ନିଶ୍ଚିନ୍ତକୋଇଲି/ ଦେବେନ୍ଦ୍ର ଷଡ଼ଙ୍ଗୀ: ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟାଳୟ ପରିସରରେ ନିଶ୍ଚିନ୍ତକୋଇଲି ପଂଚାୟତ ସମିତିର ଏକାଦଶତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ନିଶ୍ଚିନ୍ତକୋଇଲି ବ୍ଲକ ଅଧକ୍ଷା ସବିତା ଓଝା ଙ୍କ ସଭାପତିତ୍ୱ ରେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ରାଜ୍ୟ ସୁନାମଧନ୍ୟ ପଂଚାୟତିରାଜ,ଆଇନ, ପାନୀୟଜଳ, ଗୃହନିର୍ମାଣ , ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଓ ସମ୍ମାନିତ ଅତିଥି ଭାବେ ପୁର୍ବତନ ମନ୍ତ୍ରୀ ତଥା କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଯୋଗଦାନ କରି ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ବ୍ଲକ କାର୍ଯ୍ୟାଳୟ ପରିସରରେ ସହକାରୀ ଉଦ୍ୟାନ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ , ମିଶନ ଶକ୍ତି କାର୍ଯ୍ୟାଳୟ,ପଂଚାୟତ ସମିତି କାର୍ଯ୍ୟାଳୟ ର ନବନିର୍ମିତ ମୁଖ୍ୟ ଫାଟକ ଓ କାର୍ଯ୍ୟାଳୟ ଗୃହ ନବୀକରଣ ଆଦି ପ୍ରକଳ୍ପ କୁ ଶୁଭ ଉଦଘାଟନ କରିଥିଲେ ମନ୍ତ୍ରୀ ଓ ବିଧାୟକ । ଏହି ଅବସରରେ ପଞ୍ଚାୟତ ସମିତି ର ବୈଠକରେ ମନ୍ତ୍ରୀ ଶ୍ରୀ ଜେନା ଯୋଗଦାନ କରି ଗାଁ ଓ ପଂଚାୟତର ଉନ୍ନତି ସମସ୍ତଙ୍କର ଲକ୍ଷ୍ୟ ହେବା ଉଚିତ କହିବା ସହ ଏହି ୫ ବର୍ଷର ପଂଚାୟତ ସମିତି କାର୍ଯ୍ୟକ୍ରମ ଅତ୍ୟନ୍ତ ଉଚ୍ଚକୋଟୀର ରହିଥିଲା ଯାହା ପାଇଁ ଆଜି ଏକ ସଫଳ ପଂଚାୟତ ସମିତି ରେ ପରିଣତ ହୋଇପାରିଛି । ଏପରିକି ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର ଉନ୍ନତି ହେଉଛି ଆମର ଲକ୍ଷ୍ୟ , ଆଉ ନିଶ୍ଚିନ୍ତକୋଇଲି ପଂଚାୟତ ସମିତିର ସୁନାମ କଟକ ଜିଲ୍ଲା ସର୍ବୋପରି ସାରା ଓଡ଼ିଶାରେ ରହୁ ସେଥିପାଇଁ ସମସ୍ତେ ମିଳିମିଶି କାମ କରିବା ପାଇଁ ମନ୍ତ୍ରୀ ଶ୍ରୀ ଜେନା ଆହ୍ୱାନ ଦେଇଥିଲେ । ସେହିପରି ଅନ୍ୟତମ ଅତିଥି କଟକ ସଦର ବିଧାୟକ ଶ୍ରୀ ବେହେରା ଯୋଗଦାନ କରି ରାଜନୀତିକ ଜୀବନରେ ଶେଷ ନଥାଏ ସବୁବେଳେ ଲୋକମାନଙ୍କ ସେବା କରିବା ଆମର ଦାୟିତ୍ୱ ଓ କର୍ତ୍ତବ୍ୟ ହେବା ଉଚିତ, ଏହି ୫ ବର୍ଷ ମଧ୍ୟରେ ନିଶ୍ଚିନ୍ତକୋଇଲି ପଂଚାୟତ ସମିତିର ଯେଉଁ କାୟା ପରିବର୍ତ୍ତନ ହେଇଛି ତାହା ପଛରେ ପଂଚାୟତ ସମିତିର ଅଧ୍ୟକ୍ଷା ସବିତା ଓଝାଙ୍କ ସମେତ ବ୍ଲକର ସମସ୍ତ ଅଧିକାରୀଙ୍କୁ ପ୍ରଶଂସା କରିଥିଲେ ବିଧାୟକ ଶ୍ରୀ ବେହେରା ।
ସେହିପରି ଅଧକ୍ଷା ଶ୍ରୀମତୀ ଓଝା ପ୍ରକାଶ କରିଥିଲେ କି ଆଗାମୀ ଦିନରେ ମୁଁ ପଦବୀରେ ରୁହେ କି ନରୁହେ କିନ୍ତୁ ସଦାସର୍ବଦା ଲୋକମାନଙ୍କ ପାଖରେ ଅଛି | ଲୋକମାନଙ୍କ ସୁବିଧା ଅସୁବିଧାରେ ସବୁବେଳେ ରହିଛି ଏବଂ ରହିବି ମଧ୍ୟ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିଥି ଭାବେ ବ୍ଲକ ଉନ୍ନୟନ ଅଧିକାରୀ କର୍ଣ୍ଣଦେବ ସମାଦାର, ବ୍ଲକ ଉପାଧକ୍ଷା ସବିତା ମହାନ୍ତି,ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି,ଯୁବନେତା ଅଶୋକ କୁମାର ଓଝା, ପ୍ରାକ୍ତନ ବ୍ଲକ ଅଧକ୍ଷ ଗିରିଶ ରଂଞ୍ଜନ ମହାପାତ୍ର,ଏବିଡ଼ିଓ ସୁଶାନ୍ତ କୁମାର ରଣା,ଜିଲାପରିଷଦ ସଭ୍ୟା ସୁଭଦ୍ରା ଦାଶ, ଗୀତାଞ୍ଜଳି ପଣ୍ଡା,ସବିତା ସାମଲ,ସେକ ଜାହିର ମହମ୍ମଦ, ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ସାହୁ, ସତ୍ୟରଞ୍ଜନ ପଣ୍ଡା, ଜିପିଓ ଜନ୍ମେଜୟ ରାଉତ, ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଅମିତ ଜେନା ,ସମାଜସେବୀ ଜ୍ୟୋତିପ୍ରକାଶ ସ୍ୱାଇଁ, ବ୍ରଜମୋହନ ପଣ୍ଡା,ପ୍ରମୋଦ ସ୍ୱାଇଁ ଙ୍କ ସମେତ ସମସ୍ତ ସରପଞ୍ଚ, ସମିତିସଭ୍ୟ ମାନଙ୍କ ସମେତ ପାନୀୟ ଜଳ,ପ୍ରାଣୀ ଚିକିତ୍ସା ବିଭାଗ, ବିଦ୍ୟୁତ ବିଭାଗ, କୃଷି ବିଭାଗ, ପୂର୍ତ୍ତବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭାଗୀୟ ଅଧିକାରୀ ମାନେ ଯୋଗଦାନ କରିଥିଲେ । ଶେଷରେ ମନ୍ତ୍ରୀ ଶ୍ରୀ ଜେନା ଓ ବିଧାୟକ ଶ୍ରୀ ବେହେରା ବ୍ଲକ ଅଧକ୍ଷା, ଉପାଧକ୍ଷା, ପ୍ରାକ୍ତନ ଅଧକ୍ଷ, ୪୧ ଗୋଟି ପଂଚାୟତର ସରପଞ୍ଚ, ସମିତିସଭ୍ୟ, ଜିଲାପରିଷଦ ସଭ୍ୟ ସଭ୍ୟା ମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ, ସିଲ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।