ଭୋଟ ଦେବାର ହକ ନାହିତ ଆମେ ଭୋଟ ବାକ୍ସ ଫେରାଇବାର ନାହିଁ ।
କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ/ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଚାଲିଥିବା ବେଳେ ଡଙ୍ଗରିଆ କନ୍ଧ ମାନେ ଭୋଟ ବାକ୍ସ ନେଇ ଯାଉଥିବା ଦେଖିବାକୁ ମିଳିଛି ।ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ରାଇଲିମା ଠାରେ୧୪ ନମ୍ବର ବୁଥ ବା ୱାର୍ଡ ରେ ରାଇଲିମା, ତଳମୁସୁଡି, ଉପର ମୁସୁଡି ଗାଁର ଡଙ୍ଗରିଆ କନ୍ଧ ମାନେ ଭୋଟ ଦେବାକୁ ଆସିଥିଲେ ।ସେଠାରେ ରାଇଲିମା ଗାଁର ଡଙ୍ଗରିଆ ମହିଳା ପୁରୁଷ ପ୍ରାୟ୭୯ ଜଣ ମତଦାନ ଦେଇଥିବା ବେଳେ ଦୁଇଗାଁ ର ବହୁ ଲୋକଙ୍କ ର ଭୋଟର ତାଲିକାରେ ନାମ ନଥିବା ଯୋଗୁଁ ଡଙ୍ଗରିଆ ମାନେ ରାଗି ଯାଇ ବୁଥରେ ଭଙ୍ଗା ରୁଜା କରି ଭୋଟ ବାକ୍ସ , ପ୍ରିଜାଇଡିଂ ଅଧିକାରୀଙ୍କ କାଗଜପତ୍ର ସହିତ ପେଡି ନେଇ ଯାଉଥିଲେ।ଏହିଖବର ପୁଲିସ ଜାଣିପାରି ଭୋଟ ବାକ୍ସନେଇ ଯାଉଥିବା ଡ଼ଙ୍ଗରିଆଙ୍କୁ ଗୌଡାଇ ଥିଲେ ।ଆମେ ଭୋଟ ଦେବାର ହକ ନାହିତ ଆମେ ଭୋଟ ବାକ୍ସ ଫେରାଇବାର ନାହିଁ ।ଏହିପରି କହି ପ୍ରାୟ ୧ କିମି ବାକ୍ସ ନେଇ ଯାଇଥିଲେ ।ଏହି ଖବର ପାଇ ଏସଡି ପିଓ ଦେବଜ୍ୟୋତି ଦାସ, ତହସିଲଦାର ଦେବାଶିଷ କର, ଥାନା ଅଧିକାରୀ ସୁକୁମା ହଂସଦା ପ୍ରମୁଖ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ । ପ୍ରଶାସନର ଭୁଲ ଯୋଗୁଁ ଆମେ ଡଙ୍ଗରିଆ ମାନେ ଭୋଟ ଦେବାରୁ ବଞ୍ଚିତ ହେଲୁ । ଭୋଟ ଦେବା ବ୍ୟବସ୍ଥା କଲେ ହିଁ ଆମେ ଭୋଟ ବାକ୍ସ ଫେରାଇବୁ ବୋଲି କହିଥିଲେ । ଭୋଟର ତାଲିକାରେ କଣ ତ୍ରୁଟି ରହିଛି ତାହା ତଦନ୍ତ କଲେ ଜଣା ପଡିବ ବୋଲି ତହସିଲଦାର ଦେବାଶିଷ କର କହିଥିଲେ ।ପୁଣି ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କ ସହିତ ଆଲୋଚନା କରିବା ପରେ ଭୋଟ ଗଣତି ପୂର୍ବରୁ ପୁଣି ଥରେ ବୁଥରେ ମତଦାନ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବାପରେ ଭୋଟ ବାକ୍ସ ଓ ପ୍ରିଜାଇଡିଂ ଅଧିକାରୀଙ୍କ ସରଞ୍ଜାମ ବାକ୍ସ ଫେରାଇଥିଲେ ।