ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମାନ୍ୟବର ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକ ଓ ମାନ୍ୟବର ଜିଲ୍ଲା ଜଜ୍-ତଥା-ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ସତ୍ୟପୀର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏକ ଅନଲାଇନ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।
ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ଅତିରିକ୍ତ ଜିଲ୍ଲା ଜଜ୍, ଶ୍ରୀ ହେମନ୍ତ କୁମାର ସେଠୀ , ମୁଖ୍ୟ ବିଚାରବିଭାଗୀୟ ଅଧିକାରୀ, ଶ୍ରୀ ମାନସ କୁମାର ପଣ୍ଡା , ବରିଷ୍ଠ ଦେୱାନୀ ଅଧିକାରୀ, ଶ୍ରୀ ଦିପଙ୍କର ପଟ୍ଟନାୟକ, ପ୍ରାଧିକରଣର ସଚିବ ଶ୍ରୀ ରବି ନାରାୟଣ ବେହେରା , ସିଭିଲ କୋର୍ଟ ରେଜିଷ୍ଟ୍ରର , ଶ୍ରୀ ସତ୍ୟବ୍ରତ ରାଣା , ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ଅଧିକାରୀଣୀ, ସୁଶ୍ରୀ ଶୁଭଲକ୍ଷ୍ମୀ ପ୍ରିୟଦର୍ଶନୀ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରବିଭାଗୀୟ ଅଧିକାରୀ , ଗଜପତି ଯୋଗଦେଇ ସର୍ବୋଚ୍ଚ ଅଦାଲତଙ୍କ ବିଭିନ୍ନ ନିୟମାବଳୀ ଓ ମୋଟର ଜନିତ ଦୁର୍ଘଟଣା ପରେ ଅଭିଯୋଗକାରୀ ଚାଳକଙ୍କ ପ୍ରତି ପୋଲିସ ଓ ପ୍ରଶାସନର କର୍ତ୍ତବ୍ୟ ଏବଂ ମଧ୍ୟସ୍ଥତା ଦ୍ଵାରା ଏହାର କିପରି ସମାଧାନ କରାଯାଇପରିବ ସେ ବିଷୟରେ ଆଲୋଚନା କରାଯାଇଥିଲା। ଅନ୍ୟପକ୍ଷରେ ବରିଷ୍ଠ ଦେୱାନୀ ଅଧିକାରୀ ଓ ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ , ଗଜପତି ଯୋଗଦେଇ ତୃଣମୂଳ ସ୍ତରରୁ କିପରି ସମସ୍ତ ବ୍ୟକ୍ତି ମାଗଣା ଆଇନ ସେବା ପାଇପାରିବେ ଉକ୍ତ ବିଷୟରେ ସଚେତନତା କରାଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର ପୋଲିସ ଅଧିକାରୀ, ଆଇନଜୀବି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣର କର୍ମଚାରୀ ମାନେ ପରିଚାଳନା କରିଥିଲେ ।
ରାଜ୍ୟ
ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଅନଲାଇନ ସ୍ତରୀୟ ସଚେତନତା ଶିବିର
- Hits: 369