ହେଡଲାଇନସ୍:

ମୟୁରଭଞ୍ଜ ଜିଲ୍ଲାର ପାଞ୍ଚପିଢ(କଂରଜିଆ)ଅଧିନସ୍ଥ ଆଦିବାସୀ ଜନସଂଖ୍ୟା ବହୁଳ ରରୁଆଁ ଗ୍ରାମରେ ଥିବା ପ୍ରତିଷ୍ଠିତ ଅଙ୍ଗାରପଦା ପଂଚାୟତ କଲେଜରେ ହୋଇଥିବା ମହାଦୁର୍ନୀତି ର ଭିଜିଲାନ୍ସ ତଦନ୍ତ ଦବିକଲେ ପୁରାତନ ଛାତ୍ର।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର(ଗୋବିନ୍ଦ ଚନ୍ଦ୍ର ପଣ୍ଡା)

ଅଙ୍ଗାରପଦା ପଂଚାୟତ କଲେଜ ରରୁଆଁ ।ଏଠାରେ ହୋଇଥିବା ମହାଦୁର୍ନୀତିର ଭିଜିଲାନ୍ସ ତଦନ୍ତ ପାଇଁ ଉକ୍ତ କଲେଜର କିଛି ପୂର୍ବତନ ଛାତ୍ର ଦାବି କରିଛନ୍ତି।ଏହି ଦୁର୍ନୀତି ଆସିଛି ପୂର୍ବତନ ଅଧକ୍ଷଙ୍କ ନାମରେ।କଲେଜ ଆରମ୍ଭ ଦିନଠାରୁ ଦୀର୍ଘ ୩୫ ବର୍ଷ ଉକ୍ତ କଲେଜରେ ଅଧକ୍ଷ ପଦରେ ରହି ମନମୁଖୀ କାର୍ଯ୍ୟକରି ଅସତ ଉପାୟରେ ଅର୍ଥ ଉପାର୍ଜନ କରିଥିବାର ସଙ୍ଗିନ ଅଭିଯୋଗ ଆସିଛି ପୂର୍ବତନ ଅଧକ୍ଷ ସିରିଶ ଚନ୍ଦ୍ର ସାହୁଙ୍କ ନାମରେ।ଉକ୍ତ କଲେଜରେ ବିଭିନ୍ନ ଫିସ ବାବଦରେ ବାର୍ଷିକ ୭୦ ରୁ ୭୫ଲକ୍ଷ ଟଙ୍କା ଗରିବ ଆଦିବାସୀ ଛାତ୍ର ଛାତ୍ରୀଙ୍କ ଠାରୁ ଆଦାୟ ହେଉଥିବା ବେଳେ,କୌଣସି ଉର୍ନତି କରାଯାଉ ନଥିବା ଅଭିଯୋଗ ଆସିଛି।ପାଖାପାଖି ୨୫୦୦ ଛାତ୍ର ଛାତ୍ରୀ ଅଧୟନ କରୁଥିବା ଏହି ମହାବିଦ୍ୟାଳୟରେ ନା ଅଛି ବିଜ୍ଞାନାଗାର ନା ଅଛି କମନରୁମ।
ପୂର୍ବତନ ଅଧ୍ୟକ୍ଷ ଜାଲ କରି ଲକ୍ଷାଧିକ ଟଙ୍କା ଲାଞ୍ଚ ନେଇ ବିଭିନ୍ନ ଲୋକଙ୍କୁ ନିଯୁକ୍ତି ଦେଇଥିଲେ।ଆହୁରି ମଧ୍ୟ୍ୟ ଅଭିଯୋଗ ଆସିଛି ଯେ ଶ୍ରୀ ସାହୁ ୨୦୦୯ ମସିହାରେ ବ୍ଲକ ଗ୍ରାଣ୍ଟ ଅର୍ଡର ପ୍ରଚଳନ ପୂର୍ବରୁ ୮ ଜଣ କର୍ମଚାରୀଙ୍କୁ ଜାଲ କରି ନିଯୁକ୍ତି ଦେଇଥିଲେ।କୌଣସି ପ୍ରକାର ନିଯୁକ୍ତି ବିଜ୍ଞାପନ ପ୍ରକାଶ ନକରି।
ଏହି ବିଷୟକୁ ଆଧାରକରି ମହାବିଦ୍ୟାଳୟ ଜନ ସୂଚନା ଅଧିକାରୀଙ୍କ ଠାରୁ ସୂଚନା ଅଧିକାର ନିୟମ ଅନୁସାରେ ତଥ୍ୟ ମଗାଯିବାରୁ,ତଥ୍ୟ ଦିଆଯାଇପାରିବନି ବୋଲି ମହାବିଦ୍ୟାଳୟ ତରଫରୁ ଲିଖିତ ଭାବେ ଜଣାଇ ଦିଆଗଲା।
ଦୀର୍ଘ ଦେଢ଼ ବର୍ଷ ହେବ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଉଚଶିକ୍ଷା ବିଭାଗ, ରାଜ୍ୟ ଭିଜିଲାନ୍ସ ,ଜିଲ୍ଲାପାଳ ଙ୍କୁ ଜଣାଇ ନିରାଶ ହେବାପରେ ଆଜି ଭୁବନେଶ୍ୱର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ତଥ୍ୟ ଦେଇଛନ୍ତି ଉକ୍ତ କଲେଜର ପୂର୍ବତନ ଛାତ୍ର ପ୍ରଣୟ କୁମାର ସ୍ୱାଇଁ,ବୁଦ୍ଧ ଜ୍ୟୋତି ଦାସଅଧିକାରୀ,ଦୀପକ ରାମ ଓ ସୁଭାଜିତ ଦାସଅଧିକାରୀ।ଏହାର ଏକ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।
ସେପଟେ ଆମେ ବର୍ତମାନ ର କଲେଜ ଅଧକ୍ଷ ନରହରି ମହାନ୍ତଙ୍କୁ ଯୋଗାଯୋଗ କରି ପଚାରିବାରୁ ସେ କହିଥିଲେ କୌଣସି ପ୍ରକାର ଅନିୟମିତତା ହୋଇନାହିଁ।ସବୁ ନିଯୁକ୍ତି କୁ ଗର୍ଭରନିଙ୍ଗ ବଡି ନିଯୁକ୍ତି ଦେଇଛନ୍ତି।
0
0
0
s2sdefault