ହେଡଲାଇନସ୍:

ମୁଖ୍ୟମନ୍ତ୍ରୀ ନବୀନ ବାବୁ ଅପରାଜେୟ, ସାଢେ ଚାରିକୋଟି ଓଡ଼ିଆଙ୍କ ହୃଦୟର ନେତା: ମନ୍ତ୍ରୀ ସୁଶାନ୍ତ ସିଂହ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୋହେଲାରେ ବ୍ଲକସ୍ତରୀୟ ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ପାଳିତ

ସୋହେଲା - ସ୍ଥାନୀୟ ହଲଦିପାଲି ପଡିଆରେ ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବରେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ଯୋଗ ଦେଇଥିଲେ । ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଫଟୋ ଚିତ୍ର ସମ୍ମୁଖରେ ଦଳର ପୁରାତନ ସଭ୍ୟ ତଥା ସୋହେଲା ବ୍ଲକର ପୂର୍ବତନ ସଭାପତି ଗଣତନ୍ତ୍ର ପଧାନ ପ୍ରଦୀପ ପ୍ରଜ୍ୱଳନ କରିବା ପରେ ଅନ୍ୟ ବରିଷ୍ଠ ସଦସ୍ୟମାନେ ସମସ୍ତେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ । ସଭାକୁ ପରିଚାଳନା କରିବା ସହିତ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଜିଲା ପରିଷଦ ସଭ୍ୟ ସୁବ୍ରତ ବେହେରା । ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ସିଂହ ପ୍ରବାଦ ପୁରୁଷଙ୍କୁ ପୁଷ୍ପ ଅର୍ପଣ କରିବା ପରେ ତାଙ୍କ ବକ୍ତବ୍ୟରେ ଭଟଲି ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଇତିହାସ ଓ ଏବେକାର ଲୋକପ୍ରିୟତାରେ ଦଳୀୟ କର୍ମୀ,ନେତା ତଥା ସାଧାରଣ ଜନତାଙ୍କ ଶ୍ରେୟ ଓ ଭଲ ପାଇବା ରହିଛି ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ବାବୁ ଅପରାଜେୟ । ସାଢେ ଚାରିକୋଟି ଓଡ଼ିଆଙ୍କ ହୃଦୟର ନେତା |ସେ ଜଣେ ଅତି ସରଳ ବ୍ୟକ୍ତିତ୍ୱର ଅଧିକାରୀ ବୋଲି ମନ୍ତ୍ରୀ ଶ୍ରୀ ସିଂହ ଅଭିହିତ କରିଥିଲେ । ଭଟଲି ନିର୍ବାଚନ ମଣ୍ଡଳୀରେ ବିଗତ ୫୦ବର୍ଷ ବନାମ ୨୫ ବର୍ଷ ଶାସନର ଏକ ଦୀର୍ଘ ଉନ୍ନତିମୂଳକ କାର୍ଯ୍ୟର ଲମ୍ବା ଲିଷ୍ଟ ମନ୍ତ୍ରୀ ଉପସ୍ଥାପନ କରିଥିଲେ । ଏହି ୨୫ବର୍ଷ ମଧ୍ୟରେ ହୋଇଥିବା ଉନ୍ନତି ମୂଳକ କାର୍ଯ୍ୟକ୍ରମରେ ପ୍ରତ୍ୟେକ ଗାଁମାନଙ୍କର ରାସ୍ତାଘାଟର ଉନ୍ନତିକରଣ,ବିଭିନ୍ନ ନାଲା ଓ ନଦୀମାନଙ୍କରେ ସେତୁ ନିର୍ମାଣ,ପର୍ଯ୍ୟଟଳସ୍ଥଳୀର ବିକାଶ,ବିଜୁ କୃଷକ କଲ୍ୟାଣ ଯୋଜନାରେ ଜଳସେଚନର ବ୍ୟବସ୍ଥା,ବାର୍ଦ୍ଧକ୍ୟ ପେନସନ ଯୋଜନା ସର୍ବାଧିକ ଲୋକଙ୍କ ସାମିଲ କରାଯିବା,ଭଟଲି ନିର୍ବାଚନ ମଣ୍ଡଳୀରେ ବିଦୁ୍ୟତ ସମସ୍ୟାର ସମାଧାନ ପାଇଁ ଏକାଧିକ ଗ୍ରୀଡ ସ୍ଥାପନ କରାଯିବା,ଗ୍ରାମମାନଙ୍କରେ ୨ଶହରୁ ଅଧିକ କଲ୍ୟାଣ ମଣ୍ଡପ ନିର୍ମାଣ କରାଯିବା,ଶ୍ରମିକମାନଙ୍କ ଉନ୍ନତି ପାଇଁ ସରକାରଙ୍କ ବିଭିନ୍ନ ଯୋଜନାରେ ଲୋକଙ୍କ ସାମିଲ କରାଯିବା, ସଂଗ୍ରାମୀ ପୀଠ ପାଣିମୋରା ଓ ସଦୀଦ ତୀର୍ଥ ସ୍ଥଳୀକୁ ଗମନାଗମନ ଓ ଏହାର ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରାଯିବା ଆଦି କାର୍ଯ୍ୟକ୍ରମ ଉପରେ ମନ୍ତ୍ରୀ ଶ୍ରୀ ସିଂହ ସୁଦୀର୍ଘ ବକ୍ତବ୍ୟ ପ୍ରଦାନ କରିଥିଲେ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ । ମନ୍ତ୍ରୀଙ୍କ ବକ୍ତବ୍ୟ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବକ୍ତବ୍ୟକୁ ଏଲଇଡି ଟିଭି ମାଧ୍ୟମରେ ପ୍ରସାରିତ ବକ୍ତବ୍ୟକୁ ସମସ୍ତେ ଦେଖିଥିଲେ ।

ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଜୀବର୍ଦ୍ଧନ ବରିହା,ଉପାଧ୍ୟକ୍ଷ ଶ୍ରୀମତୀ ହିମଳୟା ସାହୁ, ପୂର୍ବତନ ବ୍ଲକ ସଭାପତି ଦେବେନ୍ଦ୍ର ପାତ୍ର ଓ ଗଣତନ୍ତ୍ର ପଧାନ,ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ପ୍ରଫୁଲ୍ଲ ପଧାନ,କାର୍ତିକ ବାରିକ,ଆଡଭୋକେଟ ଅଶୋକ ବାରିକ ଓ ରୋହିତ ଦେବତା,ଜିଲା ପରିଷଦ ସଭ୍ୟ ଦୟାନିଧି ପଟେଲ,ପ୍ରଦ୍ୟୁମ୍ନ  ତିପାଠୀ,ମାର୍କଣ୍ଡ ସା,ରାଜେଶ କୁମାର ଅଗ୍ରୱାଲ,କୁଲମଣୀ ଦେୱାନ,ଲଳିତ ପଟେଲ ତଥା ସରପଂଚ,ସମିତି ସଭ୍ୟ ଯୋଗ ଦେଇଥିଲେ । ଶେଷରେ ଅଶୋକ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । 

0
0
0
s2sdefault