୀୟ ପର୍ଯ୍ୟାୟରେ ରାୟଗଡ଼ ବ୍ଲକର ଏଙ୍ଗାରସିଙ୍ଗି ଗ୍ରାମ ପଞ୍ଚାୟତରେ ସର୍ବନିମ୍ନ ୬୭.୮୫% ଓ ଲକ୍ଷ୍ମୀପୁର ଗ୍ରାମ ପଞ୍ଚାୟତରେ ସର୍ବାଧିକ ୯୦.୩୩% ମତଦାନ ହୋଇଥିବା ଜଣାଯାଇଛି ।
ଶାନ୍ତିପୂର୍ଣ୍ଣଭାବେ ସଫଳ ମତଦାନ ଓ ବ୍ଲକବାସୀଙ୍କର ଆକୁଣ୍ଠିତ ସହଯୋଗ ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଲିଙ୍ଗରାଜ ପଣ୍ଡା ଧନ୍ଯବାଦ ଜ୍ଞାପନ କରିଛନ୍ତି।

0
0
0
s2sdefault