ହେଡଲାଇନସ୍:

ତୃତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ମାଓବାଦୀଙ୍କ ଟିଫିନ ବୋମା

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

 କିଛି ଅଘଟଣ ଘଟିବା ଆଗରୁ ଉଦ୍ଧାର କଲା ପୋଲିସ।

କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ/ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପ୍ରଯ୍ୟାୟ ନିର୍ବାଚନ ଅବସରରେ ରାୟଗଡ଼ା ପୋଲିସ କୁ ମିଳିଛି ଏକ ବଡ଼ ସଫଳତା । କିଛି ଅଘଟଣ ଘଟିବା ଆଗରୁ  କଲ୍ୟାଣସିଂହପୁର ଠାରୁ ପାରସାଲି ଯିବା ରାସ୍ତାରେ ନିୟମଗିରି ପାହାଡ଼ ତଳ ଏକ କଲଭର୍ଟ ନିକଟ  ପଥର ଗୋଦାରୁ ଜୀବନ୍ତ ଟିଫିନ୍ ବୋମା ଜବତ । ମାଓବାଦୀ ପୋଲିସକୁ କରିଥିବା ଟାର୍ଗେଟ ଭଣ୍ଡୁର ହୋଇଛି।  ଡିବିଏଫଯବାନ ମାନେ କୁମ୍ବୀଙ୍ଗ କରୁଥିବା ବେଳେ ପାର୍ଶାଲି ଯିବା ରାସ୍ତାର କାଳିଆ ଗୁଡା ଓ କେଶବନାଇ ଗୁଡା ନିକଟସ୍ଥ ଏକ କଲଭେଟ ନିକଟରେ ଥିବା ପଥର ଗଦାକୁ ସନ୍ଦେହ କରି ଯାଞ୍ଚ କରିଥିଲେ। ସେଠାରୁ ଏକ ଟିଫିନ୍ ବକ୍ସରେ ଟିଫିନ୍ ବୋମାକୁ ଠାବ କରିଛନ୍ତି ଯବାନ । ଏହାକୁ ନେଇଜିଲା ବୋମା ନିଷ୍କ୍ରିୟ ଦଳ କୁ ଡକାଇ ଟିଫିନ ବୋମା କୁ ନିଷ୍କ୍ରିୟ କରିଥିଲେ ।ଏହିଖବର ପାଇଁ ଜିଲା ଆରକ୍ଷୀ ଅଧିକ୍ଷକ ବିବେକା ନନ୍ଦ ଶର୍ମା, ଏସଡିପିଓ ଦେବଜ୍ୟୋତି ଦାସ ଉପସ୍ଥିତ ରହିଥିଲେ । ଉକ୍ତ ରାସ୍ତା ପ୍ରାୟ ୩ଘଣ୍ଟା ଧରି ଅବରୁଦ୍ଧ ରହିଥିଲା ।ଏହାକୁ ନେଇ ଆରକ୍ଷୀ ଅଧିକ୍ଷକ କହିଛନ୍ତି ଯେ ନିୟମଗିରିରେ ଶାନ୍ତି ଶୃଙ୍ଖଳା ରେ ମତଦାନ ଚାଲିଛି । ଡଙ୍ଗରିଆଙ୍କୁ ଭୋଟ ନ ଦେବା ଓ ଲୋକଙ୍କୁ ଭୟଭୀତ ଦେଖାଇବା ପାଇଁଏହା ମାଓବାଦୀଙ୍କ ଷଡଯନ୍ତ୍ର । ସେମାନଙ୍କ ଅଭିପ୍ରାୟକୁ ସଫଳ କରିବାକୁ ଦେବୁ ନାହୁଁ ବୋଲି କହିଛନ୍ତି ।

0
0
0
s2sdefault