ଦୋଷୀ ନିଶ୍ଚୟ ଦଣ୍ଡ ପାଇବ : ଶ୍ରୀ ମଙ୍ଗରାଜ
ଭୁବନେଶ୍ୱର : ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିନ୍ଦା କରିଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ | ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଶ୍ରୀ ମଙ୍ଗରାଜ | ସେ ଟୁଇଟ ମାଧ୍ୟମରେ ଏ ପ୍ରସଙ୍ଗରେ ନିଜ ପ୍ରତିକ୍ରିୟା ରଖି ଉଲ୍ଲେଖ କରିଛନ୍ତି ଯେ "ଗଣତନ୍ତ୍ରରେ ହିଂସା ଗ୍ରହଣୀୟ ନୁହଁ। ସାମ୍ବାଦିକମାନଙ୍କ ଉପରେ ଆକ୍ରମଣକୁ ମୁଁ ନିନ୍ଦା କରୁଛି । ଦୋଷୀ ନିଶ୍ଚୟ ଦଣ୍ଡ ପାଇବ ।"