ଗୁରୁତର ଅବସ୍ଥାରେ ଖଡିଆଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି
ନୂଆପଡାରୁ ଜୋଶବନ୍ତ କୁମାର- ନୂଆପଡା ଜିଲ୍ଲା ଖଡିଆଲ ବ୍ଲକ ଅନ୍ତର୍ଗତ ସୁନାରିସିକୁଆଁ ଗାଁ ରେ ରାଜନୀତି ହିଂସା ହୋଇଥିବା ଅଭିଯୋଗ ଦୋଇଛି । ସୁନାରିସିକୁଆଁ ପଞ୍ଚାୟତ ର ସରପଞ୍ଚ ପ୍ରାର୍ଥୀ ରୁପେ ଚୁଲମଣି ବୈଠାରୁ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ତାଙ୍କୁ ଗତକାଲି ପ୍ରଥମେ ଅପହରଣ କରାଯାଇଥିବା ବେଳେ ଏକ ପୋଲିଆରେ ହାତ ଗୋଡ ମୁହଁ ବନ୍ଧା ଅବସ୍ଥା ରେ କିଛି ଗାଇ ଚରାଳି ଦେଖିବାକୁ ପାଇଥିଲେ । ତାଙ୍କ ପରିବାର ଓ ଗ୍ରାମବାସୀମାନେ ତାଙ୍କୁ ଉଦ୍ଧାର କରି ୧୦୮ ଏମ୍ବୁଲେନ୍ସ ଗାଡି ଯୋଗେ ଖଡିଆଳ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଗୁରୁତର ଭାବରେ ଆହାତ ସରପଞ୍ଚ ପ୍ରାର୍ଥୀ କଥା ହୋଇ ପାରୁନଥିବା ଜଣାପଡିଛି । ଆହତ ସରପଞ୍ଚ ପ୍ରାର୍ଥୀଙ୍କ ପରିବାର ଲୋକମାନେ ତାଙ୍କ ବିରୋଧି ପ୍ରାର୍ଥୀ ମାନେ ଏ ଘଟଣା ଘଟାଇଥିବା ସଂଦେହ କରୁଛନ୍ତି ।







