ହେଡଲାଇନସ୍:

ବିରୋଧୀଙ୍କ ଅପପ୍ରଚାର କୁ ଆଉ ଏକ ଶକ୍ତ ଚାପୁଡ଼ା: ଜୀବନ ବଞ୍ଚାଇଲା ବିଜୁ ସ୍ୱାସ୍ଥ୍ୟ କାର୍ଡ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଡାକ୍ତରଖାନାରୁ ଥାଇ ସର୍ବପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ "ମିଲି"

ବରଗଡ :- ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କାର୍ଡ ପ୍ରଚଳନ କରିବା ପରଠାରୁ ବିରୋଧୀ ଏହି ଯୋଜନା ଉପରେ ଅନେକ ପ୍ରକାର ଅପପ୍ରଚାର କ୍ରମାଗତ ଭାବରେ କରି ଆସୁଛନ୍ତି । କେହି କେହି ବିରୋଧୀ ଏହାକୁ କେବଳ ନିର୍ବାଚନ ପୁସିଙ୍ଗ କାର୍ଡ ବୋଲି ସମାଲୋଚନା କରୁଛନ୍ତି | ହେଲେ କିନ୍ତୁ ବାସ୍ତବରେ ଅନେକ ସ୍ଥାନରେ ଏହି ସ୍ୱାସ୍ଥ୍ୟ କାର୍ଡ ଦ୍ୱାରା ରାଜ୍ୟର ଅନେକ ଗରିବ ଶ୍ରେଣୀର ଲୋକ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଉଥିବା କ୍ରମାଗତ ଭାବରେ ନଜରକୁ ଆସୁଛି । ଯାହାର ଆହୁରି ଏକ ଉଦାହରଣ ହେଲା ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ସରେଇକେଲା ପଞ୍ଚାୟତ ର ସରେଇକେଲା ଗାଁର ମିଲି ପ୍ରଧାନ । କିଛିଦିନ ପୂର୍ବରୁ ହଠାତ ତଳି ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ ଚିକିତ୍ସା ପାଇଁ ଜିଲ୍ଲା ର ଏକ ଘରୋଇ ଡାକ୍ତରଖାନା ଯାଇ ପରାମର୍ଶ ନେଇଥିଲେ ମିଲି । ଡାକ୍ତର ତାଙ୍କ ଗର୍ଭାଶୟ ରେ ମାଂସ ପିଣ୍ଡୁଳା ବଢ଼ିଥିବା ସହ କର୍କଟ ଜନିତ ବୋଲି ରୋଗ ଚି଼ହ୍ନଟ କରିଥିଲେ l ତୁରନ୍ତ ସର୍ଜରୀ କରିବା ପାଇଁ ପରାମର୍ଶ ଦେଇ ଦୁଇ ଲକ୍ଷ ଟଙ୍କା ଯୋଗାଡ଼ କରିବା ପାଇଁ କହିଥିଲେ । କର୍କଟ ଜନିତ ଟ୍ୟୁମର ଜଣାପଡିବା ପରେ ଗରିବ ମିଲି ଙ୍କ ପରିଜନ ଙ୍କ ପାଦ ତଳୁ ସତରେ ଯେମିତି ମାଟି ଖସି ଯାଇଥିଲା । ସୀମିତ ରୋଜଗାରରେ କେମିତି ଚିକିତ୍ସା କରାଯିବ, ଟଙ୍କା କେଉଁଠୁ ଆସିବ ସେନେଇ ପୁରା ପରିବାର ଚିନ୍ତାରେ ଥିଲେ । ଏ ପଟେ ତାଙ୍କ ଅସ୍ତ୍ରୋପଚାର ପାଇଁ ଟଙ୍କାର ଆବଶ୍ୟକତା ଥିବା ବେଳେ ଘରେ ନା ଥିଲା ଟଙ୍କା ଆଉ ନଥିଲା ଟଙ୍କା ଯୋଗାଡ କରିବାର ଉପାୟ । କୌଣସି ମତେ ରୋଗୀ ଙ୍କ ପରିଜନ ସମାଜସେବୀ ଦୀପା ବାରିକ ଓ ଦିବସ କୁମାର ସାହୁ ଙ୍କ ସହ ଯୋଗାଯୋଗ କରିଥିଲେ । ଉଭୟ ସାମାଜିକ କର୍ମୀ ପ୍ରଚଳିତ ରାଜ୍ୟ ସରକାର ଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ଉନ୍ନତ ମାନ ର ଚିକିତ୍ସା ହୋଇପାରିବ ବୋଲି ଆଶ୍ୱାସନା ଦେବା ସହ ଜାନୁଆରୀ ୨୬ ତାରିଖ ଦିନ ବରଗଡ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ସହ ଯୋଗାଯୋଗ କରି ଛତିଶଗଡ ରାଜ୍ୟ ରାୟପୁର ସ୍ଥିତ ବାଲକୋ ମେଡିକାଲ ସେଣ୍ଟର (ବିଶ୍ୱ ସ୍ତରୀୟ କର୍କଟ ଚିକିତ୍ସା କେନ୍ଦ୍ର ) କୁ ପଠେଇଥିଲେ l ସେଠାରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ରେ ସମସ୍ତ ପରୀକ୍ଷା ମାଗଣାରେ କରିବା ସହ ତୁରନ୍ତ ଭର୍ତ୍ତି କରାଯାଇଥିଲା | ଗତ ତା ୧୦.୦୨.୨୦୨୨ରିଖ ତାଙ୍କର ମାଗଣାରେ ଅସ୍ତ୍ରୋପଚାର ହୋଇଥିଲା। ଅସ୍ତ୍ରୋପଚାର ସଫଳ ହେବା ସହ ପରବର୍ତ୍ତୀ ପରୀକ୍ଷଣ ରୁ ମିଲି କର୍କଟ ରୋଗ କୁ ପ୍ରତିହତ କରି କର୍କଟ ମୁକ୍ତ ହୋଇ ଆରୋଗ୍ୟ ହୋଇପାରିଛନ୍ତି l ଓଡିଶାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ପ୍ରଚଳିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ତାଙ୍କ ପାଇଁ ସଂଜୀବନୀ ସଦୃଶ ଉଭା ହୋଇ ଭୟଙ୍କର କର୍କଟ ରୋଗ ରୁ ବଞ୍ଚେଇ ଥିବାରୁ ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଡାକ୍ତରଖାନା ରୁ ଥାଇ କୃତଜ୍ଞତା ଜଣାଇଛନ୍ତି ଚିକିତ୍ସିତା ମିଲି ଓ ତାଙ୍କ ପରିବାର ଲୋକେ। ଏହା ସହିତ ସାମାଜିକ କର୍ମୀ ଦିବସ କୁମାର ସାହୁ ଓ ଦୀପା ବାରିକ ସହାୟତା ଓ ପରାମର୍ଶ ଯୋଗୁଁ ଉନ୍ନତ ଚିକିତ୍ସା ମିଳୁଥିବା ବାଲକୋ ମେଡିକାଲ ଭଳିଆ ଡାକ୍ତର ଖାନା ପହଞ୍ଚି ସଠିକ ସମୟ ରେ ଚିକିତ୍ସା ପାଇ ପାରିଥିବାରୁ ଉଭୟ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୀଡିତା ମିଲି ପ୍ରଧାନ ।

0
0
0
s2sdefault