ହେଡଲାଇନସ୍:

ମହାପ୍ରଭୁଙ୍କ ଦର୍ଶନ କଲେ ଦେଶର ପ୍ରଥମ ନାଗରିକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ/ଅନିମେଶ ପଟ୍ଟନାୟକ : ମହାପ୍ରଭୁଙ୍କ ଦର୍ଶନ କଲେ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ । ଧର୍ମ ପତ୍ନୀ ଶ୍ରୀମତୀ ସବିତା କୋବିନ୍ଦ, ଝିଅ ଓ ଜ୍ବାଇଁଙ୍କ ସହ ସପରିବାର ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।
ସନ୍ଧ୍ୟା ୫.୪୫ ମିନିଟ ସମୟରେ ଶ୍ରୀମନ୍ଦିର ପହଞ୍ଚିଥିଲା ରାଷ୍ଟ୍ରପତିଙ୍କ କାରକେଡ । ଶ୍ରୀମନ୍ଦିର ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । ରାଷ୍ଟ୍ରପତିଙ୍କ ଗସ୍ତକର୍ମା ପରିପ୍ରେକ୍ଷୀରେ ସୁରକ୍ଷା ପାଇଁ ୪୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୨ ଶହ ପୋଲିସ ଅଧିକାରୀ ମୁତୟନ କରାଯାଇଥିବା ପୁରୀ ଏସପି କେ.ବିଶାଲ ସିଂହ ସୂଚନା ଦେଇଛନ୍ତି ।
ଆସନ୍ତାକାଲି ସକାଳେ ଚୈତନ୍ୟ ଗୌଡିୟ ମଠ ପରିଦର୍ଶନ କରିବେ ମହାମହିମ । ପରେ ସରଧାବାଲି ଯାଇ ସାଧୁ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଗୌଡ଼ୀୟ ମିଶନର ପ୍ରତିଷ୍ଠାତା ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ଵତୀ ଗୋସ୍ଵାମୀ ପ୍ରଭୁପାଦଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଉଦଘାଟନୀ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

0
0
0
s2sdefault